ETV Bharat / state

ଆଜି ଶ୍ରୀଜିଉଙ୍କ ବଳିବାମନ ବେଶ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର - ଶ୍ରୀଜିଉଙ୍କ ବଳିବାମନ ବେଶ

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଳିବାମନ ବେଶ ଅନୁଷ୍ଠିତ ହେବ । ଏନେଇ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର । ଅଧିକ ପଢନ୍ତୁ

Balibamana besha of lord jagannath
ଆଜି ଶ୍ରୀଜିଉଙ୍କ ବଳିବାମନ ବେଶ
author img

By ETV Bharat Odisha Team

Published : Sep 27, 2023, 10:18 AM IST

Updated : Sep 27, 2023, 3:41 PM IST

ଆଜି ଶ୍ରୀଜିଉଙ୍କ ବଳିବାମନ ବେଶ

ପୁରୀ: ଆଜି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି । କାରଣ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବଳିବାମନ ବେଶ । ଏଥିପାଇଁ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ବେଶ ଗହଳି ଲାଗିଛି । ଗତକାଲି ବାମନ ଜନ୍ମନୀତି ପରେ ଆଜି କାଳିଆ ସାଆନ୍ତେଙ୍କର ବାମନ ବେଶ ଅନୁଷ୍ଠିତ ହେବ ।

ଆଜି ମହାପ୍ରଭୁଙ୍କ ବଳିବାମନ ବେଶ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁ ବାମନ ରୂପୀ ବାଳକ ରୂପରେ ରତ୍ନ ସିଂହାସନରେ ସୁସଜ୍ଜିତ ହେବେ । ପ୍ରଭୁ ଶ୍ରୀବଳଭଦ୍ର ରାଜବେଶ ଧାରଣ କରିବାକୁ ଥିବା ବେଳେ ଦେବୀ ସୁଭଦ୍ରା ସାଧାରଣ ବେଶରେ ସଜ୍ଜିତ ହେବେ । ନୀତିକାନ୍ତି ଅନୁଯାୟୀ ଶ୍ରୀମନ୍ଦିରରେ ଦ୍ବିପ୍ରହର ଧୂପ ସରିବା ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ବାମନ ବେଶରେ ସଜିତ କରାଯିବ । ବଡ଼ସିଂହାର ପୂଜା ପର୍ଯ୍ୟନ୍ତ ଏହି ବେଶ ରହିବ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସ୍ଵର୍ଣ୍ଣ ଅଳଙ୍କାର ଲାଗି ହେବ ।

ଏହା ବି ପଢନ୍ତୁ...ଶ୍ରୀମନ୍ଦିରରେ ପାର୍ଶ୍ଵପରିବର୍ତ୍ତନ ଏକାଦଶୀ ନୀତି, ଉତ୍ତର ଦିଗକୁ କଡ଼ ଲେଉଟାଇଲେ ମହାପ୍ରଭୁ

ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ ପ୍ରଭୁ ବିଷ୍ଣୁ ପଞ୍ଚମ ଅବତାରରେ ବାମନ ରୂପ ନେଇ ବଳି ମହାରାଜଙ୍କୁ ପାତାଳରେ ଚାପି ଦେଇଥିଲେ । ସେହି ସ୍ମୃତିକୁ ବହନ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାବନ ବେଶ ଅନୁଷ୍ଠିତ ହୋଇ ଆସୁଛି । ପବିତ୍ର ଭାଦ୍ରବ ଶୁକ୍ଳ ପକ୍ଷ ତ୍ରୟୋଦଶୀରେ ଶ୍ରୀମନ୍ଦିରରେ ମହାପ୍ରଭୁ ବଳିବାମନ ବେଶରେ ଦର୍ଶନ ଦେବେ । ବଳିବାମନ ବେଶରେ ଭଗବାନଙ୍କ ସ୍ୱରୂପ ଅତ୍ୟନ୍ତ ଚିତ୍ତାକର୍ଷକ । ଏହି ବେଶ ଭଗବାନ ବିଷ୍ଣୁଙ୍କର ବାମନ ଅବତାର ଉପରେ ଆଧାରିତ । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ବାମନ ରୂପେ ଅବତୀର୍ଣ୍ଣ ଭଗବାନ ବିଷ୍ଣୁ ଦାନବରାଜ ବଳିକୁ ତାର ଅହଙ୍କାର ଓ ଗର୍ବର ପରିଣାମ ସ୍ୱରୂପ ନିଜ ପାଦରେ ଚାପି ପାତାଳକୁ ପଠାଇ ଦେଇଥିଲେ । ଏଥିରୁ ଗୋଟିଏ କଥା ପ୍ରମାଣିତ ହୁଏ ଭଗବାନ କେବେ କାହାର ଗର୍ବ ସହ୍ୟ କରନ୍ତି ନାହିଁ ।

ଏହା ବି ପଢନ୍ତୁ...ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବାମନ ଜନ୍ମନୀତି

ପ୍ରକାଶ ଥାଉ କି, ଗତକାଲି (ମଙ୍ଗଳବାର) ମହାପ୍ରଭୁଙ୍କର ବାମନ ଜନ୍ମନୀତି ଅନୁଷ୍ଠିତ ହୋଇଥିଲା । ସକାଳ ଧୂପ ପୂଜା ବଢ଼ିବା ପରେ ଶ୍ରୀଜୀଉମାନଙ୍କର ମହାସ୍ନାନ ଓ ସର୍ବାଙ୍ଗ ନୀତି ପରେ ସ୍ୱତନ୍ତ୍ର ନୀତିକାନ୍ତି ସହ ବାମନ ଜନ୍ମନୀତି ଅନୁଷ୍ଠିତ ହୋଇଥିଲା । ଏହା ସହିତ ଶ୍ରୀନଅରରେ ସୁନିଆ ପର୍ବ ପାଳିତ ହୋଇଥିଲା । ଗଜପତି ମହାରାଜାଙ୍କ ନୂତନ ବର୍ଷ ସହ ନୂଆ ଅଙ୍କଗଣନାର ଶୁଭାରମ୍ଭ ହୋଇଛି ।

ଇଟିଭି ଭାରତ, ପୁରୀ

Last Updated : Sep 27, 2023, 3:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.