ETV Bharat / state

ପୁରୀ ବେଳାଭୂମିରେ ସଫେଇ ଆରମ୍ଭ

author img

By

Published : Jan 30, 2022, 6:35 PM IST

ବେଳାଭୂମି ପରିବେଶ ସଫା ରଖିବା ନେଇ ଜନସଚେତନତା ସୃଷ୍ଟି ପାଇଁ ଅଣ୍ଟା ଭିଡ଼ିଛି ପୁରୀ ଟ୍ରେକିଂ କ୍ଲବ । କ୍ଲବର ସଦସ୍ୟ ମାନେ ଏକାଠି ହୋଇ ପୁରୀରୁ କୋଣାର୍କ ବେଲଦଳ ନୂଆନଈ ପର୍ଯ୍ୟନ୍ତ ବାଲିରେ ଚାଲିଚାଲି କୋଷ୍ଟାଲ ଟ୍ରେକିଂ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

ପୁରୀରେ ବେଳାଭୂମି ସଫେଇ ଆରମ୍ଭ
ପୁରୀରେ ବେଳାଭୂମି ସଫେଇ ଆରମ୍ଭ

ପୁରୀ: ଦିନକୁ ଦିନ ସମୁଦ୍ର କୂଳ ପରିବେଶ ଅପରିଷ୍କାର ହେବାରେ ଲାଗିଛି । ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ପ୍ରାକୃତିକ ପରିବେଶ ଦୂଷିତ ହେଉ ଥିବାବେଳେ ସମୁଦ୍ର ଜଳ ବି ପ୍ରଦୂଷିତ ହେଉଛି । ତେବେ ବେଳାଭୂମି ପରିବେଶ ସଫା ରଖିବା ନେଇ ଜନସଚେତନତା ସୃଷ୍ଟି ପାଇଁ ଅଣ୍ଟା ଭିଡ଼ିଛି ପୁରୀ ଟ୍ରେକିଂ କ୍ଲବ । କ୍ଲବର ସଦସ୍ୟ ମାନେ ଏକାଠି ହୋଇ ପୁରୀରୁ କୋଣାର୍କ ବେଲଦଳ ନୂଆନଈ ପର୍ଯ୍ୟନ୍ତ ବାଲିରେ ଚାଲି ଚାଲି କୋଷ୍ଟାଲ ଟ୍ରେକିଂ କରୁଛନ୍ତି ।

ପୁରୀରେ ବେଳାଭୂମି ସଫେଇ ଆରମ୍ଭ

ଏହି କୋଷ୍ଟାଲ ଟ୍ରେକିଂରେ ୨୫ ଜଣ ଯୁବକ ସାମିଲ ହୋଇଥିଲେ । ଦୀର୍ଘ ୮ ବର୍ଷ ଧରି ନିରନ୍ତର ଭାବେ ବିଭିନ୍ନ ସମୟରେ ଟ୍ରେକିଂ କ୍ଳବ ଦ୍ବାରା ପୁରୀରୁ ବ୍ରହ୍ମଗିରି ବାଲିହରଚଣ୍ଡୀ ବେଳାଭୂମି ଓ ପୁରୀରୁ ବେଲଦଳ ନୂଆନଈ ପର୍ଯ୍ୟନ୍ତ ବେଳାଭୂମି ସଫେଇ ଓ ମରିପଡିଥିବା ଅଲିଭ ରିଡଲେ କଇଁଛଙ୍କ ମୃତଦେହକୁ ଉଦ୍ଧାର କରାଯାଇ ବାଲିରେ ପୋତା ଯାଇଥାଏ । ଏଥିରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗର ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାଶ କାର୍ଯ୍ୟକ୍ରମରେ ଯୋଗଦାନ କରି ଟ୍ରେକିଂକୁ ଶୁଭାରମ୍ଭ କରିଥିଲେ ।

ସକାଳୁ ଟ୍ରେକିଂର ଯୁବକମାନେ ବେଳାଭୂମିରେ ଚାଲିଚାଲି ଯିବା ସମୟରେ ମୃତ ଅଲିଭ ରିଡଲେ କଇଁଛଙ୍କୁ ପୋତିବା ସହ ମତ୍ସ୍ୟଜୀବୀମାନେ ଛାଡିଦେଉଥିବା ଜାଲକୁ ଗୋଟାଇ ଏକତ୍ରିତ କରିଛନ୍ତି । ଗୋଟେପଟେ କୋଷ୍ଟାଲ ଟ୍ରେକିଂ ଦ୍ବାରା ବାଲୁଖଣ୍ଡ ଅଭୟାରଣ୍ୟର ଜଙ୍ଗଲ ସହ ସମୁଦ୍ରର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରି ବେଳାଭୂମିର ସୁରକ୍ଷା ବାର୍ତ୍ତା ଦେବା ସହ ସିଡୁଲ ୧ ପ୍ରାଣୀ ବିରଲ ଅଲିଭ ରିଡଲେ(କଇଁଛ)ଙ୍କ ସୁରକ୍ଷା କରାଯିବା ଆବଶ୍ୟକ ବୋଲି ବାର୍ତ୍ତା ପ୍ରଦାନ କରାଯାଇଛି । ବେଳାଭୂମି ସଫା ଏବଂ ସୌନ୍ଦର୍ଯ୍ୟ ରହିଲେ ପର୍ଯ୍ୟଟନର ବିକାଶ ଘଟିବ ଏବଂ ଦୂରଦୁରାନ୍ତୁରୁ ଆସୁଥିବା ପୁରୀ ସ୍ବର୍ଣ୍ଣାଭ ବେଳାଭୂମି ପ୍ରତି ଆର୍କଷିତ ହେଲେ ଦେଶ ବିଦେଶରୁ ପର୍ଯ୍ୟଟକମାନଙ୍କ ଆଗମନ ହେବ ବୋଲି ସଂଗଠନର ସଦସ୍ୟ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.