ପୁରୀ: ଧାର୍ଯ୍ୟ ସମୟର ବହୁ ପୂର୍ବରୁ ଆରମ୍ଭ ହେଲା ରଥଟଣା । କାଳିଆକୁ ବାନ୍ଧିବାକୁ ଭକ୍ତ ହାତରେ ଶ୍ରଦ୍ଧାର ଦଉଡ଼ି । ଗଜପତି ମହାରାଜ ତିନି ରଥରେ ଛେରାପହଁରା ଶେଷ କରିବା ପରେ ଏବେ ବଳଭଦ୍ରଙ୍କ ତାଳଧ୍ବଜ ଓ ସୁଭଦ୍ରଙ୍କ ରଥ ଟଣା ହୋଇଥିବା ବେଳେ ବଡଦାଣ୍ଡରେ ଗଡୁଛି ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ।
ବଡଦାଣ୍ଡ ଜନ ସମୁଦ୍ରରେ ପରିଣତ ହୋଇଥିବା ବେଳେ ଘଣ୍ଟଘଣ୍ଟାର ଶବ୍ଦରେ ଆଧ୍ୟାତ୍ମିକ ପରିବାଶ ସୃଷ୍ଟି ହୋଇଛି । ଭକ୍ତ ଓ ଭଗବାନ ଏବେ ବଡ଼ଦାଣ୍ଡରେ ଏକାକାର ହୋଇଛନ୍ତି ।
ପୁରୀରୁ ତାପସ ପରିଡା, ଇଟିଭି ଭାରତ