ETV Bharat / state

ଆବାସ ଯୋଜନାରେ ଦୁର୍ନୀତି,‘ରାଜ୍ୟ ସରକାରଙ୍କୁ ପଡିବ ଲୋକଙ୍କ ଅଭିଶାପ’ - awas yojana corruption issue

ପୁରୀରେ ଜିଲ୍ଲା ସ୍ତରୀୟ ଗ୍ରାହକ ସଂଯୋଗୀକରଣ ସମ୍ମିଳନୀରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆବାସ ଯୋଜନାରେ ଦୁର୍ନୀତି କଲେ ଲୋକଙ୍କ ଅଭିଶାପ ପଡିବ ବୋଲି ସେ କହିଛନ୍ତି ।

ଆବାସ ଯୋଜନାରେ ଦୁର୍ନୀତି,‘ରାଜ୍ୟ ସରକାରଙ୍କୁ ପଡିବ ଲୋକଙ୍କ ଅଭିଶାପ’
author img

By

Published : Oct 31, 2019, 7:12 PM IST

ପୁରୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆବାସ ଯୋଜନା ଏକ ମହତ୍ତ୍ବାକାଂକ୍ଷୀ ଯୋଜନା । ଏଥିରେ ଛୋଟ ମନ ନେଇ ରାଜ୍ୟ ସରକାର କାମ ନକରନ୍ତୁ । ନଚେତ୍ ଲୋକଙ୍କ ଅଭିଶାପ ପଡିବ ବୋଲି ଜିଲ୍ଲା ସ୍ତରୀୟ ଗ୍ରାହକ ସଂଯୋଗୀକରଣ ସମ୍ମିଳନୀରେ ଯୋଗଦେବା ଅବସରରେ ଏହି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆବାସ ଯୋଜନାରେ ଦୁର୍ନୀତି,‘ରାଜ୍ୟ ସରକାରଙ୍କୁ ପଡିବ ଲୋକଙ୍କ ଅଭିଶାପ’

ଧର୍ମେନ୍ଦ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଅର୍ଥ ଦେଉଥିବା ବେଳେ ରାଜ୍ୟ ସରକାର ୪୦ ପ୍ରତିଶତ ଦେଉଛନ୍ତି । ଏହାକୁ ସଠିକ୍ ଭାବେ ଉପଯୁକ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଦରକାର । ସମସ୍ତଙ୍କର ସହଯୋଗ ଭିତ୍ତିରେ କାର୍ଯ୍ୟ କରିବା ଦରକାର । ଛୋଟ ମନ ନେଇ କାର୍ଯ୍ୟ କଲେ ହେବ ନାହିଁ । ଗରିବ ଲୋକଙ୍କର ସଠିକ୍‌ ତାଲିକା କରାଯାଉ । ଦୁର୍ନୀତି କଲେ ଅଭିଶାପ ପଡିବ ବୋଲି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଧର୍ମେନ୍ଦ୍ର ।

ସେ ଆହୁରି ମଧ୍ୟ କହିଛନ୍ତି, ଯିଏ ପାପ କରିବ ସିଏ ଫଳ ଭୋଗିବ । ‘ଫନି’ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନରେ ମଧ୍ୟ ଅନିୟମିତତା ହୋଇଥିବା ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ପୁରୀ ବିଧାୟକଙ୍କ ଅଭିଯୋଗ ଆଧାରରେ କହିଛନ୍ତି 'ଫନି'ରେ ଆଂଶିକ ଭାଙ୍ଗିଥିବା ହିତାଧିକାରୀଙ୍କୁ ପୂର୍ଣ୍ଣ ସହାୟତା ପ୍ରଦାନ କରାଯାଇଛି । ଏମିତିକି ଗୋଟିଏ ପରିବାରର ଏକାଧିକ ସଦସ୍ୟଙ୍କୁ ସହାୟତା ପ୍ରଦାନ କରାଯାଇଛି । ଏହାକୁ ସୁଧାରିବାର ଆବଶ୍ୟକତା ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଧର୍ମେନ୍ଦ୍ର ଙ୍କ ସମାଲୋଚନାBody:
ରାଜ୍ୟରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି କୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାର ଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୋଟିଏ ମହତ୍ତ୍ୱକାଂକ୍ଷୀ ଯୋଜନା। ଏଥିରେ କେନ୍ଦ୍ର ସରକାର ୬୦ପ୍ରତିଶତ ଅର୍ଥ ଦେଉଥିବା ବେଳେ ରାଜ୍ଯ ସରକାର ୪୦ପ୍ରତିଶତ ଦେଉଛନ୍ତି। ଏହାକୁ ସଠିକ୍ ଭାବେ ଉପଯୁକ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଦରକାର। ସମସ୍ତଙ୍କର ସହଯୋଗ ଭିତ୍ତିରେ କାର୍ଯ୍ଯ କରିବା ଦରକାର। ଛୋଟ ମନ ନେଇ କାର୍ଯ୍ୟ କଲେ ହେବନାହିଁ। ଗରିବ ଲୋକଙ୍କର ସଠିକ ତାଲିକା କରାଯାଉ। ଦୁର୍ନୀତି କଲେ ଅଭିଶାପ ପଡିବ ବୋଲି ପୁରୀରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଗ୍ରାହକ ସଂଯୋଗୀକରଣ ସମ୍ମିଳନୀରେ ଯୋଗଦେବା ଅବସରରେ ଏହି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆହୁରି ମଧ୍ୟ କହିଛନ୍ତି ଯିଏ ପାପ କରିବ ସିଏ ଫଳ ଭୋଗିବ ବୋଲି ଚେତେଇ ଦେଇଛନ୍ତି । ଫନି କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନରେ ମଧ୍ୟ ଅନିୟମିତତା ହୋଇଥିବା ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ପୁରୀ ବିଧାୟକଙ୍କ ଅଭିଯୋଗ ଆଧାରରେ କହିଛନ୍ତି ଫନୀରେ ଆଂଶିକ ଭାଙ୍ଗିଥିବା ହିତାଧିକାରୀଙ୍କୁ ପୂର୍ଣ୍ଣ ସହାୟତା ପ୍ରଦାନ କରାଯାଇଛି। ଏମିତିକି ଗୋଟିଏ ପରିବାରର ଏକାଧିକ ସଦସ୍ଯଙ୍କୁ ସହାୟତା ପ୍ରଦାନ କରାଯାଇଛି। ଏହାକୁ ସୁଧାରିବାର ଆବଶ୍ଯକତା ରହିଛି। ପୁରୀର ଜିଲ୍ଲାପାଳ ଜଣେ ଯୁବକ କାମିକା ଲୋକ। ଭେଦଭାବ ନଦେଖି ସଠିକ୍ ଭାବେ କାର୍ଯ୍ଯ କରିବା ଦରକାର ବୋଲି କହିଛନ୍ତି ଧର୍ମେନ୍ଦ୍ର।,,,,
ବାଇଟ୍- ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ,

Ftpରେ ଭିଯୁଆଲ ବାଇଟ ଯାଇଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.