ETV Bharat / state

Ink Attack: କାଳିମାଡର କାରଣ କହିଲେ ଭାସ୍କର, ପୁରୀ ଜିଲ୍ଲାପାଳଙ୍କୁ ମାଗିଲେ କ୍ଷମା

author img

By

Published : Aug 21, 2023, 10:34 AM IST

Updated : Aug 21, 2023, 11:00 AM IST

କାଳି ମାଡ ଘଟଣା ନେଇ ଭିକେ ପାଣ୍ଡିଆନଙ୍କୁ କ୍ଷମା ମାଗିବେନି ଭାସ୍କର । କ୍ଷମତାର ଅପବ୍ୟବହାର କରିଥିବାରୁ ସେ ପାଣ୍ଡିଆନଙ୍କୁ କାଳି ଫିଙ୍ଗିଥିବା କହିଛନ୍ତି । ଅଧିକ ପଢନ୍ତୁ

ink attack on 5T secretary
ink attack on 5T secretary
ink attack on 5T secretary

ପୁରୀ: 5ଟି ସଚିବଙ୍କୁ କାଳିମାଡ ଘଟଣାରେ ମୁହଁ ଖୋଲିଲେ କାଳିମାଡ କରିଥିବା ଭାସ୍କର । କାହିଁକି ଭିକେ ପାଣ୍ଡିଆନଙ୍କ ଉପରକୁ କାଳି ଫିଙ୍ଗିଲେ ଭାସ୍କର ? କଣ ରହିଛି ଏହା ପଛର କାରଣ ? ଏହା ପଛରେ ରାଜନୈତିକ ଷଡ଼ଯନ୍ତ୍ର ରହିଛି କି ? ଏମିତି ଅନେକ ପ୍ରଶ୍ନ ଓଡିଶାବାସୀଙ୍କ ମନରେ ଉଙ୍କି ମାରୁଥିବା ବେଳେ ଥାନାରୁ ଫେରି ସ୍ପଷ୍ଟୀକରଣ ରଖିଛନ୍ତି ଭାସ୍କର । ଏହି ଘଟଣା ପଛରେ କୌଣସି ରାଜନୈତିକ ଶତ୍ରୁତା ନୁହଁ ବରଂ ଦୀର୍ଘ ଦିନ ହେବ ପ୍ରଶାସନ ଓ ସରକାରଙ୍କ ଦ୍ବାରା ଅଞ୍ଚଳର ସମସ୍ୟାର ସମାଧାନ ନ ହେବାରୁ ପ୍ରତିବାଦ ସ୍ୱରୂପ ଏହି କାଳିମାଡ କରିଥିବା କହିଛନ୍ତି । କାଳିମାଡ ଯୋଗୁଁ ମୁଁ 5ଟି ସଚିବଙ୍କୁ କ୍ଷମା ମାଗିବାକୁ ଅନିଚ୍ଛା ପ୍ରକାଶ କରିବା ସହ ପୁରୀ ଜିଲ୍ଲାପାଳଙ୍କୁ କ୍ଷମା ମାଗିଛନ୍ତି ଭାସ୍କର ସାହୁ ।

ସେ କହିଛନ୍ତି, ‘‘କାଳିମାଡ କରିବା ତରିକା ଭୁଲ ଅଟେ, କିନ୍ତୁ ମୁଁ ନିରୁପାୟ ହୋଇ ଏହି ପନ୍ଥା ଅବଲମ୍ବନ କରିଛି । ଘର ବୁଡି ପାଣି ଆଣ୍ଠୁଏ ହେବାରୁ ଗଣତାନ୍ତ୍ରିକ ବ୍ୟବସ୍ଥାରେ ମୋର ଅଧିକାରୀ ସାବ୍ୟସ୍ତ କରିଛି । ଆଞ୍ଚଳିକ ସମସ୍ୟାର ସମାଧାନ ନହେବା, ରାଜ୍ୟବାସୀଙ୍କ ସମସ୍ୟାର ସମାଧାନ ନହେବା, ରାଜ୍ୟ ଜଟିଳ ଦିଗକୁ ଗତି କରିବା, ବ୍ୟକ୍ତିଗତ ସଚିବରୁ ପଦ ମର୍ଯ୍ୟାଦାକୁ ଅପବ୍ୟବହାର କରି ଆଜି ଓଡିଶା ଶାସନ ବ୍ୟବସ୍ଥାକୁ ହାଇଯାକ କରିଛନ୍ତି 5ଟି ସଚିବ । ଓଡିଶାବାସୀଙ୍କ ପ୍ରତି ତାଙ୍କର ଏହି ଦୁର୍ବ୍ୟବହାର କାର୍ଯ୍ୟ ଯୋଗୁଁ ମୁଁ ତାଙ୍କୁ ବାଧ୍ୟ ହୋଇ ଅସମ୍ମାନିତ କରିଛି ।

ଏହା ମଧ୍ୟ ପଢନ୍ତୁ-'ସଚିବଙ୍କ କାର୍ଯ୍ୟକଳାପକୁ ବିରୋଧ କରୁଛି, ବିରୋଧର ତରିକାକୁ ନାପସନ୍ଦ କରୁଛି'

ଏହା ଘଟଣା ପଛରେ ବିଜେପିର ହାତ ଥିବା କୁହାଯାଇଥୁବା ବେଳେ ଭସ୍କର କହିଛନ୍ତି ଯେ, ବିଜେଡି ହେଉ କି ବିଜେପି ମୋର କାହା ସହିତ ସମ୍ପର୍କ ନାହିଁ । ଏହି ଘଟଣାରେ କୌଣସି ରାଜନୈତିକକରଣ ନକରିବାକୁ ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି । ମୁଁ ପ୍ରଫେସନାଲ ଏଲଆଇସି ଏଜେଣ୍ଟ ଭାବେ କାମ କରେ, ସାମାଜିକ କାମ ପ୍ରତି ମଧ୍ୟ ପ୍ରେରିତ । ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସବୁବେଳେ କାର୍ଯ୍ୟ କରିଆସୁଛି । ହେଲେ ସମସ୍ୟା ସମାଧାନ କରିବାରେ ପ୍ରଶାସନ ଓ ସରକାର ବିଫଳ ହୋଇଛନ୍ତି । ଦୟା ନଦୀ ଓ ମହାନଦୀରେ ବିଭିନ୍ନ କଳ କାରଖାନାର ବର୍ଜ୍ୟ ଜଳ ଛଡାଯିବା, ନଦୀ ଜଳକୁ ପ୍ରଦୂଷଣ କରାଯିବା ଏବଂ ଏହାର ସୁରକ୍ଷା ଦିଗରେ ସରକାର କୌଣସି ପଦକ୍ଷେପ ନନେବାରୁ ମୁଁ ପ୍ରତିବାଦ କରିଛି । ଏହି କାର୍ଯ୍ୟ ପାଇଁ ତାଙ୍କ ପତ୍ନୀ ଓ କିଛି ବ୍ୟକ୍ତି ସମର୍ଥନ ଦେଇ ଥିବାରୁ ସେ ଧନ୍ୟବାଦ୍ ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି,''ଏହି ଘଟଣା ପାଇଁ 5ଟି ସଚିବ ଭିକେ ପାଣ୍ଡିଆନଙ୍କୁ ମୁଁ କ୍ଷମା ମାଗିବି ନାହିଁ । ଯେହେତୁ 5ଟି ସଚିବ ନିଜ ପଦବୀର ଦୁରୁପଯୋଗ କରୁଛନ୍ତି । କାଳିମାଡ କରିବା ସମୟରେ ପୁରୀ ଜିଲ୍ଲାପାଳ ପାଖରେ ଥିବାରୁ ତାଙ୍କ ଉପରେ କାଳି ପଡିଯାଇଥିଲା । ତେଣୁ ମୁଁ ପୁରୀ ଜିଲ୍ଲାପାଳଙ୍କୁ କ୍ଷମା ମାଗୁଛି। ''

ପୂର୍ବୁର ଅନେକ ସମସ୍ୟା ନେଇ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ଅବଗତ କରିଛନ୍ତି । ହେଲେ ବିଧାୟକ ଅଞ୍ଚଳର ବିଭିନ୍ନ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେଇ ନାହାନ୍ତି । ଯାହା ଫଳରେ ସେ ଏହି ପ୍ରତିବାଦ କରିଛନ୍ତି । ଜୀବନ ପ୍ରତି ବିପଦ ରହିଛି କି ପ୍ରଶ୍ନ କରାଯିବାରୁ, ସମାଜର ଉନ୍ନତି ପାଇଁ ଲଢେଇ କରୁଛି । ମୋର ଜୀବନ ପ୍ରତି ବିପଦ ଅଛି କି ମୁଁ ଜାଣେ ନାହିଁ । ଯଦି ସମାଜର ଉନ୍ନତି ପାଇଁ ଜୀବନ ବିପଦକୁ ଚାଲିଯାଏ ସେଥିପାଇଁ ସେ କୁଣ୍ଠାବୋଧ କରିବେନି ବୋଲି ମତ ରଖିଛନ୍ତି ।

ସେପଟେ ଭାସ୍କରଙ୍କ ପ୍ରତିକ୍ରିୟା ଉପରେ ମତ ରଖିଛନ୍ତି ସତ୍ୟବାଦୀ ବିଜେପିର ନେତା ଓମ୍ ପ୍ରକାଶ ମିଶ୍ର । ସେ କହିଛନ୍ତି ଯେ, ଭାସ୍କରଙ୍କ ପ୍ରତିକ୍ରିୟା ପରେ ସ୍ପଷ୍ଟ୍ ହୋଇଯାଇଛି ବିଜେପି ବିରୋଧରେ ସତ୍ୟବାଦୀ ବିଧାୟକ ମିଛ ଅଭିଯୋଗ ଆଣିଥିଲେ । ଭାସ୍କର ବିଜେପି କର୍ମୀ ନୁହେଁ । ସେ ଜଣେ ସାଧାରଣ ବ୍ୟକ୍ତି । ସରକାରଙ୍କ ଅନ୍ୟାୟ ଅନୀତି ବିରୋଧରେ ସେ ସ୍ବର ଉତ୍ତୋଳନ କରିଥିଲେ । କିନ୍ତୁ ଏହି ଘଟଣାକୁ ନେଇ ସତ୍ୟବାଦୀ ବିଧାୟକ ରାଜନୀତି କରି ବିଜେପିକୁ ଦୋଷ ଦେଇଥିଲେ । ହେଲେ ସତ କଣ ଆସିଯାଇଛି ।

ଏହାର ଜବାବ ଆଗାମୀ ଦିନରେ ଜନସାଧାରଣ ଦେବେ । ତେବେ ସତ୍ୟବାଦୀ ଆସନ ଉପରେ ଅନେକ ବିଜେଡ଼ିରର ତୁଙ୍ଗ ନେତା ଆଖୀ ପକାଇଛନ୍ତି। ଏଣୁ ଏହି ଆସନ ଟିକଟ ପାଇଁ କିଛି ଅସନ୍ତୁଷ୍ଟ ବିଜେଡି ନେତା ଏହି ଘଟଣା ପଛରେ ଥିବା ବିଜେପି ନେତା ଓମ୍ ପ୍ରକାଶ ମିଶ୍ର କହିଛନ୍ତି । ବିଜେଡ଼ିର ଅନ୍ତ କନ୍ଦଳ ଏହି ଘଟଣା ପଛର ମୁଖ୍ୟ କାରଣ ହୋଇଥାଏ ପାରେ ବୋଲି ସତ୍ୟବାଦୀ ବିଜେପିର ନେତା ଓମ୍ ପ୍ରକାଶ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Aug 21, 2023, 11:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.