ETV Bharat / state

ତେଜୁଛି ଆବାସ ଯୋଜନା ବିବାଦ, ଗୋପ ବ୍ଳକରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ ବିଜେପିର ପ୍ରତିବାଦ ରାଲି

author img

By

Published : Feb 7, 2023, 9:32 AM IST

ଆବାସ ଯୋଜନାରେ ଦୁର୍ନୀତି ନେଇ ଚାରିଆଡେ ଅସନ୍ତୋଷ । ଗୋପ ବ୍ଳକରେ ବ୍ୟାପକ ଅନିୟମିତା ଅଭିଯୋଗରେ ପ୍ରତିବାଦ ରାଲି କଲା ବିଜେପି । ଅଧିକ ପଢନ୍ତୁ

ଗୋପ ବ୍ଲକରେ ବିଜେପି ରାଲି
ଗୋପ ବ୍ଲକରେ ବିଜେପି ରାଲି
ଗୋପ ବ୍ଲକରେ ବିଜେପି ରାଲି

ପୁରୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ବଣ୍ଟନରେ ଅନିୟମିତତା ନେଇ ଥମୁନି ବିବାଦ । ଆବାସ ଯୋଜନା ତାଲିକା ପ୍ରକାଶ ପରେ ଚାରିଆଡେ ଅସନ୍ତୋଷର ନିଆଁ ଜଳୁଛି । ଅଯୋଗ୍ୟ ହିତାଧିକାରୀଙ୍କ ନାଁ ତାଲିକାରେ ଥିବାବେଳେ ଯୋଗ୍ୟ ହିତାଧିକାରୀ ବାଦ୍ ପଡିଥିବା ଅଭିଯୋଗ ହୋଇଛି । ପୁରୀ ଜିଲ୍ଲା ଗୋପ୍ ବ୍ଲକରେ ମଧ୍ୟ ଏହି ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆସଛି । ଏହାକୁ ପ୍ରତିବାଦ କରି ଗୋପରେ ବିଜେପି ପକ୍ଷରୁ ବିଶାଳ ରାଲି କରାଯାଇ ବ୍ଲକ ଅଫିସ୍ ଘେରାଉ କରାଯାଇଛି ।

ଗୋପ ବଜାରରୁ ଏହି ବିଶାଳ ରାଲି ବାହାରି ଗୋପ ବ୍ଳକରେ ପହଞ୍ଚିବା ପରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେପି ରାଜ୍ୟ ମହିଳା ଉପସଭାପତି ପ୍ରଭାତୀ ପରିଡାଙ୍କ ନେତୃତ୍ବତରେ ଏହି ପ୍ରତିବାଦ ରାଲି ହୋଇଛି । ଏଥିରେ ପୁରୀ ଜିଲ୍ଲା ଓ ଗୋପ ବ୍ଲକ ବିଜେପିର ବହୁ ନେତା, କର୍ମୀ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ବିରୁଦ୍ଧରେ ଗର୍ଜନ କରିଛନ୍ତି ।

ବିଜେପି ମହିଳା ଉପସଭାପତି ପ୍ରଭାତୀ ପରିଡା କହିଛନ୍ତି ଯେ, ଗୋପ ବ୍ଲକରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି । ଅନେକ ଅଯୋଗ୍ୟ ଆବାସ ଘର ପାଇଛନ୍ତି କିନ୍ତୁ ଯୋଗ୍ୟ ହିତାଧିକାରୀ ନିରାଶ ହୋଇଛନ୍ତି । ଶାସକ ବିଜେଡିର କର୍ମୀ ଓ ନେତା ଦୁର୍ନୀତି କରି ଆବାସ ଘର ହାତେଇଛନ୍ତି । ବହୁସଂଖ୍ୟକ ଗରିବ, ଭିନ୍ନକ୍ଷମ, ଯୋଗ୍ୟ ହିତାଧକାରୀଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ । ବ୍ଲକ ବିଡ଼ିଓଙ୍କ ଏହି ଦୁର୍ନୀତିରେ ସମ୍ପୃକ୍ତି ରହିଥିବା ବିଜେପି ନେତ୍ରୀ ଅଭିଯୋଗ ଆଣିଛନ୍ତି । ତୁରନ୍ତ ବିଡ଼ିଓ ଆବାସ ଘର ବଣ୍ଟନ ପାଇଁ ପୁଣିଥରେ ସର୍ଭେ କରି ଯୋଗ୍ୟ ହିତାଧୀକାରୀଙ୍କୁ ଯୋଜନାରେ ସାମିଲ କରନ୍ତୁ ନଚେତ୍ ବିଜେପି ବାଧ୍ୟ ହୋଇ ଆଇନ ଅମାନ୍ୟ ଆନ୍ଦୋଳନ କରିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ମଣ୍ଡିରେ ଅବ୍ୟବସ୍ଥା ନେଇ ଅତିଷ୍ଠ ଚାଷୀ, ଯୋଗାଣ ନିଗମ କାର୍ଯ୍ୟାଳୟ ଘେରିଲା ବିଜେପି କୃଷକ ମୋର୍ଚ୍ଚା

ସେପଟେ ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ କହିଛନ୍ତି, ''ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଲୋକଙ୍କୁ ସହାୟତା ପାଇଁ ଆବାସ ଯୋଜନାରେ ପକ୍କା ଘର ଦେଇଛନ୍ତି । ହେଲେ ଦୁର୍ନୀତିରେ ବୁଡ଼ି ରହିଥିବା ଥିବା ବିଜେଡ଼ି କେବଳ ନିଜର କର୍ମୀମାନଙ୍କୁ ଘର ବଣ୍ଟନ କରିଛି । ଯଦି ଗୋପ ବ୍ଳକରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆନଯାଏ ତାହାହେଲେ ଏହା ବିରୁଦ୍ଧରେ ଆଗାମୀ ଦିନରେ ବିଜେପି ବ୍ୟାପକ ଆନ୍ଦୋଳନ କରିବ ।''

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.