ପୁରୀ: ବଳଙ୍ଗା ଥାନା ASIଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ମାମଲାର ତଦନ୍ତ ପାଇଁ ପୋଲିସ ଚିତ୍ତରଞ୍ଜନ ଦାଶଙ୍କୁ ଅଟକ ରଖିଛି । ଗୁରୁବାର ଏଏସଆଇ ଚିତ୍ତରଞ୍ଜନ ଦାଶ ସାହାଯ୍ୟରେ ନାଁରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୀଡିତା ଏନେଇ ପିପିଲି ଏସଡିପିଓଙ୍କ ପାଖରେ ଅଭିଯୋଗ କରିବା ପରେ ଘଟଣା ପଦାରେ ପଡିଥିଲା ।
ସୂଚନାନୁସାରେ, ପୀଡିତା ମହିଳା ଏକ ଅଭିଯୋଗ ନେଇ ବଳଙ୍ଗା ଥାନାକୁ ଆସିଥିଲେ । ସାହାଯ୍ୟରେ ବାହାନାରେ ମହିଳାଙ୍କୁ ଘରକୁ ଡାକିଥିଲେ ପୋଲିସ ଅଧିକାରୀ । ସେଠାରେ ତାଙ୍କୁ ସହ ପୋଲିସ ଅଧିକାରୀ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ । ଏହା ପରେ ପୀଡିତା ମହିଳାଙ୍କ ଅଭିଯୋଗକୁ ଗ୍ରହଣ କରି ମାମଲାର ତଦନ୍ତ କରିଥିଲେ ଏସଡିପିଓ ।
ଗୋଟିଏ ପଟେ ରାଜ୍ୟ ସରକାର 'ମୋ ସରକାର' ଯୋଜନାରେ ଥାନା ସ୍ତରରେ ଅଭିଯୋଗକାରୀଙ୍କୁ ସମସ୍ତ ସାହାଯ୍ୟ ଓ ଭଲ ବ୍ୟବହାର ନେଇ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ପୋଲିସ ନାଁରେ ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ସମଗ୍ର ପୁରୀ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତୁରନ୍ତ ଅଭିଯୋଗକୁ ଭିତ୍ତି କରି ପୋଲିସ କର୍ମଚାରୀକୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।
ସେପଟେ ପୋଲିସ ଅଭିଯୋଗକୁ କେନ୍ଦ୍ର କରି ଘଟଣାର ତଦନ୍ତ କରି ଆଇଆଇସିଙ୍କୁ ପଚରାଉଚରା କରୁଥିବାବେଳେ ଆବଶ୍ୟକ ପ୍ରମାଣ ମିଳିଲେ ତାଙ୍କୁ ଗିରଫ କରାଯିବା ନେଇ ସୂଚନା ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ