ପୁରୀ: ଜିଲ୍ଲା ପୋଲିସକୁ ପୁଣିଥରେ ବଡ଼ ସଫଳତା । ଚନ୍ଦନପୁର ଥାନା ପୋଲିସ ଆଜି ୧୬୫ଗ୍ରାମ ବ୍ରାଉନସୁଗାର ସହ ଦୁଇଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ ୭୫୬୦ ଟଙ୍କା, ଦୁଇଟି ମୋବାଇଲ, ଗୋଟିଏ ବାଇକ ଜବତ କରାଯାଇଛି ।
ଜବତ ବ୍ରାଉନସୁଗାରର ମୂଲ୍ୟ ୧୬ଲକ୍ଷ ୫୦ ହଜାର ଟଙ୍କା ହେବ । ଗିରଫ ଅଭିଯୁକ୍ତ ହେଉଛନ୍ତି ବଳଙ୍ଗା ଥାନା ଭାନପୁରର ସୁନୀଲ ଦାସ ଓ ପିପିଲିର କାର୍ତ୍ତିକ ଚନ୍ଦ୍ର ବୋଷ । ଏନଡିପିଏସ ଆକ୍ଟରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ୨୧(ବି)ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ଚନ୍ଦନପୁର ଥାନା IIC ସୁଶାନ୍ତ କୁମାର ବେହେରା ଓ ଏସଡିପିଓ କିଶୋର ଚନ୍ଦ୍ର ମୁଣ୍ଡଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା । ଏହି ସମୟରେ ଚନ୍ଦନପୁର ସିଡ଼ି ଛକ ନିକଟରେ ଦୁଇଜଣ ବ୍ରାଉନସୁଗାର ବେପାର ଚଳାଇଥିଲା । ଯୋଜନା ମୁତାବକ ଦୁହିଁଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ । ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ନେଇ ଅତିରିକ୍ତ ଏସ୍ପି ସୂଚନା ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ