ETV Bharat / state

ନିମାପଡା ବିଧାୟକ ସମୀର ଦାସଙ୍କ ପିଛା ଛାଡୁନି ବିବାଦ, ହତ୍ୟା ଧମକ ଅଭିଯୋଗ ଆଣିଲେ ବିଜେଡି ନେତ୍ରୀ

author img

By ETV Bharat Odisha Team

Published : Oct 12, 2023, 7:38 PM IST

ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ବିଜେଡି ନେତ୍ରୀ ଜ୍ୟୋସ୍ନାରାଣୀ ନାୟକ । ସମୀର ଦାଶ ତାଙ୍କୁ ହତ୍ୟା ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

allegation on MLA sameer das
ବିଧାୟକ ସମୀର ରଞ୍ଜନ ଦାଶଙ୍କ ନାଁରେ ଅଭିଯୋଗ
ବିଧାୟକ ସମୀର ରଞ୍ଜନ ଦାଶଙ୍କ ନାଁରେ ଅଭିଯୋଗ

ପୁରୀ: ପୁଣି ବିବାଦରେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାସ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମୀରଙ୍କ ବିରୋଧରେ ବିଜେଡି ନେତ୍ରୀ ଜ୍ୟୋସ୍ନାରାଣୀ ଫେରାଦ ଦେବେ ବୋଲି ସୂଚନା ମିଳିଛି । ନିମାପଡ଼ାର ଜଣେ ବିଜେଡି ନେତ୍ରୀଙ୍କୁ ବିଧାୟକ ସମୀର ଦାସ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ ଥାନାରେ ପହଞ୍ଚିଥିବାବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ବିଜେଡି ନେତ୍ରୀ ଜ୍ୟୋସ୍ନାରାଣୀ ନାୟକ ।

ବିଧାୟକ ସମୀର ଦାସଙ୍କ ଚାପରେ ଗୋପ ଓ ନିମାପଡ଼ା ପୋଲିସ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଛନ୍ତି ନିମାପଡ଼ାର ବିଜେଡି ନେତ୍ରୀ ଜ୍ୟୋସ୍ନାରାଣୀ ନାୟକ । ପୁରୀରେ ଏକ ସାମ୍ୱାଦିକ ସମ୍ମିଳନୀ କରି ସେ ଏହି ସୂଚନା ଦେଇଥିବାବେଳେ ତୁରନ୍ତ ନ୍ୟାୟ ପାଇଁ ଦାବି କରିଛନ୍ତି ଜ୍ୟୋସ୍ନାରାଣୀ । ନ୍ୟାୟ ନମିଳିଲେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରସ୍ଥ ହେବେ ବୋଲି ସେ ଚେତାବନୀ ଦେଇଛନ୍ତି । "ବିଜେଡି ଦଳ ମହିଳାଙ୍କୁ ସମ୍ମାନ ଦେବା ପାଇଁ ସବୁବେଳେ ଆହ୍ଵାନ ଦେଉଥିବାବେଳେ ନିମାପଡ଼ା ବିଧାୟକ ଜଣେ ମହିଳାଙ୍କୁ ଗୁଣ୍ଡା ପଠାଇ ଅଶାଳୀନ ବ୍ୟବହାର କରିବା ସହ ଜୀବନରେ ମାରିଦେବାକୁ ଧମକ ଦେବା ଅତି ଦୁଃଖର ବିଷୟ" ବୋଲି ବିଜେଡି ନେତ୍ରୀ ଜ୍ୟୋସ୍ନାରାଣୀ ନାୟକ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, "ଗତ ଅକ୍ଟୋବର 2 ତାରିଖରୁ ନିମାପଡା ଓ ଗୋପ ଅଞ୍ଚଳରେ ଦଳର ସଂଗଠନକୁ ମଜବୁତ କରିବା ପାଇଁ ପଦଯାତ୍ରା କରିଥିଲୁ । ତେବେ କାହିଁକି ପଦଯାତ୍ରା କରୁଛନ୍ତି ବୋଲି ପ୍ରଶ୍ନ କରିବା ସହ କେବଳ ସମୀର ଦାଶ ହିଁ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡିର ନେତା ବୋଲି ଧମକ ଦିଆଯାଇଥିଲା । ଏହାସହ ଜୀବନରୁ ମାରି ଦେବାକୁ ମଧ୍ୟ ସେମାନେ ଧମକ ଦେଇଛନ୍ତି । ଗତ 9 ତାରିଖରେ ଗୋପ କୁସୁପୁର ବଜାରରେ ଓ ବୁଧବାର ନିମାପଡ଼ାର ଦିଘାଳଠାରେ ହତ୍ୟା ଉଦ୍ୟମ କରାଯାଇଛି ।"

ଏହା ବି ପଢନ୍ତୁ...ନିଜ ନିର୍ବାଚନ ମଣ୍ଡଳୀରେ ହଟହଟା ହେଲେ ସମୀର ଦାସ

ଏହାସହ ତାଙ୍କ ସହ ଡ୍ରାଇଭର ଓ କିଛି ସମର୍ଥକ ଥିବାରୁ ସେ ବଞ୍ଚିଯାଇଥିବା କହିଛନ୍ତି । ଏନେଇ ସେ ଗୋପ ଓ ନିମାପଡ଼ା ଥାନାରେ ବିଧାୟକ ସମୀର ଦାସ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ କରିଛନ୍ତି ଜ୍ୟୋସ୍ନାରାଣୀ । ତେବେ ଜ୍ୟୋସ୍ନାରାଣୀ ନାୟକ ନିମାପଡ଼ା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ପାଇଁ ନିଜେ ସଂଗଠନ କରୁଥିବା ଚର୍ଚ୍ଚା ହେଉଛି । ଯାହା ବିଧାୟକ ସମୀର ଦାସଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିବାରୁ ସେ ଏଭଳି ଧମକ ଦେଇଥିବା ଅଭିଯୋଗ ହେଇଛି । ସମୀର ବିଭିନ୍ନ ବିବାଦରେ ଫସିଥିବାବେଳେ ନିଜ ନିର୍ବାଚନ ମଣ୍ଡଳୀରେ ତାଙ୍କର ଏଭଳି କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.