ETV Bharat / state

ସିଂହଦ୍ବାରରେ ଜଗା ବଳିଆ: କାଲି ସୁନାବେଶ, ମହଣ ମହଣ ସୁନାରେ ସଜେଇ ହେବେ ଚତୁର୍ଦ୍ଧାମୂର୍ତ୍ତି

author img

By

Published : Jun 28, 2023, 9:46 PM IST

Updated : Jun 28, 2023, 10:18 PM IST

ଜନ୍ମବେଦୀରୁ ରତ୍ନବେଦୀକୁ ଫେରିଲେ ଶ୍ରୀଜିଉ । ସଅଳ ନୀତି ସହ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ସମ୍ପର୍ଣ୍ଣ ହୋଇଛି । ଅଧିକ ପଢ଼ନ୍ତୁ

bahuda yatra 2023
ବାହୁଡ଼ା ଯାତ୍ରା ୨୦୨୩

ପୁରୀ: ଜନ୍ମବେଦୀରେ ୯ ଦିନର ଲୀଳାଖେଳା ସାରି ବାହୁଡ଼ିଲେ ତିନି ଠାକୁର । ଭାଇଭଉଣୀଙ୍କୁ ସାଙ୍ଗରେ ରତ୍ନବେଦୀ ଫେରିଲେ ମହାପ୍ରଭୁ । ସଅଳ ନୀତିକାନ୍ତି ସଅଳ ପହଣ୍ଡି ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଚତୁର୍ଦ୍ଧାମୂର୍ତ୍ତି ବିଜେ ହୋଇଥିଲେ । ଆଉ ସନ୍ଧ୍ୟା ସୁଦ୍ଧା ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ । ପ୍ରଥମେ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ତାଳଧ୍ବଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ସିଂହଦ୍ବାର ଲାଗିଥିଲା । ପରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ଆସି ସିଂହଦ୍ବାର ସମ୍ମୁଖରେ ଲାଗିଥିଲା । ଲକ୍ଷଲକ୍ଷ ଭକ୍ତଙ୍କ ଗହଣରେ ସୁରୁଖୁରୁରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ସମ୍ପର୍ଣ୍ଣ ହୋଇଛି । ଏବେ ଆସନ୍ତାକାଲି ସୁନାବେଶକୁ ଅପେକ୍ଷା କରିଛନ୍ତି ଭକ୍ତ । ମହଣ ମହଣ ସୁନାରେ ସଜେଇ ହୋଇ ଭକ୍ତଜନଙ୍କ ମନମୋହିବେ ଚତୁର୍ଦ୍ଧାମୂର୍ତ୍ତି ।

ଏହାବି ପଢନ୍ତୁ- Bahuda Yatra 2023: ସିଂହଦ୍ବାରରେ ପହଞ୍ଚିଲା ତାଳଧ୍ବଜ

ଏହାବି ପଢନ୍ତୁ- ବାହୁଡାଯାତ୍ରା ଅଘଟଣ: ତ୍ରିପୁରାରେ ବିତ୍ୟୁତ ତାରରେ ଲଗିଗଲା ରଥ, ଜଳିଗଲେ 6 ଭକ୍ତ

ଜନ୍ମବେଦୀରେ ସରିଲା ଲୀଳାଖେଳା । ଶ୍ରୀଗୁଣ୍ଡିଚା ମନ୍ଦିରରେ ନବଦିନାତ୍ମକ ଲୀଳାଖେଳା ସାରି ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ରଥରେ ବାହୁଡ଼ିଲେ । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଜମିବା ଆରମ୍ଭ ହୋଇଥିଲା । ବିଶ୍ବନିୟନ୍ତାଙ୍କ ଭକ୍ତିରେ ନାଚି ଉଠିଥିଲେ ନୃତ୍ୟଶିଳ୍ପୀ । ଜନସମୁଦ୍ର ପାଲଟିଥିଲା ଶରଧାବାଲିରୁ ସିଂହଦ୍ବାର । ଘଣ୍ଟଘଣ୍ଟା ହୁଳହୁଳିରେ ଚଉଦିଗ କମ୍ପି ଉଠିଥିଲା । ଆଡ଼ପ ମଣ୍ଡପରୁ ଆରମ୍ଭ ହୋଇଥିଲା ସଅଳ ନୀତିକାନ୍ତି । ନିର୍ଦ୍ଧାରିତ ସମୟର ତିନି ଘଣ୍ଟା ପୂର୍ବରୁ ପହଣ୍ଡି ହୋଇଥିଲା । ପ୍ରଥମେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା । ଚକ୍ରରାଜ ସୁଦର୍ଶନ ଓ ଦେବୀ ସୁଭଦ୍ରା ରଥରେ ବିଜେ କରିବା ପରେ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଟାହିଆ ହଲାଇ ଝୁଲିଝୁଲି ତାଳଧ୍ବଜ ରଥରେ ବିଜେ କଲେ ବଡ଼ ଠାକୁର । ଶେଷରେ ଟାହିଆ ହଲେଇ ଆସିଲା କାଳିଆ ସୁନା । ତା'ର ଚକା ନୟନରେ ଭକ୍ତଙ୍କୁ ଦେଖିବା ପରେ ହଲିଝୁଲି ରଥକୁ ଗଲା ଭାବ ବିନୋଦିଆ । ବିଶ୍ବନିୟନ୍ତାଙ୍କୁ ରଥରେ ଦେଖି ଭାବ ବିହ୍ବଳ ହୋଇଥିଲେ ଭକ୍ତ । ଜୟ ଜଗନ୍ନାଥ ଧ୍ବନିରେ ଫାଟି ପଡ଼ିଲା ଖଣ୍ଡମଣ୍ଡଳ ।

ଏହାବି ପଢନ୍ତୁ- ବାହୁଡ଼ିଲେ ଶ୍ରୀଜିଉ, ସିଂହଦ୍ବାରରେ ଲାଗିଲା ତିନି ରଥ

ଅନ୍ୟ ରୀତିନୀତି ପରେ ଶ୍ରୀନଅରରୁ ଆସି ଶରଧାବାଲିରେ ପହଞ୍ଚଥିଲେ ଗଜପତି ମହାରାଜ । ଆଉ ଆରମ୍ଭ ହୋଇଥିଲା ଛେରା ପହଁରା ନୀତି । ୧୨ଟା ୪୫ ସମୟରେ ଘର୍ଘର ନାଦରେ ଜନ୍ମବେଦୀରୁ ବାହୁଡ଼ିଲେ ଶ୍ରୀଜିଉ । ଆଗେ ଆଗେ ବଡ଼ଭାଇ, ପଛେ ପଛେ ଉଉଣୀ ସୁଭଦ୍ରା ଏବଂ ଶେଷରେ ଭକ୍ତଙ୍କ ଗହଳିରେ ଗଡ଼ିଲା ମହାବାହୁଙ୍କ ରଥ । କୋଟି ଓଡ଼ିଆଙ୍କ ମଉଡ଼ମଣି କାଳିଆ ସାଆନ୍ତେଙ୍କ ରଥକୁ ଆଗକୁ ଆଗକୁ ଟାଣି ନେଇଥିଲେ ଲକ୍ଷଲକ୍ଷ ଭକ୍ତ । ମାଉସୀ ମା'ଙ୍କ ମନ୍ଦିର ଆଗରେ କିଛି ସମୟ ପାଇଁ ରଥ ଅଟକିଥିଲା । ଯେଉଁଠି ପୋଡ଼ପିଠା ଭୋଗ ହୋଇଥିଲା । ପୋଡ଼ପିଠା ଖାଇ ଶ୍ରୀଜିଉ ପୁଣି ଶ୍ରୀମନ୍ଦିର ମୁହାଁ ହୋଇଥିଲେ ।

ଏହାବି ପଢନ୍ତୁ- Ancient Temple: ଉତ୍ତରକାଶୀରେ ଜଗନ୍ନାଥଙ୍କ ଦର୍ଶନ କଲେ ସବ୍ୟସାଚୀ, ମନ୍ଦିରର ପୁନଃରୁଦ୍ଧାର ପାଇଁ ଉଦ୍ୟମ

ସିଂହଦ୍ବାରରେ ଆଗପଛ ଲାଗିଥିଲା ତାଳଧ୍ବଜ ଓ ଦର୍ପଦଳନ ରଥ । ହେଲେ ବଡ଼ଦାଣ୍ଡ ନିକଟ ଶ୍ରୀନଅର ଠାରେ ମହାପ୍ରଭୁଙ୍କ ନନ୍ଦିଘୋଷ ଅଟକିଥିଲା । ଏହାପରେ ଆରମ୍ଭ ହୋଇଥିଲା ବାହୁଡ଼ା ଯାତ୍ରାରେ ମହାପର୍ବ । ଗଜପତି ମହାରାଜଙ୍କ ମଧ୍ୟସ୍ତିରେ ଲକ୍ଷ୍ମୀ ନାରାୟଣ ଭେଟ ହେଲା । ସଞ୍ଜ ହେବାର କିଛି ସମୟ ପୂର୍ବରୁ ସିଂହଦ୍ବାରରେ ଲାଗିଲା ନନ୍ଦିଘୋଷ ରଥ । ରଥରେ ଭାବର ଠାକୁରଙ୍କୁ ଦେଖି କୃତ୍ୟ କୃତ୍ୟ ହୋଇଛନ୍ତି ଭକ୍ତ । ଦୁଇ ହାତ ଉପରକୁ ଟେକି ଉଚାରୁଛନ୍ତି ଜୟ ଜଗନ୍ନାଥ । ଘଣ୍ଟ, ଶଙ୍ଖ, ହୁଳହୁଳି ନାଦରେ କମ୍ପି ଉଠୁଛି ଶ୍ରୀକ୍ଷେତ୍ର । ସଳଅ ନୀତିକାନ୍ତି ସହ ଶୃଙ୍ଖଳିତ ଭାବରେ ବାହୁଡ଼ା ଯାତ୍ରା ସମ୍ପର୍ଣ୍ଣ ହୋଇଛି । ଆସନ୍ତାକାଲି ସୁନାବେଶ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ବେଶ ଅପେକ୍ଷାରେ ରହିଛନ୍ତି ଭକ୍ତ ।

Last Updated : Jun 28, 2023, 10:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.