ETV Bharat / state

ଉଦଘାଟିତ ହେଲା ଓଡ଼ିଶା ବାସ୍କେଟ ବଲ ଲିଗ, ଭାଗ ନେଲେ ୧୦ ଟିମ୍ - ଉଦଘାଟିତ ହେଲା ଓଡ଼ିଶା ବାସ୍କେଟ ବଲ୍ ଲିଗ୍

ପୁରୀ ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସରେ ଉଦଘାଟିତ ହେଲା ଓଡ଼ିଶା ବାସ୍କେଟ ବଲ ଲିଗ । ଅଧିକ ପଢନ୍ତୁ

ଉଦଘାଟିତ ହେଲା ଓଡ଼ିଶା ବାସ୍କେଟ ବଲ ଲିଗ
ଉଦଘାଟିତ ହେଲା ଓଡ଼ିଶା ବାସ୍କେଟ ବଲ ଲିଗ
author img

By

Published : Dec 23, 2022, 10:21 PM IST

ଉଦଘାଟିତ ହେଲା ଓଡ଼ିଶା ବାସ୍କେଟ ବଲ ଲିଗ , ଭାଗ ନେଲେ ୧୦ଟି ଟିମ୍

ପୁରୀ: ଉଦଘାଟିତ ହେଲା ପୁରୀ ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସ । ଏହି ସ୍ପୋର୍ଟସ କମ୍ପ୍ଲେକ୍ସରେ ଆରମ୍ଭ ହୋଇଛି ଓଡ଼ିଶା ବାସ୍କେଟ ବଲ୍ ଲିଗ୍ । ଏହି ବାସ୍କେଟ ବଲ୍ ଲିଗରେ ୧୦ ଟି ଦଳ ଅଂଶଗ୍ରହଣ କରିଛନ୍ତି । ଏହି ଲିଗରେ ପୁରୁଷ ବିଭାଗରେ ୬ଟି ଓ ମହିଳା ବିଭାଗରେ ୪ଟି ଦଳ ଅଂଶଗ୍ରହଣ କରିଛନ୍ତି । ୨୬ ତାରିଖ ପର୍ଯ୍ୟନ୍ତ ବାସ୍କେଟ ବଲ୍ ଲିଗ ଖେଳାଯିବ ।

ଭୁବନେଶ୍ବର କ୍ୟାପିଟାଲ୍ସ, ୱରିୟର ବାଲେଶ୍ଵର, ଗଞ୍ଜାମ ହୋପର୍ସ, କଟକ ବାରବାଟି ଟାଇଗର, ଏମ୍ପରର୍ସ ରାଉରକେଲା, ପୁରୀ ବୁଲ୍ସ, ଉତ୍କଳ ଡ୍ରିବଲର୍ସ, କଳିଙ୍ଗ ସୁଟର୍ସ, ଓଡ଼ିଶା ବ୍ଲକର୍ସ ଏବଂ ଓଡ୍ର ୧୦ଟି ଟିମ୍ ଏଥିରେ ଭାଗ ନେଇଛନ୍ତି । ଓଡ଼ିଶାରେ ବାସ୍କେଟ ବଲ୍ ଖେଳକୁ ଆଗକୁ ନେବାକୁ ହେଲେ ଏଭଳି ରାଜ୍ୟସ୍ତରୀୟ ଲିଗ୍ ଆବଶ୍ୟକତା ଥିବା କହିଛନ୍ତି ଖେଳାଳି । ରାଜ୍ୟ ସରକାର କ୍ରୀଡ଼ାର ବିକାଶ ପାଇଁ ଅନେକ କିଛି ପଦକ୍ଷେପ ନେଉଛନ୍ତି । ସେହିପରି ବାସ୍କେଟ ବଲ୍ ଖେଳକୁ ମଧ୍ୟ ଓଡ଼ିଶାରେ ତୃଣମୂଳ ସ୍ତରରେ ପ୍ରଚାର ପ୍ରସାର ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ସେଥିପାଇଁ ପୁରୀରେ ଓଡ଼ିଶା ବାସ୍କେଟ ବଲ୍ ଲିଗ୍ ଆୟୋଜନ କରାଯାଇଛି ।

ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରି ଆଗକୁ ବଢିବା ପାଇଁ ପ୍ରତ୍ସାହନ ଯୋଗାଇବା ଏହି ଟୁର୍ଣ୍ଣାମେଣ୍ଟର ଲକ୍ଷ୍ୟ ରଖାଯାଇଛି । ବାସ୍କେଟ ବଲ କ୍ରୀଡ଼ାର ଅଧିକ ଉନ୍ନତି ସହ ପ୍ରଚାର ପ୍ରସାର ପାଇଁ ସରକାରଙ୍କ ଏଭଳି ପଦକ୍ଷେପକୁ କ୍ରୀଡ଼ା ପ୍ରେମୀ ଓ କ୍ରୀଡ଼ା ସଙ୍ଗଠକ ସ୍ବାଗତ କରିଛନ୍ତି ।‌ ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସରେ ଆୟୋଜିତ ଏହି ଓଡ଼ିଶା ବାସ୍କେଟ ବଲ ଲିଗକୁ ଜିଲ୍ଲାପାଳ ସମର୍ଥ ବର୍ମା ଓ ଖୋକୋ ଇଣ୍ଡିଆ ଦଳର କୋଚ୍ ସଞ୍ଜିବ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଆସନ୍ତା ୨୬ ତାରିଖ ସନ୍ଧ୍ୟାରେ ଏହି କ୍ରୀଡ଼ାର ଉଦଯାପନୀ ଦିବସ ଅନୁଷ୍ଠିତ ହେବାକୁ ଥିବାବେଳେ ବିଜେତାମାନଙ୍କୁ ପୁରସ୍କୃତ କରାଯିବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.