ETV Bharat / state

ନୂତନ ଶ୍ରମ କୋଡ଼ ବାତିଲ ଓ କୃଷି ଆଇନ ପ୍ରତ୍ୟାହାର ଦାବିରେ ସେଣ୍ଟ୍ରାଲ ଇଣ୍ଡିଆନ ଟ୍ରେଡ ୟୁନିୟନର ଶ୍ରମିକ କନଭେନସନ

ଶ୍ରମ କୋଡ଼ ବାତିଲ ଓ କୃଷି ଆଇନି ପ୍ରତ୍ୟାହାର ଦାବିରେ ପୁରୀ ଜିଲ୍ଲା ସେଣ୍ଟ୍ରାଲ ଇଣ୍ଡିଆନ ଟ୍ରେଡ ୟୁନିୟନ CITU ର ଶ୍ରମିକ କନଭେନସନ ସ୍ଥାନୀୟ ଶରଧା ମଣ୍ଡପ ପରିସରରେରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ....

ନୂତନ ଶ୍ରମ କୋଡ଼ ବାତିଲ ଓ କୃଷି ଆଇନି ପ୍ରତ୍ୟାହାର ଦାବିରେ ସେଣ୍ଟ୍ରାଲ ଇଣ୍ଡିଆନ ଟ୍ରେଡ ୟୁନିୟନର ଶ୍ରମିକ କନଭେନସନ

author img

By

Published : Mar 7, 2021, 10:04 PM IST

ପୁରୀ: ଶ୍ରମ କୋଡ଼ ବାତିଲ ଓ କୃଷି ଆଇନ ପ୍ରତ୍ୟାହାର ଦାବିରେ ପୁରୀ ଜିଲ୍ଲା ସେଣ୍ଟ୍ରାଲ ଇଣ୍ଡିଆନ ଟ୍ରେଡ ୟୁନିୟନ CITU ର ଶ୍ରମିକ କନଭେନସନ ସ୍ଥାନୀୟ ଶରଧା ମଣ୍ଡପ ପରିସରରେରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀକାନ୍ତ ପରିଜାଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିବା ସଭାରେ CITUର ରାଜ୍ୟ ସଭାପତି ଜନାର୍ଦନ ପତି ଓ ସମ୍ପାଦକ ଉଲ୍ଲାସ ସ୍ବାଇଁ , ଜଗନ୍ନାଥ ଦେଓ ପ୍ରମୁଖ ଯୋଗଦେଇ ଦେଶରେ ପ୍ରଚଳିତ 44ଟି ଶ୍ରମ ଆଇନିକୁ କେନ୍ଦ୍ର ମୋଦି ସରକାର ବଦଳେଇ ଶ୍ରମିକ ବିରୋଧୀ 4ଟି ଶ୍ରମ କୋଡ଼ ଲାଗୁ କରିଛନ୍ତି ,ଯାହାଫଳରେ ଠିକା ଶ୍ରମିକ ଠାରୁ ନିୟମିତ ଶ୍ରମିକଙ୍କ ମଜୁରୀ ଓ ସାମାଜିକ ନିରାପତ୍ତା ବିପର୍ଣ୍ଣ ହେବ । ବଡ଼ ଠିକାଦାର ଓ ପୁଞ୍ଜିପତି ଲାଭ ବାନ ହେବେ।ସରକାର ନିଯୁକ୍ତି ଦେବେନି ବୋଲି ଅଭିଯୋଗ ହୋଇଛି। ଆଉଟ ସୋରସିଙ୍ଗ କମ୍ପାନୀ ମାନେ ଶ୍ରମିକଙ୍କୁ ଶୋଷଣ କରିବେ ବୋଲି ସମ୍ମିଳନୀରେ ଆଲୋଚନା ହୋଇଥିଲା ।

ନୂତନ ଶ୍ରମ କୋଡ଼ ବାତିଲ ଓ କୃଷି ଆଇନି ପ୍ରତ୍ୟାହାର ଦାବିରେ ସେଣ୍ଟ୍ରାଲ ଇଣ୍ଡିଆନ ଟ୍ରେଡ ୟୁନିୟନର ଶ୍ରମିକ କନଭେନସନ

ସେପଟେ 3 ଟି କଳା କୃଷି ଆଇନି ବିରୁଦ୍ଧରେ ଦିଲ୍ଲୀରେ 201ଦିନ ଧରି ଆନ୍ଦୋଳନ ରେ 250ଚାଷୀ ପ୍ରାଣ ବଳି ଦେଲେଣି. ତଥାପି ଅହଙ୍କାରୀ କର୍ପୋରେଟ ମାର୍କା ମୋଦୀ ସରକାର ଅଦାନୀ ଅମ୍ବାନୀ ପାଇଁ ଆଇନି ପ୍ରତ୍ୟାହାର ନ କରିବା ସମ୍ପୂର୍ଣ ଦେଶ ବିରୋଧୀ ଓ ଜନବିରୋଧୀ ବୋଲି କହିଥିଲେ ବକ୍ତାମାନେ । ଅଗାମୀ ଦିନରେ ୟୁନିଅନର ନେତୃତ୍ବରେ 4 ଗୋଟି ଶ୍ରମ କୋଡ଼ ଓ କଳା କୃଷି ଆଇନି ପ୍ରତ୍ୟାହାର ଦାବିରେ ଆସନ୍ତା ମାର୍ଚ୍ଚ 26 ତାରିଖ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁଥିବା ସମାବେଶରେ ଯୋଗଦେବା ପାଇଁ ନିଷ୍ପତି ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.