ETV Bharat / state

ପୂର୍ବତଟ ରେଳବାଇ ବିଭାଜନକୁ ବିଜେଡିର ବିରୋଧ - puri

ପୂର୍ବତଟ ରେଳବାଇର ବିଭାଜନକୁ ଦୃଢ ବିରୋଧ କରିଛି ବିଜୁ ଜନତା ଦଳ । କୌଣସି କାରଣ ନ ଥାଇ ରାଜନୈତିକ କେନ୍ଦ୍ର ସରକାର ଫାଇଦା ପାଇଁ ପୂର୍ବତଟ ରେଳବାଇକୁ ବିଭାଜନ କରିଥିବା ବିଜେଡି ଅଭିଯୋଗ କରିଛି । ଏହାର ପ୍ରତିବାଦରେ ଆସନ୍ତାକାଲି (ଶନିବାର) ଦିନ 10 ଟାରେ ଭୁବନେଶ୍ବର ସ୍ଥିତ ପୂର୍ବତଟ ରେଳବାଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Mar 2, 2019, 3:51 PM IST

ପୁରୀ: ପୂର୍ବତଟ ରେଳବାଇର ବିଭାଜନକୁ ଦୃଢ ବିରୋଧ କରିଛି ବିଜୁ ଜନତା ଦଳ । କୌଣସି କାରଣ ନ ଥାଇ ରାଜନୈତିକ କେନ୍ଦ୍ର ସରକାର ଫାଇଦା ପାଇଁ ପୂର୍ବତଟ ରେଳବାଇକୁ ବିଭାଜନ କରିଥିବା ବିଜେଡି ଅଭିଯୋଗ କରିଛି । ଏହାର ପ୍ରତିବାଦରେ ଆସନ୍ତାକାଲି (ଶନିବାର) ଦିନ 10 ଟାରେ ଭୁବନେଶ୍ବର ସ୍ଥିତ ପୂର୍ବତଟ ରେଳବାଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

ଏହି ପ୍ରସଙ୍ଗରେ ଆଜି (ଶୁକ୍ରବାର) ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଉପରେ ବର୍ଷିବା ସହ ଦୁଇ ଓଡିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କୁ କଡା ସମାଲୋଚନା କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସ ବର୍ମା । ଏହା ସହ କେନ୍ଦ୍ରରେ ଦୁଇମନ୍ତ୍ରୀ ଥିବାବେଳେ ରାଜ୍ୟର ସ୍ବାର୍ଥବିରୋଧୀ କାର୍ଯ୍ୟକୁ ବିରୋଧ ନକରିବା ଆଶ୍ଚର୍ଯ୍ୟଚକିତ କରୁଛି ବୋଲି ସେ କହିଛନ୍ତି ।

ଅନ୍ୟପଟେ ପୂର୍ବ ଦାବି ମୁତାବକ ଚକ୍ରଧରପୁର ଓ ବିଳାସପୁର ଷ୍ଟେସନକୁ ପୂର୍ବତଟ ରେଳବାଇରେ ସାମିଲ ସହ ପୂର୍ବତଟ ରେଳବାଇ ବିଭାଜନ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଛି ବିଜେଡି । ଦାବି ପୂରଣ ନହେଲେ ସାରା ରାଜ୍ୟରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ବିଜେଡି କହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.