ETV Bharat / state

ଶ୍ରୀମନ୍ଦିରରେ ଚକ୍ରବୁଲା ଏକାଦଶୀ ନୀତି, କାହିଁକି ନଗର ପରିକ୍ରମା କରନ୍ତି ଚକ୍ରରାଜ ସୁଦର୍ଶନ

ଆଜି ଶ୍ରାବଣ କୃଷ୍ଣ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ଚକ୍ରବୁଲା ଏକାଦଶୀ ନୀତି । ସୁନାବେଶରେ ମହାପ୍ରଭୁ ନିଜ ଦକ୍ଷିଣ ହସ୍ତରେ ଧାରଣ କରିଥିବା ଦିବ୍ୟ ଆୟୁଧ ଚକ୍ର ନଗର ପରିକ୍ରମା କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Jul 13, 2023, 3:24 PM IST

Updated : Jul 13, 2023, 4:09 PM IST

Etv Bharat
Etv Bharat
ଶ୍ରୀମନ୍ଦିରରେ ଚକ୍ରବୁଲା ଏକାଦଶୀ ନୀତି, କାହିଁକି ନଗର ପରିକ୍ରମା କରନ୍ତି ଚକ୍ରରାଜ ସୁଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହୋଇଛି ଚକ୍ରବୁଲା ଏକାଦଶୀ ନୀତି । ଏହି ଅବସରରେ ପ୍ରଭୁ ଚକ୍ରନାରାୟଣ ବିମାନରେ ଅଧିଷ୍ଠିତ ହୋଇ ନଗର ପରିକ୍ରମା କରିଛନ୍ତି । ରଥଯାତ୍ରା ପରେ ଏହା ହେଉଛି ଠାକୁରଙ୍କ ପ୍ରଥମ ବାହାର ବିଜେ । ତେବେ ପୁରୀ ସହରରେ ବ୍ୟାପୁଥିବା ବିଭିନ୍ନ ପ୍ରକାର ମହାମାରୀର ଦମନ ଲାଗି ଚକ୍ରରାଜ ସୁଦର୍ଶନ ଚକ୍ରନାରାୟଣ ଭାବେ ଏହି ପବିତ୍ର ଏକାଦଶୀ ତିଥିରେ ଦେଉଳରୁ ବାହାରି ନଗର ପରିକ୍ରମା କରିଥାନ୍ତି ।

Chakrabula Ekadasi ritual
ନଗର ପରିକ୍ରମା କଲେ ଚକ୍ରରାଜ ସୁଦର୍ଶନ

ଚକ୍ରନାରାୟଣ ହେଉଛନ୍ତି ମହାପ୍ରଭୁଙ୍କ ସୁଦର୍ଶନ ଚକ୍ର । ପୂର୍ବ କାଳରେ ଶ୍ରୀକ୍ଷେତ୍ରରେ ମହାମାରୀରେ ପଡ଼ି ଲୋକେ ବେଶ ହଇରାଣ ହେଉଥିଲେ । ବିଭିନ୍ନ ରୋଗ ଓ ମହାମାରୀ ସାହି ସାହିରେ ମୃତ୍ୟୁ ତାଣ୍ଡବ ରଚୁଥିଲା । ଏଭଳି ସ୍ଥିତିରେ ମହାପ୍ରଭୁ ତାଙ୍କ ଆୟୁଧ ଚକ୍ରନାରାୟଣଙ୍କୁ ପଠାଇ ନଗରବାସୀଙ୍କ ଖବର ନେଇଥାନ୍ତି । ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଚାରି ଆଶ୍ରମରେ ଠାକୁରେ ବିଜେ ହୋଇ ସ୍ବତନ୍ତ୍ର ନୀତି ପାଳିତ ହୋଇଥାଏ । ରଥଯାତ୍ରା ପରେ ଠାକୁରଙ୍କ ଏହା ହେଉଛି ପ୍ରଥମ ବାହାର ବିଜେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ସରିବା ପରେ ଏହି ନୀତି ସମ୍ପନ୍ନ ହୋଇଥାଏ ।

ଏହା ବି ପଢନ୍ତୁ- ଆନନ୍ଦବଜାରରେ ବଢ଼ୁଛି ଅଣସେବାୟତଙ୍କ ଦୌରାତ୍ମ୍ୟ, ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ସୁଆର ମହାସୁଆର ନିଯୋଗ

Chakrabula Ekadasi ritual
ବିମାନରେ ବିରାଜିତ ଚକ୍ରରାଜ ସୁଦର୍ଶନ

ଆଜି ଶ୍ରାବଣ କୃଷ୍ଣ ଏକାଦଶୀ ତିଥିରେ ପରମ୍ପରା ଅନୁଯାୟୀ ଚକ୍ରବୁଲା ଏକାଦଶୀ ନୀତି ପାଳିତ ହୋଇଥାଏ । ଏହି ଦିନ ମଧ୍ୟାହ୍ନ ଧୂପ ସରି ମଇଲମ ଓ ଶାଢ଼ୀ ଖଣ୍ଡୁଆ ଲାଗି ହୋଇ ଝଡ଼ା ଆଳତୀ ବଢିବା ପରେ ସର୍ବାଙ୍ଗ ନୀତି ଅନୁଷ୍ଠିତ ହୋଇଥାଏ । ଏହାପରେ ଶ୍ରୀମଦନମୋହନ ବେଶ ହୋଇ ଆଜ୍ଞା ମାଳ ପାଇ ଏକାଦଶୀ ବେଢ଼ାକୁ ବିଜେ କରିଥାନ୍ତି । ଏତଦବ୍ୟତୀତ ସୁନା ବେଶରେ ମହାପ୍ରଭୁ ଧାରଣ କରୁଥିବା ସୁବର୍ଣ୍ଣ ସୁଦର୍ଶନ ଚକ୍ର ଆଜ୍ଞାମାଳ ପାଇ ବିମାନକୁ ବିଜେ କରନ୍ତି । ଉକ୍ତ ବିମାନକୁ ବିମାନବଡୁ ସେବାୟତ ସ୍କନ୍ଧରେ ବହନ କରି ସିଂହଦ୍ବାର ଦେଇ ଶ୍ରୀନଅର ନିକଟକୁ ଆସିଥାନ୍ତି ।

ସେଠାରେ ପନ୍ତିଭୋଗ ହେବାପରେ ଶ୍ରୀକ୍ଷେତ୍ରର ପ୍ରାଚୀନ ଚାରି ଆଶ୍ରମ ଯଥା ମାର୍କଣ୍ଡେୟ, ଅଙ୍ଗିରା, ଭୃଗୁ, କଣ୍ଡୁ ଆଶ୍ରମକୁ ବିଜେ କରିଥାନ୍ତି । ପ୍ରତି ଆଶ୍ରମରେ ଶୀତଳ ଭୋଗ, ବନ୍ଦାପନା ହୋଇ ନଗର ପରିକ୍ରମା ପରେ ସୁବର୍ଣ୍ଣ ସୁଦର୍ଶନ ଚକ୍ର ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥାନ୍ତି । ଏହାକୁ ଚକ୍ର ବୁଲା ଏକାଦଶୀ କୁହାଯାଇଥାଏ । ଏନେଇ ଶ୍ରୀମନ୍ଦିର ଚୂନରା ସେବାୟତ ଶରତ ମହାନ୍ତି କହିଛନ୍ତି," ମହାପ୍ରଭୁଙ୍କ ୨୪ଟି ଏକାଦଶ ମଧ୍ୟରୁ ଶ୍ରାବଣ କୃଷ୍ଣ ପକ୍ଷ ଏକାଦଶୀରେ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରରେ ଏହାକୁ ଚକ୍ରବୁଲା ଏକାଦଶୀ ବୋଲି କୁହାଯାଏ । ମହାପ୍ରଭୁଙ୍କ ଦିବ୍ୟ ଆୟୁଧ ଚକ୍ର ନଗର ପରିକ୍ରମା କରି ଶ୍ରୀକ୍ଷେତ୍ରର ୪ ଆସନକୁ ଯାଇଥାନ୍ତି ।"

ଇଟିଭି ଭାରତ, ପୁରୀ

Last Updated : Jul 13, 2023, 4:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.