ETV Bharat / state

ବିପଦରେ ବିଦେଶୀ ପକ୍ଷୀ, ଧରା ପଡ଼ିଲା ନାବାଳକ ପକ୍ଷୀ ଶିକାରୀ - ଚିଲିକାରେ ବିଦେଶୀ ପକ୍ଷୀ ମୃତ

Poacher arrested in Chillika: ଚିଲିକାରେ ପକ୍ଷୀ ଶିକାର ରୋକିବାକୁ ନେଇ ବନ ବିଭାଗ ତତ୍ପରତା ଦେଖାଇଛି । ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୪ ମୃତ ବିଦେଶୀ ପକ୍ଷୀ ଜବତ । ଅଧିକ ପଢ଼ନ୍ତୁ

ଥମୁନି ପକ୍ଷୀ ଶିକାର
ଥମୁନି ପକ୍ଷୀ ଶିକାର
author img

By ETV Bharat Odisha Team

Published : Dec 10, 2023, 7:34 PM IST

ଥମୁନି ପକ୍ଷୀ ଶିକାର

ପୁରୀ: ଅନୁକୂଳ ପରିବେଶ ସନ୍ଧାନରେ ଗିରି କାନନ ଡେଇଁ ଚିଲିକାକୁ ଉଡ଼ି ଆସନ୍ତି ବିଦେଶୀ ପକ୍ଷୀ । ଏଠାରେ ସେମାନଙ୍କ ସମୟ ବିତାଇବା ପରେ ପୁଣି ଫେରି ଯାଆନ୍ତି । ହେଲେ ଏହି ସମୟକୁ ଶିକାରୀ ତାର ମାଘ ମାସ ମଣି ନିଏ । ବିଦେଶୀ ପକ୍ଷୀଙ୍କ ମାରି ଆହାର କରି ଆସୁଛି । ଏହାକୁ ନେଇ ବାରମ୍ବାର ସଚେତନତା ପରେ ବି ଚେତୁ ନାହାନ୍ତି ସ୍ଥାନୀୟ ଲୋକେ । ପକ୍ଷୀ ଶିକାର ବେଳେ ଚଢ଼ାଉ କରି ୧୪ଟି ମୃତ ବିଦେଶୀ ପକ୍ଷୀ ଜବତ କରିଛି ବନ ବିଭାଗ । ଏହାପରେ ସମ୍ପୃକ୍ତ ନାବାଳକକୁ କୋର୍ଟ ଚାଲାଣ କରାଯାଇଛି ।

ବନ ବିଭାଗ ପକ୍ଷରୁ ଚଢ଼ାଉ ବେଳେ ୧୨ କମନ୍‌ଟିଲ୍, ଗୋଟିଏ ନର୍ଦ୍ଦନ ପିଣ୍ଟେଲ ଓ ଗୋଟିଏ ଜାକେନା ମୃତ ପକ୍ଷୀ ଜବତ କରାଯାଇଛି । କଇଁ ନାଡ଼ରେ ବିଷ ଦେଇ ପକ୍ଷୀ ଶିକାର କରାଯାଉଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ ଲୋକଙ୍କୁ ପୁଣି ସଚେତନ କରିଛି ବନ ବିଭାଗ ।

ଚିଲିକାରେ ପକ୍ଷୀ ଶିକାରୀ ସକ୍ରିୟ ହୋଇ ଉଠିଛନ୍ତି । ଏହାକୁ ରୋକିବାକୁ ନେଇ ପୁରୀ ବ୍ରହ୍ମଗିରି ବନ ବିଭାଗ ତତ୍ପର ହୋଇ ଉଠିଛି । ପକ୍ଷୀ ଶିକାର ଘଟଣାରେ ଜଣେ ନାବାଳକଙ୍କୁ ଧରି କୋର୍ଟରେ ହାଜର ମଧ୍ୟ କରାଯାଇଛି । ବନ ବିଭାଗର ସୂଚନା ଅନୁଯାୟୀ, ବ୍ରହ୍ମଗିରି ବନ୍ୟାଞ୍ଚଳର ଘଟକୁଡ଼ି ଅଞ୍ଚଳରେ କିଛି ପକ୍ଷୀ ଶିକାରୀ କଇଁ ନାଡ଼ରେ ବିଷ ଦେଇ ପକ୍ଷୀ ଶିକାର କରୁଥିବା ଖବର ମିଳିଥିଲା । ଖବର ପାଇ ବ୍ରହ୍ମଗିରି ବନ୍ୟାଞ୍ଚଳ ଅଧିକାରୀ ଚନ୍ଦ୍ରଶେଖର ସାହୁଙ୍କ ସମେତ ଏକ ୧୨ ଜଣିଆ ଟିମ୍ ଅଚାନକ ଚଢ଼ାଉ କରିଥିଲା । ଚଢ଼ଉ ବେଳେ ଘଟଣାସ୍ଥଳରେ ଏକ ସ୍କୁଟିକୁ ଛାଡ଼ି ଶିକାରୀମାନେ ଫେରାର ହୋଇଯାଇଥିଲେ । ୨ ଜଣ ଖସି ଯାଇଥିବା ବେଳେ ଜଣେ ବନବିଭାଗ ହାବୁଡ଼ରେ ପଡ଼ିଥିଲା । ଅଭିଯୁକ୍ତଠାରୁ ୧୨ କମନ୍‌ଟିଲ୍, ଗୋଟିଏ ନର୍ଦ୍ଦନ ପିଣ୍ଟେଲ ଓ ଜାକେନା ମୃତପକ୍ଷୀ ଜବତ କରାଯାଇଛି । ଏଥି ସହିତ ଏକ ବ୍ୟାଗରୁ କଇଁ ନାଡ଼ ଓ ବୋତଲରେ ରଖା ଯାଇଥିବା ବିଷ ମିଶା ନାଡ଼ ଓ ଏକ ମୋବାଇଲ ଫୋନ୍ ଜବତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.....ଅଟ୍ରି ଉଷ୍ମ ପ୍ରସବଣକୁ ଛୁଟିଲାଣି ପର୍ଯ୍ୟଟକଙ୍କ ସୁଅ, ତୁଟୁନି ପାନୀୟଜଳ ସମସ୍ୟା

ଧରାପଡ଼ିଥିବା ଅଭିଯୁକ୍ତ ବ୍ରହ୍ମଗିରି ବ୍ଲକ୍ ପୁରୀ ସଦର ଥାନା ଅଞ୍ଚଳର । ଏନେଇ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତ ନାବାଳକକୁ କୋର୍ଟ ଚାଲାଣ କରାଯାଇଛି । ଫେରାର ଦୁଇ ଜଣଙ୍କୁ ଧରିବାକୁ ବନ ବିଭାଗର ଅନ୍ୟ ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । ବ୍ରହ୍ମଗିରି ପ୍ରାଣୀ ଚିକିତ୍ସାଳୟରେ ମୃତ ପକ୍ଷୀଙ୍କ ବ୍ୟବଚ୍ଛେଦ କରାଯାଇଛି । ନାଡ଼ ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଯିବ ବୋଲି ସୂଚନା ମିଳିଛି । ପରୀକ୍ଷା ପରେ କେଉଁ ପ୍ରକାର ବିଷ ମିଶାଯାଉଛି ସେନେଇ ଅଧିକ ତଥ୍ୟ ଆସିବ ବୋଲି ବ୍ରହ୍ମଗିରି ବନାଞ୍ଚଳ ଅଧିକାରୀ କହିଛନ୍ତି ।

ଗତବର୍ଷ ଏହି ଅଞ୍ଚଳରୁ ୫୦ରୁ ଅଧିକ ବିଦେଶୀ ପକ୍ଷୀ ଶବ ଜବତ କରାଯିବା ସହ ଜଣେ ଶିକାରୀ ଗିରଫ ହୋଇଥିଲା । ୧୫ରୁ ଅଧିକ ଶିକାରୀ ବନ ବିଭାଗ ଆଖିରେ ଧୂଳି ଦେଇ ଫେରାର ହୋଇ ଯାଇଥିଲେ । ଏବେ ଶୀତ ପଡ଼ିବା ପରେ ଚିଲିକା ଓ ଚିଲିକାକୁ ଲାଗି ରହିଥିବା ବ୍ରହ୍ମଗିରି ବନ୍ୟାଞ୍ଚଳକୁ ବିଦେଶୀ ପକ୍ଷୀଙ୍କ ଭିଡ଼ ଲାଗିଥିବାରୁ ପକ୍ଷୀ ଶିକାର ବୃଦ୍ଧି ଆଶଙ୍କା ରହିଛି । ତେବେ ପକ୍ଷୀ ଶିକାରୀଙ୍କୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ଡ୍ରୋନ୍‌ ଉଡାଯାଇ ନଜର ରଖାଯାଉଛି । ସ୍ଥାନୀୟ ଲୋକଙ୍କୁ ବିଦେଶୀ ପକ୍ଷୀଙ୍କ ସୁରକ୍ଷା ନେଇ ସଚେତନ ମଧ୍ୟ କରାଯାଉଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.