ETV Bharat / state

ଶ୍ରୀମନ୍ଦିରରେ ନିଆର ପରମ୍ପରା, ମହାପ୍ରଭୁଙ୍କ ଗୁପ୍ତ ସେବାରେ ସାମିଲ ହେଲେ କୁନି ଦଇତାପତି

author img

By

Published : Jun 11, 2023, 4:11 PM IST

ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ମାତ୍ର ଏକ ବର୍ଷର ଶିଶୁ ଦଇତାପତି ସେବକରେ ସାମିଲ ହେଲେ । ଅଧିକ ପଢ଼ନ୍ତୁ

child servitor to serve lord jagannath
ମହାପ୍ରଭୁଙ୍କ ସେବାରେ ଶିଶୁ ଦଇତାପତି ସେବକ

ମହାପ୍ରଭୁଙ୍କ ସେବାରେ ଶିଶୁ ଦଇତାପତି ସେବକ

ପୁରୀ: ବୟସ ହେଉଛି ମାତ୍ର ଏକ ବର୍ଷ । ଦଇତାକୂଳରେ ହୋଇଛି ତାଙ୍କର ଜନ୍ମ । ଶ୍ରୀମନ୍ଦିର ଅଣସର ଘରେ ଜ୍ବରରେ ଅସୁସ୍ଥ ଥିବା ମହାପ୍ରଭୁଙ୍କ ଗୁପ୍ତ ସେବାରେ ଯୋଗ ଦେବା ପାଇଁ ଆସିଛନ୍ତି କୁନି ଦଇତାପତି । ଏହି କୁନି ଦଇତାପତି ହେଉଛନ୍ତି ଯୁବ ଦଇତାପତି କୃପାସିନ୍ଧୁ ଦାସ ମହାପାତ୍ରଙ୍କ ପୁଅ ଏକଂଶୁ ଦାସ ମହାପାତ୍ର । ଦଇତାକୂଳର ପରମ୍ପରା ଅନୁଯାୟୀ ଜନ୍ମ ହେବାର ୨୧ ଦିନ ପରେ ଏମାନେ ଦଇତାପତି ଭାବେ ଗଣତି ହେବା ସହ ଅଣସର ଘରେ ମହାପ୍ରଭୁଙ୍କ ସେବା କରିଥାନ୍ତି । ଅଣସରର ପଞ୍ଚମୀ ତିଥି ଅର୍ଥାତ୍ ଫୁଲୁରି ତେଲ ଲାଗି ପରଦିନଠାରୁ ଏହି କୁନି ଦଇତାପତି ମାନେ ମହାପ୍ରଭୁଙ୍କ ଗୁପ୍ତ ସେବାରେ ଯୋଗ ଦେଇଥାନ୍ତି ।

ଏତେ କମ୍ ବୟସରେ ମହାପ୍ରଭୁଙ୍କ ସେବା ପୂଜା, ନିତୀକାନ୍ତି ବିଷୟରେ ଏକଂଶୁ ଅଜ୍ଞ ଥିଲେ ମଧ୍ୟ ଭବିଷ୍ୟତରେ ସମର୍ପଣ ମନଭାବ ନେଇ ମହାପ୍ରଭୁଙ୍କ ସେବା କରିବେ ବୋଲି ତାଙ୍କ ବାପା କହିଛନ୍ତି । ପ୍ରଥମ ଥର ବାପାଙ୍କ ସହ ଅଣସର ଘରକୁ ଯାଇ ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଓଷ ଲାଗି କରିଛନ୍ତି । ଶ୍ରୀମନ୍ଦିରରେ ଅନେକ ସେବା ଭିତରେ ଗୋଟିଏ ପ୍ରମୁଖ ସେବା ହେଉଛି ଦଇତାସେବା । ପ୍ରାଚୀନ କାଳରୁ ଆଦିବାସୀ ସମ୍ପ୍ରଦାୟର ଶବର ଭାବେ କୁହାଯାଇଥିବା ଏହି ସେବକମାନେ ସେବାକାର୍ଯ୍ୟ କରି ଆସୁଛନ୍ତି । ଶାସ୍ତ୍ରରେ ଏମାନଙ୍କୁ ବିଶ୍ୱାବସୁ ବୋଲି କୁହାଯାଇଛି ଏବଂ ଏମାନେ ମହାପ୍ରଭୁଙ୍କର ଆଦିସେବକ ଅଟନ୍ତି ।

ଦଇତାସେବା ଏକ ପ୍ରମୁଖ ସେବା ହୋଇଥାଏ । ସେମାନେ ଦାରୁବ୍ରହ୍ମଙ୍କୁ ଆକୃତି ଦିଅନ୍ତି । ଦଇତାପତିମାନେ ମହାପ୍ରଭୁଙ୍କ ଭାଇବନ୍ଧୁ, ଜ୍ଞାତିକୁଟୁମ୍ବ । କାରଣ ଏମାନେ ନବକଳେବରେ ମହାପ୍ରଭୁଙ୍କ ଘଟ ପରିବର୍ତ୍ତନ ପରେ ଶୁଦ୍ଧିକ୍ରିୟା ପାଳନ୍ତି । ଶ୍ରୀମନ୍ଦିରରେ ଦଇତାମାନଙ୍କ ସେବାରେ ସ୍ୱତନ୍ତ୍ର ସ୍ଥାନ ରହିଛି । ଶ୍ରୀବିଗ୍ରହମାନଙ୍କର ଅନେକ ଗୁପ୍ତସେବା ଦଇତାମାନେ ସମ୍ପାଦନ କରନ୍ତି । ଏହା ଏକ ଗୋଷ୍ଠୀଗତ ସେବା । ପରିବାରର ସମସ୍ତ ପୁରୁଷ ସଦସ୍ୟ ସେବାର ଅଧିକାର ଭାବରେ ପାଉଣା ବା ପ୍ରାପ୍ୟ ପାଇବାକୁ ହକ୍‌ଦାର । ପୁଅଟିଏ ଜନ୍ମ ହେବାର ଏକୋଇଶି ଦିନ ପରେ ପରିବାରର ବରିଷ୍ଠ ସଦସ୍ୟଙ୍କ ଦ୍ୱାରା ଶ୍ରୀମନ୍ଦିରକୁ ଅଣାଯାଇ ଅଣସର ତାଟି ପ୍ରବେଶ କରି ମହାପ୍ରଭୁଙ୍କ ନିକଟରେ ମୁଣ୍ଡ ଲଗାଇଲେ ସଦସ୍ୟ ଭାବରେ ଗଣାଯାଏ ।

ପ୍ରତିବର୍ଷ ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଗୋଟିଏ ମାସ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମସ୍ତ ସେବା ଦଇତାମାନେ କରିଥାଆନ୍ତି । ଏହି କାଳରେ ଅଣସର ଅବସରରେ ଶ୍ରୀବିଗ୍ରହଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ଶ୍ରୀଅଙ୍ଗ ସେବା ମଧ୍ୟ ଅନ୍ତର୍ଭୁକ୍ତ । ଦଇତାମାନେ ତିନିବାଡ଼ରେ ବିଭକ୍ତ ହୋଇ ସେବା କଲେ ମଧ୍ୟ ଗୋଷ୍ଠୀଗତ ଭାବେ ପାରସ୍ପରିକ ସହଯୋଗ ଭିତ୍ତିରେ ସମସ୍ତ କାର୍ଯ୍ୟ କରିଥାନ୍ତି । ପ୍ରତିବାଡ଼ରେ ଜଣେ ବାଡ଼ଗ୍ରାହୀ ରହିଥାନ୍ତି । ବାଡ଼ଗ୍ରାହୀଙ୍କ ପରାମର୍ଶରେ ଅନ୍ୟ ଭାଇମାନେ କାର୍ଯ୍ୟ କରିଥାନ୍ତି । କୌଣସି ପରିସ୍ଥିତିରେ ସେବାରେ ଖିଲାପ ହେଲେ ଅଥବା କିଛି ଦ୍ୱନ୍ଦ୍ୱ ଉପୁଜିଲେ ବାଡ଼ଗ୍ରାହୀ ଏହାର ସମାଧାନ କରନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.