ETV Bharat / state

ଲକଡାଉନ ସାଜିଲା କାଳ, ହନ୍ତସନ୍ତ ଅଟୋ ବ୍ୟବସାୟୀ

author img

By

Published : May 1, 2020, 6:57 PM IST

ଲକଡାଉନ ଯୋଗୁଁ ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟକଙ୍କ ଆସିବା ଉପରେ କଟକଣା ରହିଛି। ପୁରୀର ପର୍ଯ୍ୟଟନ ଶିଳ୍ପରେ ଅନନ୍ୟ ଭୂମିକା ଗ୍ରହଣ କରିଥିବା ଅଟୋ ବ୍ୟବସାୟୀ ମାନେ ମହାମାରୀ କୋରୋନାର ଲକଡାଉନ ଯୋଗୁଁ ଦୁର୍ଦ୍ଦଶାରେ ଜୀବନ ଅତିବାହିତ କରୁଛନ୍ତି । ପର୍ଯ୍ୟଟକଙ୍କ ଉପରେ ନିର୍ଭର ଶୀଳ ଅଟୋ ବ୍ୟବସାୟ ଏବେ ଲକଡାଉନ ଯୋଗୁଁ ଠପ ହୋଇପଡିଛି। ଅଧିକ ପଢନ୍ତୁ...

auto-drivers-faceing-various-problems-over-lockdown
ଲକଡାଉନ ସାଜିଲା କାଳ ଦୁର୍ଦ୍ଦିନରେ ଅଟୋ ବ୍ୟବସାୟୀ

ପୁରୀ: ସାରା ଦେଶରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ। ଲକଡାଉନ ଯୋଗୁଁ ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟକଙ୍କ ଆସିବା ଉପରେ କଟକଣା ରହିଛି। ତେବେ ଦୀର୍ଘ ଏକ ମାସ ଲକଡାଉନ ଯୋଗୁଁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଅଟୋ ବ୍ୟବସାୟୀ । ଲକଡାଉନ ଯୋଗୁଁ ବେରୋଜଗାର ହୋଇ ବସିରହିଛନ୍ତି ।

ପୁରୀର ପର୍ଯ୍ୟଟନ ଶିଳ୍ପରେ ଏକ ଅନନ୍ୟ ଭୂମିକା ଗ୍ରହଣ କରିଥିବା ଅଟୋ ବ୍ୟବସାୟୀ ମାନେ ମହାମାରୀ କୋରୋନାର ଲକଡାଉନ ଯୋଗୁଁ ଦୁର୍ଦ୍ଦଶାରେ ଜୀବନ ଅତିବାହିତ କରୁଛନ୍ତି । ପର୍ଯ୍ୟଟକଙ୍କ ଉପରେ ନିର୍ଭର ଶୀଳ ଅଟୋ ବ୍ୟବସାୟ ଏବେ ଲକଡାଉନ ଯୋଗୁଁ ଠପ ହୋଇପଡିଛି। ଫଳରେ ହାତରେ ରୋଜଗାର ନ ଥିବା ହେତୁ ଘର ଚଳାଇବା କଷ୍ଟକର ହୋଇ ପଡ଼ିଛି। ସେହିପରି ଅଧିକାଂଶ ଅଟୋ ଚାଳକଙ୍କ ରେସନ କାର୍ଡ ଖଣ୍ଡେ ନାହିଁ। ଧାର କରଜ କରି ବୋହୁ କଷ୍ଟରେ ଚଲୁଛନ୍ତି। ପିଲାଙ୍କ ପାଠ ପଢା , ଗାଡି ମରାମତି ପାଇଁ ହାତରେ ଅର୍ଥ ନାହିଁ। ତେବେ ଦିଲୀ ଭଳି ରାଜ୍ୟରେ ଅଟୋ ବ୍ୟବସାୟୀଙ୍କୁ ସରକାର 5 ହଜାର ଟଙ୍କା ଦେଇ ଥିବା ବେଳେ ଏହି କଷ୍ଟ ସମୟରେ ଓଡିଶାର ଏହି ଗରିବ ଅଟୋ ଚାଳକ ମାନଙ୍କ ପାଇଁ ଆର୍ଥିକ ସାହାଯ୍ୟ ଦେବା ପାଇଁ ପୁରୀଧାମ ଅଟୋ ମହାସଂଘ ଦାବି କରିଛି। ଏ ନେଇ ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନକୁ ଦୁଇ ଦୁଇ ଥର ଦାବି ପତ୍ର ଦିଆଯାଇ ଥିଲେ ମଧ୍ୟ କେହି ସାହାଯ୍ୟର ହାତ ବଢ଼ାଇ ନ ଥିବା ସଂଘ ଅଭିଯୋଗ କରିଛି।

ଲାକଡାଉନ ପରେ ବି କେବେ ପରିବହନ ବ୍ୟବସାୟ ଆରମ୍ଭ ହେବ ତାହା ବି ଅନିଶ୍ଚିତତା ରେ ଥିବାରୁ ଚିନ୍ତାରେ ଅଟୋ ବ୍ୟବସାୟୀ । ତେବେ ଲକଡାଉନ ଯୋଗୁଁ ପୁରୀର ଅଟୋ ବ୍ୟବସାୟୀଙ୍କ ଦୁର୍ଦ୍ଦଶା ବଢୁଥିବାବେଳେ କେବେ ଲକଡାଉନ ଅବଧି ସରିବ ତାହ କହିବା ମୁସ୍କିଲ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.