ETV Bharat / state

ମହାପ୍ରଭୁଙ୍କ ସେନାପଟା ବାହୁଟ ସେଵା ନିମନ୍ତେ ବଉଳବୃକ୍ଷ ଚିହ୍ନଟ

ମହାପ୍ରଭୁଙ୍କ ସେନାପଟା, ବାହୁଟ ସେଵା ନିମନ୍ତେ ସାକ୍ଷୀଗୋପାଳ ଵକୁଳବନରେ ବଉଳଵୃକ୍ଷ ଚିହ୍ନଟ । ଅଧିକ ପଢ଼ନ୍ତୁ...

author img

By

Published : Jun 19, 2021, 10:13 PM IST

bakula tree selected, senapata bahuta niti, chatudhramurti, ସେନାପଟା ବାହୁଟ ସେଵା, ବଉଳଵୃକ୍ଷ ଚିହ୍ନଟ, ସାକ୍ଷୀଗୋପାଳ ବକୁଳବନ
ମହାପ୍ରଭୁଙ୍କ ସେନାପଟା ବାହୁଟ ସେଵା ନିମନ୍ତେ ବଉଳବୃକ୍ଷ ଚିହ୍ନଟ

ପୁରୀ: ଚଳିତ ବର୍ଷ ସ୍ନାନ ଓ ରଥଯାତ୍ରା ସମୟରେ ଶ୍ରୀ ଜଗନ୍ନାଥ, ବଡ଼ଠାକୁରଙ୍କ ପହଣ୍ଡି ବିଜେ ପାଇଁ ଆଵଶ୍ୟକ ସେନାପଟା, ବାହୁଟ ସେଵା ନିମନ୍ତେ ସାକ୍ଷୀଗୋପାଳ ବକୁଳବନରେ ବଉଳବୃକ୍ଷ ଚିହ୍ନଟ କରାଯାଇଛି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ ନିର୍ମାଣ ତତ୍ବାବଧାରକ, ଭୋଇ ସେଵକ ସାକ୍ଷୀଗୋପାଳ ମନ୍ଦିର ଓ ସ୍ଥାନୀୟ ପ୍ରଶାସନ ସହ ବକୁଳବନ ଶେଷ ଭାଗରେ ସାରୁଗଡି଼ଆ ଗ୍ରାମ ନିକଟରେ ଶୁକ୍ରବାର ବଉଳ ବୃକ୍ଷ ଚୟନ କରିଥିଲେ।

ଏହି ଅବସରରେ ସତ୍ୟଵାଦୀ ବିଡ଼ିଓ କ୍ଷୀରୋଦ କୁମାର ବେହେରା, ଆଇଆଇସି ଦେବୀ ପ୍ରସାଦ ପାତ୍ର, ବ୍ଲକ ଚେୟାରମ୍ୟାନ ସମ୍ମିତା ପ୍ରଧାନ, ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟାନିର୍ଵାହୀ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଶ୍ରୀମନ୍ଦିର ଵରିଷ୍ଠ ତତ୍ବାବଧାରକ ସୁଦର୍ଶନ ମେକାପ, ସର୍ଦ୍ଦାର ଭୋଇସେଵକ ରବିନ୍ଦ୍ର ଭୋଇ, ଧୃବ ଚରଣ ଭୋଇ, ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚ ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

ସୋମଵାର ନିର୍ଜଳା ଏକାଦଶୀ ତିଥୀରେ ମହାପ୍ରଭୁଙ୍କ ଆଜ୍ଞାମାଳ ଲାଗି କରିଯାଇ ବୃକ୍ଷଟିକୁ ବରଣ କରାଯିଵା ପରେ ଭୋଇସେବକ ମାନେ ନିର୍ଦ୍ଧାରିତ ମାପରେ ବୃକ୍ଷ ଛେଦନ କରିବେ। ବକୁଳଵନ ସିଦ୍ଧବକୁଳ ମନ୍ଦିର ଠାରୁ ବଳଦ ଶଗଡିରେ ଶ୍ରୀକ୍ଷେତ୍ର ଅଭିମୁଖେ କାଠଶଗଡି ମେଲାଣି ଦିଆଯିବ। ଚଳିତ ମାସ 24 ତାରିଖରେ ପବିତ୍ର ସ୍ନାନ ଯାତ୍ରା ଏବଂ ଆସନ୍ତା ଜୁଲାଇ ମାସ ୧୨ ତାରିଖରେ ଶ୍ରୀଗୁଣ୍ଡିଚା ରଥଯାତ୍ରା ଓ ବାହୁଡା ଯାତ୍ରା ସମୟରେ ଶ୍ରୀଜିଉଙ୍କ ପହଣ୍ଡି ବେଳେ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ସୁରକ୍ଷା ନିମନ୍ତେ ଆବଶ୍ୟକ ସେନାପଟା ଓ ବାହୁଟ ଗୁପ୍ତସେବା କରାଯାଇଥାଏ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.