ETV Bharat / state

ଗଡ ଦଖଲ ପରେ ନବୀନଙ୍କୁ ଭେଟିଲେ ପିନାକୀ

ପୁରୀ ସଂସଦୀୟ କ୍ଷେତ୍ରରେ ବିଜୟୀ ହୋଇଛନ୍ତି ପିନାକୀ ମିଶ୍ର । ନିଜର ଏହି ବିଜୟ ପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।

author img

By

Published : May 24, 2019, 12:28 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ୱର

ଭୁବନେଶ୍ବର: ପୁରୀ ସଂସଦୀୟ କ୍ଷେତ୍ରରେ ବିଜୟୀ ହୋଇଛନ୍ତି ପିନାକୀ ମିଶ୍ର । ବିଜେପି ପ୍ରତିଦ୍ବନ୍ଦୀ ସମ୍ବିତ ପାତ୍ର ଓ କଂଗ୍ରେସ ପ୍ରାର୍ଥୀ ସତ୍ୟପ୍ରକାଶ ଦାସ ମଇଦାନକୁ ଓହ୍ଲାଇ ଥିବାବେଳେ ସମ୍ବିତ ଓ ପିନାକୀଙ୍କ ମଧ୍ୟରେ ହୋଇଥିଲା ଜୋରଦାର ଟକ୍କର । ଆଉ ଶେଷରେ ସମସ୍ତଙ୍କୁ ପଛରେ ପକାଇ ନିଜ ଗଡକୁ କବ୍ଜା କରିଛନ୍ତି ପିନାକୀ ମିଶ୍ର । ନିଜର ଏହି ବିଜୟ ପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ୱର

ଏହି ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପିନାକୀ କହିଛନ୍ତି ଯେ ,ସାରାଦେଶରେ ମୋଦି ଲହର ଥାଇପାରେ । ମାତ୍ର ଓଡ଼ିଶାରେ ନବୀନ ଲହରୀ ଆଗରେ ଫିକା ପଡିଛି ମୋଦି ଲହରୀ । ତେବେ ପୁରୀରେ କଡ୍ଡା ଟକ୍କର ମଧ୍ୟରେ ଆସନ ହାତେଇଛନ୍ତି ପିନାକୀ । ଆଗାମୀ ଦିନରେ ପୁରୀ ଓ ଓଡ଼ିଶାର ସ୍ଵାର୍ଥ ପାଇଁ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.