ETV Bharat / state

Municipal Polls: ଶାସକ ଦଳର ଅବହେଳାକୁ ଅସ୍ତ୍ର କରି ଭୋଟ ମାଗୁଛି ବିଜେପି

author img

By

Published : Mar 17, 2022, 10:18 AM IST

ପୌର ନିର୍ବାଚନକୁ ନେଇ ପୁରୀ ଜିଲ୍ଲା ପିପିଲି NACରେ ପ୍ରଚାର ଜୋର ଧରିଛି । ବିଜେପି ପକ୍ଷରୁ ଡୋର ଟୁ ଡୋର କ୍ୟାମ୍ପେନ ସହିତ ଶାସକ ଦଳର ଅବହେଳା ପ୍ରସଙ୍ଗ ନେଇ ମଇଦାନକୁ ଓହ୍ଲେଇଛି ବିଜେପି । ଅଧିକ ପଢନ୍ତୁ

Municipal Polls: ଡୋରଟୁ ଡୋର ବୁଲୁଛନ୍ତି ପ୍ରାର୍ଥୀ, ବିଜେପି ମାଗୁଛି ଭୋଟ୍‌

ପୁରୀ: ପୌର ଫାଇଟକୁ ନେଇ ଚଳଚଞ୍ଚଳ ସାରା ରାଜ୍ୟ । ତେବେ ପୌର ନିର୍ବାଚନକୁ ନେଇ ପୁରୀ ଜିଲ୍ଲା ପିପିଲି NACରେ ପ୍ରଚାର ଜୋର ଧରିଛି । ବିଜେପି ପକ୍ଷରୁ ଡୋର ଟୁ ଡୋର କ୍ୟାମ୍ପେନ ଚାଲିଛି । ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରଚାର ଚାଲିଛି ପିପିଲିରେ । ସଞ୍ଜ ନଇଁଲେ ହେଉଛି ଘରକୁ ଘର ବୁଲି ପ୍ରଚାର । ପ୍ରମୁଖ ସମସ୍ୟା ଡ୍ରେନେଜ ସମସ୍ୟା, ପରିମଳ ବ୍ୟବସ୍ଥା ସମସ୍ୟାର ସମାଧାନ ବିଜେଡି କରିନାହିଁ ଅଭିଯୋଗ ଆସିଛି ।

ଆଶ୍ରିତ ପଟ୍ଟନାୟକ ନିଜେ ସବୁ ୱାର୍ଡ ବୁଲି ବିଜେପିକୁ ଭୋଟ ଦେଇ ପିପିଲିକୁ ବିକାଶ ରାସ୍ତାରେ ନେବାକୁ ସେ ଅନୁରୋଧ କରୁଛନ୍ତି । ଦୀର୍ଘ ବର୍ଷ ହେବ ବିଜେଡି ହାତରେ ଶାସନ ଭାର ଥିଲେ ମଧ୍ୟ ବିଜେଡି ଦଳ ପିପିଲିକୁ ସବୁବେଳେ ଅବହେଳାରେ ରଖିଥିବା ବିଜେପି ଅଭିଯୋଗ କରିଛି । ପିପିଲି ଭୁବନେଶ୍ୱର ନିକଟରେ ଥିଲେ ମଧ୍ୟ ଯେତିକି ବିକାଶ ହେବା କଥା କିଛି ବି ହୋଇ ନାହିଁ । ନାହିଁ ନାହିଁରେ ରହି ଯାଇଛି ପିପିଲି ।

ସେ ବସଷ୍ଟାଣ୍ଡ ହେଉକି ପାର୍କ, କମ୍ୟୁନିଟି ହଲ କିଛି ବି ନାହିଁ ପିପିଲିରେ । ସେହିପରି ପିପିଲି NACରେ ଡ୍ରେନେଜ ଅବ୍ୟବସ୍ଥା ଯୋଗୁଁ ଲୋକମାନେ କଲବଲ ହେଉଥିବା ବେଳେ ଏହାର ସମାଧାନ ବିଜେଡି କି ପୂର୍ବ ଶାସନରେ ଥିବା କଂଗ୍ରେସ ବି କରିନାହାଁନ୍ତି । ଏଣୁ ଲୋକ ମାନେ ବିଜେପି ପ୍ରତି ଆସ୍ଥା ପ୍ରକଟ କରିଛନ୍ତି । ଚଳିତ ପୌର ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରି ପିପିଲି ଏନଏସି କାଉନସିଲ ହାତକୁ ନେବ ବୋଲି ବିଜେପି ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.