ETV Bharat / state

କମିଶନ ଟଙ୍କା ଦେଲେନି ବୋଲି ଧୀବରଙ୍କୁ ପିଟିଲେ BJD କର୍ମୀ !

author img

By

Published : Dec 24, 2021, 7:33 AM IST

ଫନି ବାତ୍ୟାରେ ମେରାଇନ ସହାୟତା ଟଙ୍କା କରାଇ ଦେଇଥିବା ବିଜେଡି କର୍ମୀଙ୍କୁ ଟଙ୍କା ଦେଲେନି ମତ୍ସ୍ୟଜୀବୀ । ହାତ ଗୋଡ ବାନ୍ଧି ମାଡ ମାରିଥିବା ଅଭିଯୋଗ । ଅଧିକ ପଢନ୍ତୁ

ମାଛ ଧରାଳିଙ୍କୁ ମେରାଇନ ଟଙ୍କା କରାଇଦେଇଥିବା BJD କର୍ମୀ ମାଡ ମାରିଥିବା ଅଭିଯୋଗ

ବ୍ରହ୍ମଗିରି: ଫନି ବାତ୍ୟାରେ ମେରାଇନ ସହାୟତା ଟଙ୍କା କରାଇ ଦେଇଥିବା ବିଜେଡି କର୍ମୀଙ୍କୁ ଟଙ୍କା ଦେଲେନି ମାଛ ଧରାଳି । ହାତ ଗୋଡ ବାନ୍ଧି ମାଡ ମାରିଥିବା ଅଭିଯୋଗ ।

ବନ୍ଧା ଯାଇଥିବା ମାଛ ଧରାଳିଙ୍କ କହିବା ଅନୁଯାୟୀ, ତାଙ୍କୁ ସରକାରଙ୍କ ପକ୍ଷରୁ ଫନି ବାତ୍ୟାରେ ମେରାଇନ ଟଙ୍କା ମିଳିବାର ଥିଲା । ବିଜେଡି କର୍ମୀ ତାଙ୍କ ମେରାଇନ ଟଙ୍କା କରାଇଦେଇଥିବାରୁ ପରେ କମିଶନ ମାଗିଥିଲେ । ମାତ୍ର ମାଛ ଧରାଳି ଜଣକ ସେମାନଙ୍କୁ କମିଶନ ବାବଦକୁ ଟଙ୍କା ଦେଇନଥିଲେ । ଫଳରେ ତାଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡ ମରାଯାଇଥିବା ଅଭିଯୋଗ କରିଛନ୍ତି । ସେ ମଧ୍ୟ ଏଥିପାଇଁ କେତେକ ବିଜେଡି କର୍ମୀଙ୍କୁ ଦାୟୀ କରିଛନ୍ତି । ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ କୃର୍ଷ୍ଣପ୍ରସାଦ ବ୍ଲକ ବ୍ରହ୍ମପୁର ଗ୍ରାମରେ ଘଟିଛି ଏପରି ଘଟଣା ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.