ETV Bharat / state

ମେ’ 7ରେ ଅକ୍ଷୟ ତୃତୀୟା, ରଥ ନିର୍ମାଣ ପାଇଁ ଖଳା ପ୍ରସ୍ତୁତ

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ ଖଳା ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି । ଅକ୍ଷୟ ତୃତୀୟା ଦିନ ତିନି ଗୋଟି ଧଉରା କାଠ ରଖାଯାଇ ପାରମ୍ପରିକ ପୂଜାର୍ଚ୍ଚନା ହେବା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

author img

By

Published : Apr 30, 2019, 6:17 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଆସନ୍ତା ମାସ 7 ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ତେବେ ଏଥି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ ଖଳା ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଶ୍ରୀମନ୍ଦିର କାର୍ଯ୍ୟଳୟ ଆଗରେ ତଥା ଗଜପତି ମହାରାଜଙ୍କ ଶ୍ରୀନଅର ସାମ୍ନାରେ ଏହି ରଥ ଖଳା ପ୍ରସ୍ତୁତି ଆରମ୍ଭ ହୋଇଛି । ଲୁହାଖମ୍ବ ପୋତା ଯାଇ ବାଉଁଶ ବନ୍ଧା ହୋଇ ଛାମୁଣ୍ଡିଆ ପ୍ରସ୍ତୁତ କରାଯାଉଛି । ଏହି ଖଳାରେ ଅକ୍ଷୟ ତୃତୀୟା ଦିନ ତିନି ଗୋଟି ଧଉରା କାଠ ରଖାଯାଇ ପାରମ୍ପରିକ ପୂଜାର୍ଚ୍ଚନା ହେବା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ମହାରଣା ସେବକ ମାନେ ରଥ ନିର୍ମାଣ କାର୍ଯ୍ୟରେ ରହିବେ । ଭୋଇ ସେବକ ମାନେ ମଧ୍ୟ ସହଯୋଗ କରିବେ ।

ରଥ ଖଳା ସମେତ କମାର ଚାଳି, ଚନ୍ଦନ ଚକଡ଼ା ଆଦି ପ୍ରସ୍ତୁତ କରାଯାଉଛି । ରଥ ନିର୍ମାଣରେ ଲାଗୁଥିବା ମହାରଣା ସେବକ, ଭୋଇ ସେବକ ମାନେ ସେହିଦିନ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ହବିଷ୍ୟାନ୍ନ ଗ୍ରହଣ କରି ସୁଦ୍ଧ ପୁତ୍ତ ଭାବେ ମହାପ୍ରଭୁଙ୍କୁ ସ୍ମରଣ କରି ରଥ ନିର୍ମାଣରେ ନିମଗ୍ନ ରୁହନ୍ତି । ଆସନ୍ତା ଜୁଲାଇ 4 ତାରିଖରେ ମାହାପ୍ରଭୂଙ୍କର ଶ୍ରୀଗୁଣ୍ଡିଚା ଯାତ୍ରା ତଥା ରଥଯାତ୍ରା ଅନୁଷ୍ଠିତ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.