ETV Bharat / state

୨ ଜିଲ୍ଲାରେ ଲମ୍ବିଥିଲା ଚୋରଙ୍କ ଚେର, ମାଡି ବସିଲା ପୋଲିସ - ଗୋପ ପୋଲିସ ହାତରେ ବାଇକ ଲୁଟେରା ଗ୍ୟାଙ୍ଗ

ଗୋପ ପୋଲିସ ଏକ ବାଇକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଚାରିଜଣ ବାଇକ ଲୁଟେରାଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲଣ କରିଛି । ଅଧିକ ପଢନ୍ତୁ...

ପୋଲିସର ପଞ୍ଝାରେ ବାଇକ ଲୁଟେରା ଗ୍ୟାଙ୍ଗ
ପୋଲିସର ପଞ୍ଝାରେ ବାଇକ ଲୁଟେରା ଗ୍ୟାଙ୍ଗ
author img

By

Published : Oct 29, 2021, 10:37 PM IST

ପୁରୀ: ଗୋପ ପୋଲିସ ଏକ ବାଇକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଚାରିଜଣ ବାଇକ ଚୋରଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲଣ କରିଛି । ସୂଚନା ଅନୁସାରେ ଗୋପ, ନିମାପଡା, କୋଣାର୍କ ଓ ବାଲିପାଟଣା ଅଞ୍ଚଳରୁ ଦୀର୍ଘଦିନ ହେବ ଲଗାତାର ଭାବେ ବାଇକ ଚୋରି ହେଉଥିବାରୁ ପୋଲିସ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା ।

ପୋଲିସର ପଞ୍ଝାରେ ବାଇକ ଲୁଟେରା ଗ୍ୟାଙ୍ଗ

ଗତ ୨୫ ତାରିଖରେ ନିମାପଡା ଥାନା ଅଧୀନ ବରଡ଼ିଖୋଲ ଅଞ୍ଚଳର ଶଶୀଭୁଷଣ ଦାସ ଗୋପ ଥାନା ଅଧିନସ୍ତ ନାଗପୁର ବଜାରରୁ ଏକ ବାଇକ ଚୋରି କରୁଥିବା ସମୟରେ ଲୋକଙ୍କ ହାବୁଡେ ପଡି ନିସ୍ତୁକ ଛେଚା ଖାଇଥିଲେ । ପରେ ଗୋପ ପୋଲିସ ପହଞ୍ଚି ଶଶୀଭୁଷଣଙ୍କ ସହିତ ଦୁଇ ସହଯୋଗୀଙ୍କୁ ଗିରଫ କରିଥିଲା ।

ଏହି ବାଇକ ଚୋରି ଘଟଣାରେ ପୋଲିସ ତଦନ୍ତ କରି ଗୋପ, ନିମାପଡା, ନିଆଳି ଏବଂ କୋଣାର୍କ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୮ ଗୋଟି ବାଇକ ସହ ବିଭିନ୍ନ ଯନ୍ତ୍ରାଂଶ ମାନ ଜବତ କରି ଜଣେ ଗ୍ୟାରେଜ ମାଲିକଙ୍କୁ ଗିରଫ କରିଥିଲା l ବାଇକ ଚୋରିର ମାଷ୍ଟର ମାଇଣ୍ଡ ଶଶୀଭୂଷଣ ସମେତ ନିମାପଡା ଅଞ୍ଚଳର ମନୋଜ ରାଉତ, ବିଭୂପ୍ରସାଦ ଦାସ ଏବଂ ବାଲିପାଟଣା ଅଞ୍ଚଳର ପ୍ରଦୀପ ଭୋଇଙ୍କୁ ଗୋପ ପୋଲିସ କୋର୍ଟ ଚାଲଣ କରିଛନ୍ତି। ଖୁବଶୀଘ୍ର କୋଣାର୍କ, ଗୋପ ନିମାପଡା, ଅଞ୍ଚଳର ଅନ୍ୟ ଚୋରଙ୍କୁ ଗିରଫ କରାଯିବ ବୋଲି ଗୋପ ଥାନା ଅଧିକାରୀ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.