ETV Bharat / state

ମହାପ୍ରଭୁଙ୍କ ଶରଣରେ ମହାଦେବନ, ସପରିବାର କଲେ ଜଗା ଦର୍ଶନ

Shankar Mahadevan Visit Puri: ପୁରୀ ଗସ୍ତରେ ଆସି ଲୋକପ୍ରିୟ କଣ୍ଠଶିଳ୍ପୀ ଶଙ୍କର ମହାଦେବନ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏହି ସମୟରେ ସେ ଜଗା ଦର୍ଶନ କରି ଖୁସିବ୍ୟକ୍ତ କରିବା ସହ ମହାପ୍ରଭୁଙ୍କ ନିକଟରେ ସାରା ବିଶ୍ବବାସୀଙ୍କ ମଙ୍ଗଳ କାମନା ପାଇଁ ପ୍ରାର୍ଥନା କରିଥିବା କହିଛନ୍ତି ।

ମହାପ୍ରଭୁଙ୍କ ଦର୍ଶନ କଲେ ବଲିଉଡ୍ ପ୍ରସିଦ୍ଧ କଣ୍ଠଶିଳ୍ପୀ ଶଙ୍କର ମହାଦେବନ

author img

By ETV Bharat Odisha Team

Published : Jan 8, 2024, 4:59 PM IST

ମହାପ୍ରଭୁଙ୍କ ଦର୍ଶନ କଲେ ବଲିଉଡ୍ ପ୍ରସିଦ୍ଧ କଣ୍ଠଶିଳ୍ପୀ ଶଙ୍କର ମହାଦେବନ

ପୁରୀ: ବଲିଉଡ ଲୋକପ୍ରିୟ କଣ୍ଠଶିଳ୍ପୀ ଶଙ୍କର ମହାଦେବନ ପୁରୀ ଗସ୍ତ କରି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ସେ ସପରିବାର ସହ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ଏହି ସମୟରେ ସେ ଜଗା ଦର୍ଶନ କରି ଖୁସିବ୍ୟକ୍ତ କରିଛନ୍ତି । ଏଥିସହ ଗଣମାଧ୍ୟମକୁ ପ୍ରତିକ୍ରିୟା ହେଇ ସେ ମହାପ୍ରଭୁଙ୍କ ନିକଟରେ ସାରା ବିଶ୍ବବାସୀଙ୍କ ମଙ୍ଗଳ କାମନା ପାଇଁ ପ୍ରାର୍ଥନା କରିଥିବା କହିଛନ୍ତି ।

ଶଙ୍କର ମହାଦେବନ ପ୍ରଥମେ ପ୍ରଭୁ ପତିତପାବନଙ୍କୁ ପ୍ରଣାମ କରି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ଶ୍ରୀ ମନ୍ଦିର ରତ୍ନ ସିଂହାସନରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ପରେ ଭିତରେ ବେଢ଼ା ପରିକ୍ରମା କରିବା ସହ ବିଭିନ୍ନ ଦେବାଦେବୀ ମନ୍ଦିର ଯାଇ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ । ତେବେ ଶ୍ରୀ ମନ୍ଦିରରୁ ବାହାରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶଙ୍କର କହିଥିଲେ ଦୀର୍ଘ ଦିନ ହେଲା ତାଙ୍କ ପରିବାରର ସ୍ବପ୍ନ ଥିଲା ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ । କିନ୍ତୁ ଏହା ସମ୍ଭବ ହେଉ ନଥିଲା । ତେବେ କାଳିଆର ଡାକରା ମିଳିବା ପରେ ସେ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିବା କଣ୍ଠଶିଳ୍ପୀ ଶଙ୍କର ମହାଦେବନ କହିଛନ୍ତି ।

ଏହି ସମୟରେ ସେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା, ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଏକ ଅନନ୍ୟ ଦିବ୍ୟ ସମୟ ଭକ୍ତଙ୍କ ପାଇଁ ବୋଲି ସେ କହିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଖୁବ୍ ପ୍ରଶଂସା କରିଛନ୍ତି । ଏହା ଦ୍ବାରା ଭକ୍ତ ମାନେ ଆହୁରି ଅଧିକ ସୁବିଧା ସୁଯୋଗ ପାଇବେ । ଶେଷରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଜୟ ଜଗନ୍ନାଥ ସଙ୍ଗୀତ ଗାନ କରିଛନ୍ତି । ତାଙ୍କ ସହ ଭକ୍ତ ମାନେ ମଧ୍ୟ ଗୀତକୁ ଦୋହାଇଛନ୍ତି । ତେବେ ପ୍ରଭୁ ଜଗନ୍ନାଥ ସାରା ବିଶ୍ବବାସୀଙ୍କ କଲ୍ୟାଣ କରନ୍ତୁ ବୋଲି ସେ ପ୍ରାର୍ଥନା କରିଥିବା କହିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇ ସେ ବହୁତ ଖୁସି ଥିବା କହିବା ସହ ଏହା ତାଙ୍କ ପାଇଁ ଏବଂ ତାଙ୍କ ପରିବାର ପାଇଁ ସ୍ମରଣୀୟ ମୁହୂର୍ତ୍ତ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଶ୍ରୀକ୍ଷେତ୍ର ଆସି ମହାବାହୁଙ୍କୁ ଦର୍ଶନ କଲେ ବଲିଉଡ୍ ଅଭିନେତା ଅନୁପମ ଖେର

ଶଙ୍କର ମହାଦେବନ ୪ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ୩ ଥର ଶ୍ରେଷ୍ଠ ପୁରୁଷ ପ୍ଲେବ୍ୟାକ ଗାୟକ ଏବଂ ଥରେ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବରେ ପୁରସ୍କୃତ ହୋଇଛନ୍ତି । ଏଥିସହ ୨୦୧୯ରେ ସେ ଭାରତ ସରକାରଙ୍କ ପକ୍ଷରୁ କଳା କ୍ଷେତ୍ରରେ ନିଜର ଦମଦାର ପ୍ରଦର୍ଶନ ପାଇଁ ପଦ୍ମଶ୍ରୀ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ସେ ଅନେକ ବଲିଉଡ ଗୀତରେ ନିଜର କଣ୍ଠଦାନ କରି ଦର୍ଶକଙ୍କ ମନ ଜିତିଛନ୍ତି । ଏଥିସହ ସେ ବ୍ରୀଥଲେସ୍ ଗୀତ ପାଇଁ ମଧ୍ୟ ବେଶ ପରିଚିତ । ସେ କେବଳ ହିନ୍ଦୀ ଭାଷାରେ ନୁହଁ ତେଲୁଗୁ, ମରାଠୀ, କନ୍ନଡ, ତାମିଲ ଫିଲ୍ମ ପାଇଁ ମଧ୍ୟ ଗୀତ ଗାଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.