ETV Bharat / state

ସତ୍ୟବାଦୀରେ ଶହୀଦ ଦେବାଶିଷ ବିଶ୍ବାଳଙ୍କ ଶ୍ରଦ୍ଧାଞ୍ଜଳି ସଭା, ସାମିଲ ହେଲେ ଅଭିନେତା ମିଥୁନ - ଶହୀଦ ଦେବାଶିଷ ବିଶ୍ବାଳ

ପୁରୀ ଜିଲ୍ଲା ସତ୍ୟବାଦୀ ମାଟିର ବୀରପୁଅ ଶହୀଦ ଦେବାଶିଷ ବିଶ୍ବାଳଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । ଏଥିରେ ସାମିଲ ହୋଇ ସତ୍ୟବାଦୀ ମାଟିକୁ ପ୍ରଣାମ କରିଛନ୍ତି ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ଅଧିକ ପଢନ୍ତୁ

actor joins martyred debashis condolence meeting
ଶହୀଦ ଦେବାଶିଷ ବିଶ୍ବାଳଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ ହେଲେ ବଲିଉଡ ଅଭିନେତା
author img

By

Published : Apr 24, 2023, 8:49 AM IST

ଶହୀଦ ଦେବାଶିଷ ବିଶ୍ବାଳଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ ହେଲେ ବଲିଉଡ ଅଭିନେତା

ପୁରୀ: ଜମ୍ମୁ କାଶ୍ମୀର ପୁଞ୍ଚ ସେକ୍ଟରରେ ଆତଙ୍କୀ ଆକ୍ରମଣରେ ଶହୀଦ ହୋଇଥିବା ଦେବାଶିଷ ବିଶ୍ବାଳଙ୍କର ପୁରୀ ସତ୍ୟବାଦୀରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । ଏଥିରେ ବଲିଉଡ ଅଭିନେତା ମଥୁନ ଚକ୍ରବର୍ତ୍ତୀ ସାମିଲ ହୋଇଛନ୍ତି । ଏହା ସହ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ସଭାରେ ଯୋଗ ଦେଇଛନ୍ତି । ବୀରପୁଅ ଦେବାଶିଷ ବିଶ୍ବାଳଙ୍କ ଜନ୍ମମାଟି ସତ୍ୟବାଦୀକୁ ପ୍ରଣାମ କରିବା ସହ ଆତଙ୍କୀକୁ ଏହାର ଜବାବ ଦିଆଯିବ ବୋଲି କହିଛନ୍ତି ଅଭିନେତା ମିଥୁନ ଚକ୍ରବର୍ତ୍ତୀ ।

ଶହୀଦ ଦେବାଶିଷ ବିଶ୍ବାଳଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ଅଭିନେତା ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି, '' ଶତ୍ରୁ ଦେଶକୁ ବେଶ୍ ଭାରି ପଡିବ । ଶହୀଦ୍ ଦେବାଶିଷ ବିଶ୍ବାଳଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ । ଶତ୍ରୁମାନେ ଭାରତକୁ ଦୁର୍ବଳ ଭାବନ୍ତୁ ନାହିଁ । ଏହି ଘଟଣା ଶତ୍ରୁ ଉପରେ ବେଶ୍ ଭାରି ପଡିବ । ଭାରତର ସାହାସୀ ସିପାହୀଙ୍କ ବଳିଦାନର ଜବାବ ଶତ୍ରୁଙ୍କୁ ନିଶ୍ଚିତ ଦିଆଯିବ । ଖାଲି ଠିକ ସମୟକୁ ଅପେକ୍ଷା କର ଆତଙ୍କୀଙ୍କୁ ଶତ୍ରୁକୁ କଡା ଜବାବ ମିଳିବ ।''

ସେହିପରି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ବୀରପୁତ୍ର ଦେବାଶିଷ ବିଶ୍ବାଳଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ କହିଛନ୍ତି, ''ମହାନ ଆତ୍ମା ଦେବାଶିଷ ବିଶ୍ବାଳଙ୍କୁ ମୋର କୋଟି କୋଟି ପ୍ରଣାମ । ଏହି ବୀର ପୁତ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଛନ୍ତି ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ଏ ବଳିଦାନ ବ୍ୟର୍ଥ ଯିବା ନାହିଁ ପାକିସ୍ତାନକୁ କଡା ଜବାବ ମିଳିବ ।''

ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଅନ୍ୟକାମରେ ଓଡିଶା ଆସିଥିଲେ । ଶହୀଦ ଦେବାଶିଷ ବିଶ୍ବାଳଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ସେ ନିଜକୁ ଧନ୍ୟ ମନେ କରିଛନ୍ତି । ସତ୍ୟବାଦୀ ମାଟିକୁ କୋଟି କୋଟି ପ୍ରଣାମ କରିଛନ୍ତି ମିଥୁନ ଚକ୍ରବର୍ତ୍ତୀ । ସତ୍ୟବାଦୀ ଆସି ଶହୀଦ ଦେବାଶିଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ମିଥୁନ । ମିଥୁନ ଚକ୍ରବର୍ତ୍ତୀ ସାକ୍ଷୀଗୋପାଳର ପ୍ରସିଦ୍ଧ ମନ୍ଦିର ସାକ୍ଷୀଗୋପୀନାଥ ଯାଇ ପ୍ରଭୁ ରାଧାକୃଷ୍ଣଙ୍କୁ ଦର୍ଶନ କରିଥିଲେ । ଦେଶର ମଙ୍ଗଳ କାମନା କରି ପ୍ରାର୍ଥନା କରିଥିଲେ । ଅକ୍ଷୟ ତୃତୀୟା ଅବସରରେ ସେ ସମ୍ବିତଙ୍କ ସହ ମିଶି ଅଖିମୁଠି ଅନୁକୂଳ କରିଥିଲେ ।

ପିପିଲିର ଲକ୍ଷ୍ମୀ ନାରାୟଣପୁର ପଞ୍ଚାୟତରେ ମିଥୁନ ଚାଷୀଙ୍କ ସହ ମିଶି ଅଖିମୁଠି ଅନୁକୂଳ କରିଥଲେ । ଓଡ଼ିଶା ସହିତ ତାଙ୍କର ନିବିଡ ସମ୍ପର୍କ ରହିଛି । ସେ ଓଡ଼ିଶାକୁ ବହୁତ୍ ଭଲ ପାଆନ୍ତି । ଓଡ଼ିଶାବାସୀ ମଧ୍ୟ ତାଙ୍କୁ ବେଶ୍ ଭଲ ପାଇବା ସମ୍ମାନ ଦେଇଛନ୍ତି । ଏଣୁ ଯେତେବେଳେ ସୁଯୋଗ ମିଳେ ସେ ଓଡ଼ିଶା ଆସିବା ପାଇଁ ପ୍ରସ୍ତୁତ ଥାନ୍ତି ବୋଲି କହିଛନ୍ତି ଅଭିନେତା ମିଥୁନ ଚକ୍ରବର୍ତ୍ତୀ ।

ଏହା ବି ପଢନ୍ତୁ...ଆତଙ୍କୀ ଆକ୍ରମଣରେ ଓଡ଼ିଆ ଯବାନ ଦେବାଶିଷ ଶହୀଦ, ମୁଖ୍ୟମନ୍ତ୍ରୀଙ୍କ ଶୋକ
ଏହା ବି ପଢନ୍ତୁ...ଶହୀଦ ସ୍ମାରକୀ: କୁନି ଝିଅ ହାତରେ ଶହୀଦ ବାପାର ଶେଷ ସନ୍ତକ

ପ୍ରକାଶଥାଉ କି, ଏପ୍ରିଲ 20 ତାରିଖରେ ଜମ୍ମୁ କାଶ୍ମୀର ପୁଞ୍ଚରେ ସେନା ଗାଡି ଉପରକୁ ଗ୍ରେନେଡ ମାଡ କରିଥିଲେ ଆତଙ୍କବାଦୀ । ଏଥିରେ 5 ଯବାନ ଶହୀଦ ହୋଇଥିଲେ । 4 ଜଣ ପଞ୍ଜାବର ବୀର ଯବାନ ରହିଥିଲା ବେଳେ ଦେବାଶିଷ ବିଶ୍ବାଳ ଜଣେ ଓଡିଆ ମାଟିର ବୀର ସନ୍ତାନ ଥିଲେ । ଦେଶ ପାଇଁ ମାଟି ମାଆର ସୁରକ୍ଷା ପାଇଁ ଜୀବନ ଦେଇଛନ୍ତି ବୀର ଯବାନ । ଜନ୍ମକଲା ମାଆ କୋଳ ଖାଲି ହୋଇଯାଇଛି ସତ ହେଲେ ଜନ୍ମମାଟି ସେ ଜୀବନ ଦେଇଛନ୍ତି । ଏ ଦେଶ ଜାତି ବୀରପୁତ୍ରଙ୍କ ଏହି ବଳିଦାନକୁ କେବେ ଭୁଲିବ ନାହିଁ ।

ଇଟିଭି ଭାରତ, ପୁରୀ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.