ETV Bharat / state

ନାବାଳିକା ନାଁରେ ଜମିବାଡି ବିବାଦ, ତେଜିଲା ଶିଶୁ ଅଧିକାର ସୁରକ୍ଷା ଆୟୋଗ

author img

By

Published : Jan 20, 2021, 6:48 PM IST

ଜଣେ 8 ବର୍ଷର ନାବାଳିକା ନାଁରେ ଜମିବାଡି ବିବାଦକୁ ନେଇ ମାମଲା ରୁଜୁ ହେବାପରେ ପୋଲିସ ବିଭାଗ ଉପରେ ଉଠିଛି ବଡ ପ୍ରଶ୍ନ । ମାମଲାକୁ ଗୁରୁତର ଭାବେ ନେଇଛି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଅଧିକ ପଢନ୍ତୁ...

ନାବାଳିକା ନାଁରେ ଜମିବାଡି ବିବାଦ, ତେଜିଲା ଶିଶୁ ଅଧିକାର ସୁରକ୍ଷା ଆୟୋଗ
ନାବାଳିକା ନାଁରେ ଜମିବାଡି ବିବାଦ, ତେଜିଲା ଶିଶୁ ଅଧିକାର ସୁରକ୍ଷା ଆୟୋଗ

ପୁରୀ: କମିଶନରେଟ ପୋଲିସ ଅଧିନ ବନମାଳୀପୁର ଫାଣ୍ଡି ଅଧିକାରୀ ଜଣେ 8 ବର୍ଷର ନାବାଳିକା ନାଁରେ ଜମିବାଡ଼ି ବିବାଦକୁ ନେଇ ମାମଲା ରୁଜୁ କରିବା ଘଟଣା ସାମ୍ନାକୁ ଆସିବା ପରେ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇବା ସହ ଜଣେ ନାବାଳିକା ନାଁରେ କେମିତି ଜମିବାଡି ବିବାଦ ମାମଲା ରୁଜୁ ହେଲା ସେନେଇ ସାଧାରଣରେ ଚର୍ଚ୍ଚା ହେଉଛି ।

ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବାପରେ ଭୁବନେଶ୍ୱର ଡିସିପି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କିଭଳି 8 ବର୍ଷର ଜଣେ ନାବାଳିକା ନାଁରେ ପୋଲିସ ଅଧିକାରୀ ମାମଲା ରୁଜୁ କଲେ ସମାଜସେବୀ ପ୍ରଶ୍ନ ଉଠାଇଛନ୍ତି । ତେବେ ଏହି ଘଟଣାକୁ ଗୁରୁତର ଭାବେ ନେଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ତୁରନ୍ତ ମାମଲାର ତଦନ୍ତ କରି ରିପୋର୍ଟ ଦେବା ସହ ମାମଲା ରୁଜୁ କରୁଥିବା ପୋଲିସ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ପାଇଁ ଭୁବନେଶ୍ୱର ଡିସିପିଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷାର ଅଧ୍ୟକ୍ଷ ସନ୍ଧ୍ୟାବତୀ ପ୍ରଧାନ । ତେବେ ଏଭଳି ମାମଲାରେ ପୋଲିସ ଦାୟିତ୍ୱବାନ ହୋଇ କାର୍ଯ୍ୟକରିବା ସହ ଶିଶୁଙ୍କ ସୁରକ୍ଷା ପ୍ରତି ପୋଲିସ ଅଧିକ ସଚେତନ ହେବା ଉଚିତ ବୋଲି ସେ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.