ETV Bharat / state

ଗାଁ ଦାଣ୍ଡରେ କୋରୋନା ଯୋଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ

author img

By

Published : Jun 22, 2021, 5:17 PM IST

ଗାଁ ଦାଣ୍ଡରେ ସ୍ବାସ୍ଥ୍ଯକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ । ପୁରୀ ଜିଲ୍ଲା କଣାସ ବ୍ଲକ ବଡଓରା ଗ୍ରାମରେ ଘଟିଛି ଅଭାବନୀୟ କାଣ୍ଡ । ଅଧିକ ପଢନ୍ତୁ...

ଗାଁ ଦାଣ୍ଡରେ କୋରୋନା ଯୋଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ
ଗାଁ ଦାଣ୍ଡରେ କୋରୋନା ଯୋଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ: ଗାଁ ଦାଣ୍ଡରେ କୋରୋନା ଯୋଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ । ପୁରୀ ଜିଲ୍ଲା କଣାସ ବ୍ଲକ ବଡଓରା ଗ୍ରାମରେ ଦେଖିବାକୁ ମିଳିଛି ଏହି ଲୋମଟାଙ୍କୁରା ଦୃଶ୍ୟ । ଗ୍ରାମର ହେମନ୍ତ କୁମାର ସାହୁ ଯିଏ କି କଣାସ ମେଡିକାଲରେ ସ୍ବାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟରତ ତାଙ୍କୁ କିଛି ଲୋକ ତଳେ ପକାଇ ଅତି ନିର୍ମମ ଭାବେ ମାଡ ମାରିଛନ୍ତି । ଗୁରୁତର ଅବସ୍ଥାରେ ହେମନ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଜମିଜମା ବିବାଦକୁ କେନ୍ଦ୍ର କରି ଏହି କାଣ୍ଡ ଘଟିଥିବା କୁହାଯାଉଛି । ତେବେ ହେମନ୍ତଙ୍କ ସହ ତାଙ୍କ ପରିବାର ଲୋକଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଘଟଣାରେ ଗଡିଶାଗୋଦା ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ଅଭିଯୁକ୍ତଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.