ବ୍ରହ୍ମଗିରି: କୃଷ୍ଣପ୍ରାସାଦ ୩୫ ମୌଜ ପକ୍ଷରୁ ଚିଲିକାରେ ଘାଟ ଭସାପୋଲ ଅନିର୍ଦ୍ଧିଷ୍ଟ କାଳ ଯାଏ ବନ୍ଦ ହୋଇଛି । ଫଳରେ ଚିଲିକାକୁ ଯାତାୟତ ବନ୍ଦ ହୋଇଯାଇଥିବାବେଳେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିବା ଲୋକେ ଅଭିଯୋଗ କରିଛନ୍ତି । ପଣା ପଡିଆରେ ଆଳୁପାଟଣା ଓ ତିତିପ ଗ୍ରାମ ମଧ୍ୟରେ ବିବାଦ ରହିଛି ।
ଫଳରେ କୃଷ୍ଣପ୍ରସାଦର ଲୋକେ ଚିଲିକା ପାର୍ ହେଲେ ସାତପଡାରେ ଆଳୁପାଟଣା ଲୋକେ ମାଡ ମାରିବା ଭଳି ପରିସ୍ଥିତି ଉପୁଜିଥିଲା । ବାରମ୍ଭାର ଏ ସମ୍ପର୍କରେ ପ୍ରଶାସନକୁ ଜଣାଇଲେ ମଧ୍ୟ ତାହାର କୌଣସି ସମାଧାନ ହୋଇନଥିଲା । ୨ଦିନ ତଳେ ୩୫ମୌଜର ସମ୍ପାଦକଙ୍କୁ ଆଳୁପଟଣାର କିଛି ଲୋକ ଆକ୍ରମଣ କରିବା ପରେ ସ୍ଥିତି ଗମ୍ଭୀର ହୋଇଛି । ୩୫ମୌଜ ପକ୍ଷରୁ ଆଜି କୃଷ୍ଣପ୍ରସାଦର ସମସ୍ତ ସରକାରୀ କାର୍ଯ୍ୟାଳୟ ସହ ସମ୍ପୂର୍ଣ୍ଣ ଚିଲିକାର ଯାତାୟତକୁ ବନ୍ଦ କରାଯାଇଛି । ଏଯାଏଁ ସମାଧାନର ବାଟ ବାହାରି ନଥିବାବେଳେ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଇଟିଭି ଭାରତ, ବ୍ରହ୍ମଗିରି