ETV Bharat / state

ଚଳନ୍ତା କାରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

author img

By

Published : Feb 9, 2021, 4:24 PM IST

ଚଳନ୍ତା କାରରେ ଲାଗିଲା ନିଆଁ । କେହି ମୃତାହତ ହୋଇ ନଥିବା ସୂଚନା । ଯାନ୍ତ୍ରିକ ତୃଟି ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ । ଅଧିକ ପଢନ୍ତୁ...

car burn in khordha,no casuality
ଚଳନ୍ତା କାରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଖୋର୍ଦ୍ଧା : ଚଳନ୍ତା କାରରେ ଲାଗିଲା ନିଆଁ । ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଖୋର୍ଦ୍ଧାର ପ୍ରତାପ ଗାଁର ଆଦିତ୍ୟ ବାରିକ ନିଜ ଇଣ୍ଡିଗୋ କାରରେ ଚାରି ଜଣ ସମ୍ପର୍କୀୟଙ୍କୁ ନେଇ ବାଣପୁର ମେଡିକାଲ ଯାଇଥିଲେ l ତେବେ ମେଡ଼ିକାଲରୁ ଫେରିଲା ବେଳକୁ ଆଦିତ୍ୟ କାରଟିକୁ କୁମାରାଙ୍ଗ ଛକରେ ରଖି ଓହ୍ଲାଉଥିବା ବେଳେ ହଠାତ କାର ଇଞ୍ଜିନରେ ନିଆଁ ଲାଗିଯାଇ କାରଟି ଜଳିବାକୁ ଲାଗିଥିଲା l

ସଙ୍ଗେ ସଙ୍ଗେ ଆଦିତ୍ୟ ଚିତ୍କାର କରିବା ସହ ସମ୍ପର୍କୀୟଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇଥିଲେ । ସ୍ଥାନୀୟ ଲୋକଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ଘଟଣାସ୍ଥଳରେ ବାଣପୁର ଅଗ୍ନିଶମ ବାହିନୀ ପହଞ୍ଚି ତଦନ୍ତ ଜାରି ରଖିଛି l ତେବେ ଯାନ୍ତ୍ରିକ ତୃଟି ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି l

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.