ETV Bharat / state

ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ ଉଦଯାପିତ, ବିମୋହିତ ହେଲେ ବିଦେଶୀ ପର୍ଯ୍ୟଟକ

author img

By ETV Bharat Odisha Team

Published : Dec 5, 2023, 10:12 PM IST

ଉଦଯାପିତ ହୋଇଛି ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ । କୋଣାର୍କ ଚନ୍ଦ୍ରଭାଗାରେ ଚାଲିଥିବା ବାଲୁକା ଚିତ୍ରକଳା ମହୋତ୍ସବର ଶେଷ ଦିନରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

ଉଦଯାପିତ ହୋଇଛି ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ

ପୁରୀ: ଉଦଯାପିତ ହୋଇଛି ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ । କୋଣାର୍କ ଚନ୍ଦ୍ରଭାଗାରେ ଚାଲିଥିବା ବାଲୁକା ଚିତ୍ରକଳା ମହୋତ୍ସବରେ ଶେଷ ଦିବସର ଥିମ୍ ଥିଲା ମାଣବସା ଗୁରୁବାର ଓ ମନ୍ଦିର ସୁରକ୍ଷା । ମହିଳା ବାଲୁକା ଚିତ୍ରଶିଳ୍ପୀମାନେ ମାଣବସା ଗୁରୁବାରକୁ ନେଇ ବିଭିନ୍ନ ଡିଜାଇନର ବାଲୁକା ଚିତ୍ରକଳା ତିଆରି କରିଥିଲେ । ଯାହାକି ବେଶ ଆକର୍ଷଣୀୟ ହୋଇଥିଲା । ତେବେ ବାଲୁକା ଚିତ୍ରକଳା ଓଡ଼ିଆ ଘରର ପରମ୍ପରା ଝଲକ ଦେଖିଥିଲେ ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକ ।

ସେହିପରି ପୁରୁଷ ବାଲୁକା ଚିତ୍ର ଶିଳ୍ପୀମାନେ ମନ୍ଦିର ସୁରକ୍ଷା ଥିମ୍ ନେଇ ବାଲୁକା ଚିତ୍ରକଳା ନିର୍ମାଣ କରିଥିଲେ । ଓଡ଼ିଶାର ପୁରାତନ ଐତିହ କୋଣାର୍କ ମନ୍ଦିର, ଶ୍ରୀମନ୍ଦିର ସମେତ ଅନେକ ପୁରାତନ କୀର୍ତ୍ତିରାଜି ବାଲୁକା ଚିତ୍ରକଳାରେ ସ୍ଥାନ ପାଇଥିଲା । ଆମ ପୂରାତନ ଐତିହ କୀର୍ତ୍ତିରାଜି ମନ୍ଦିରର ସୁରକ୍ଷା କରିବା ନେଇ ସମସ୍ତେ ଆଗେଇ ଆସିବାକୁ ବାଲୁକା ଚିତ୍ରକଳାରେ ବାର୍ତ୍ତା ଦିଆଯାଇଥିଲା । ଆନ୍ତର୍ଜାତିକ ବାଲୁକା ଚିତ୍ରକଳା ମହୋତ୍ସବ କୋଣାର୍କ ଚନ୍ଦ୍ରଭାଗାରେ ଗତ ଡ଼ିସେମ୍ବର 1 ତାରିଖରେ ଉଦ୍‌ଘାଟନ ହୋଇଥଲା । ଏହାକୁ ଦେଖିବାକୁ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା । ଶହେରୁ ଅଧିକ ବାଲୁକା ଚିତ୍ରଶିଳ୍ପୀ ଏହି ବାଲୁକା ଚିତ୍ରକଳା ମହୋତ୍ସବରେ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ......ବାଲୁକା ଚିତ୍ରକଳା ମହୋତ୍ସବ, ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା ବାଣ୍ଟିଲେ ଚିତ୍ରଶିଳ୍ପୀ

ତେବେ ଆମେରିକା, ଅଷ୍ଟ୍ରେଲିଆ, ବେଲାଋଷ, ଋଷିଆ ଆଦି ବିଦେଶରୁ ମଧ୍ଯ ଅନେକ ବାଲୁକା ଚିତ୍ରଶିଳ୍ପୀ ଏହି ବାଲୁକା ଚିତ୍ରକଳା ମହୋତ୍ସବରେ ସାମିଲ ହୋଇଥିଲେ । ଡିସେମ୍ବର 1 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଇଥିବା ବାଲୁକା ଚିତ୍ରକଳା ମହୋତ୍ସବରେ ପ୍ରତିଦିନ ଏକ ଭିନ୍ନ ଥିମ୍ ଦିଆଯାଇଥିଲା । ସେହି ଥିମ୍ ଅନୁଯାୟୀ ଚିତ୍ରଶିଳ୍ପୀମାନେ ବାଲୁକା ଚିତ୍ରକଳା ତିଆରି କରୁଥିଲେ । ଏହି ବାଲୁକା ଚିତ୍ରକଳା ମହୋତ୍ସବ ସାରା ଭାରତରେ ସର୍ବ ବୃହତ୍ ବାଲୁକା ଚିତ୍ରକଳା ମହୋତ୍ସବ । ଏହାକୁ ଦେଶ ବିଦେଶରୁ ଅନେକ ଅର୍ଟିଷ୍ଟ ଆସିଥାନ୍ତି । ଓଡ଼ିଶା ପର୍ଯ୍ୟଟନ ବିଭାଗର ସହଯୋଗରୁ ଏହି କାର୍ଯ୍ୟକ୍ରମ ସଫଳ ହୋଇଛି । ସେପଟେ ବାଲୁକା ଚିତ୍ରକଳା ମହୋତ୍ସବରେ ସାମିଲ ହୋଇଥିବା ଅର୍ଟିଷ୍ଟ ବେଶ୍ ଖୁସି ବ୍ୟକ୍ତ କରିଥିଲେ । ଏଭଳି କାର୍ଯକ୍ରମ ଏକ ସୁଯୋଗ ହୋଇ ଥିବା ବେଳେ ସବୁ ଅର୍ଟିଷ୍ଟ ଏଠାରେ ନିଜର ଉତ୍କୃଷ୍ଠ କଳା ଦେଖାଇବା ପାଇଁ ବେଶ୍ ଉତ୍ସାହିତ ଥାନ୍ତି ବୋଲି ବାଲୁକା ଚିତ୍ରଶିଳ୍ପୀମାନେ କହିଥିଲେ । ସେପଟେ ବିଦେଶୀ ପର୍ଯ୍ୟଟକ ଏଭଳି ବାଲୁକା ଚିତ୍ରକଳା ଦେଖି ଅଭିଭୂତ ହୋଇଥିଲେ । ଓଡ଼ିଶାର କଳା ସଂସ୍କୃତିକୁ ଉଚ୍ଚ ପ୍ରଶଂସା କରିଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.