ETV Bharat / state

ପୁରୀରେ ASI ଟିମ, ନାଟମଣ୍ଡପ ଓ ଜଗମୋହନ ମରାମତି ନେଇ କଲେ ଅନୁଧ୍ୟାନ

author img

By

Published : Nov 27, 2022, 12:34 PM IST

Updated : Nov 27, 2022, 7:42 PM IST

ପୁରୀରେ ASI ଟିମ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ନାଟମଣ୍ଡପ ବିମ୍‌ରେ ଥିବା ଫାଟ ଓ ଜଗମୋହନର ମରାମତି କାର୍ଯ୍ୟ ନେଇ ସ୍ଥିତି ଅନୁଧ୍ୟାନ କଲେ ASI ବିଶେଷଜ୍ଞ ଟିମ୍ । ଆସନ୍ତା ଏକ ମାସ ମଧ୍ୟରେ ହାଇକୋର୍ଟଙ୍କୁ ଦିଆଯିବ ରିପୋର୍ଟ । ଅଧିକ ପଢନ୍ତୁ

ପୁରୀରେ ASI ଟିମ, ନାଟମଣ୍ଡପ ଓ ଜଗମୋହନ ମରାମତି ନେଇ କଲେ ଅନୁଧ୍ୟାନ
ପୁରୀରେ ASI ଟିମ, ନାଟମଣ୍ଡପ ଓ ଜଗମୋହନ ମରାମତି ନେଇ କଲେ ଅନୁଧ୍ୟାନ

ପୁରୀ: ପୁରୀରେ ASI ଟିମ । ଶ୍ରୀମନ୍ଦିର ନାଟମଣ୍ଡପ ବିମ୍‌ରେ ଥିବା ଫାଟ ଓ ଜଗମୋହନର ମରାମତି କାର୍ଯ୍ୟ ନେଇ ଆଜି ସ୍ଥିତି ଅନୁଧ୍ୟାନ କରିଛି ASI ବିଶେଷଜ୍ଞ ଟିମ୍ । ନାଟ ମଣ୍ଡପ ମରାମତି ପାଇଁ ନକ୍ସା ପ୍ରସ୍ତୁତ କରାଯାଉଛି । ନାଟମଣ୍ଡପର ଚାରିଗୋଟି ପିଲର ଏବଂ ବିମ୍ ସମେତ କ୍ୟାପିଟାଲ ବିମ୍ ଗୁଡ଼ିକର ଦୁର୍ବଳ ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଛି । ସ୍ଥିତି ଅନୁଧ୍ୟାନ ପାଇଁ ଆଜି ପୁରୀରେ ପହଞ୍ଚିଥିଲା ଏଏସଆଇ ଟିମ ।

ଆମିକସକ୍ୟୁରୀ ଏନକେ ମହାନ୍ତିଙ୍କ ସହ ଆଇଆଇଟି ଚେନ୍ନାଇର ପ୍ରଫେସର ଅରୁଣ ମେନନ୍, ଏଏସଆଇର ଅତିରିକ୍ତ ଡିଜି ଜାନଭି ଶର୍ମା, ଏଏସଆଇ ସଂରକ୍ଷକ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ଟିମ୍ ଶ୍ରୀମନ୍ଦିର ନାଟମଣ୍ଡପ ବିମ୍‌ରେ ଥିବା ଫାଟ ଅନୁଧ୍ୟାନ କରିଛନ୍ତି । ନାଟମଣ୍ଡପ ମରାମତି ପାଇଁ ନକ୍ସା ପ୍ରସ୍ତୁତ କରାଯାଉଛି । ନାଟମଣ୍ଡପର ଚାରିଗୋଟି ପିଲର ଏବଂ ବିମ୍ ସମେତ କ୍ୟାପିଟାଲ ବିମ୍ ଗୁଡ଼ିକର ଦୁର୍ବଳ ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଛି । ପାଣି ଗଳୁଥିବା ନାଟମଣ୍ଡପ ଓ ଜଗମୋହନ ଛାତ ସ୍ଥିତି ଅନୁଧ୍ୟାନ ପାଇଁ ଖଡ଼ଗପୁର ଆଇଆଇଟିକୁ ଦାୟିତ୍ବ ଦିଆଯାଇଥିବା ଜଣାପଡ଼ିଛି ।

ତେବେ ୨୦୧୮ ମସିହାରେ ନାଟମଣ୍ଡପ ବିମ୍‌ରେ ଫାଟ ଥିବା ଜଣାପଡିବା ପରେ ଏହାର ମରାମତି ପାଇଁ ଏଏସ୍ଆଇ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା । ସେହିପରି ଫାଟର ପ୍ରକୃତ ସ୍ଥିତି ଜାଣିବା ପାଇଁ ଅତ୍ୟାଧୁନିକ କ୍ରାକ୍ ଟ୍ରାନ୍ସମିଟର ଲଗାଯାଇଥିଲା । ତେବେ ଆଜି ଉଚ୍ଚ ସ୍ତରୀୟ ଟିମ୍ ଅନୁଧ୍ୟାନ ପରେ ନାଟମଣ୍ଡପ‌ ବିମ୍‌ରେ ପୂର୍ବରୁ ଯେଭଳି ଫାଟ ଥିଲା ଏବେ ବି ସେହିଭଳି ରହିଥିବା ସ୍ପଷ୍ଟ ହୋଇଛି । ଖୁବଶୀଘ୍ର ଏହାର ମରାମତି କାର୍ଯ୍ୟ ଆରମ୍ଭ କରାଯାଇ ଆସନ୍ତା ମାର୍ଚ୍ଚ ଓ ଏପ୍ରିଲ ସୁଦ୍ଧା ଶେଷ କରାଯିବ । ସେହିପରି ନାଟମଣ୍ଡପ ଛାତ ଓ କାନ୍ଥର କେତେକ ପଥର ଭାଙ୍ଗି ରୁଜି ଯାଇଥିବା ଅନୁଧ୍ୟାନ ସମୟରେ ଜଣାପଡିଛି । ଏହାକୁ ତରଳ ପଦାର୍ଥ ଦିଆଯାଇ ମରାମତି କରାଯିବ ।

ଜୟ-ବିଜୟ ଦ୍ଵାର ଓ ଗରୁଡ଼ ସ୍ତମ୍ଭ ଛାତରେ ଫାଟ ଥିବା ନେଇ ପୂର୍ବରୁ ଠାବ କରାଯାଇଥିଲା । ନାଟମଣ୍ଡପ ଓ ଜଗମୋହନ ଏବଂ ନାଟମଣ୍ଡପ-ଭୋଗମଣ୍ଡପ ଘରର ସଂଯୋଗସ୍ଥଳ ଛାତ ମରାମତି କରାଯିବା ନେଇ ପ୍ରସ୍ତାବ ରହିଛି । ନାଟମଣ୍ଡପ ବିମ୍‌ର ମରାମତି କାର୍ଯ୍ୟରେ ଏଏସଆଇ ପକ୍ଷରୁ ବିଳମ୍ବ କରାଯାଉଥିବାରୁ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ । ଶ୍ରୀମନ୍ଦିର ସୁରକ୍ଷା ପାଇଁ ଏଏସଆଇ ଅବହେଳା ନକରି ଯତ୍ନବାନ ହେବାକୁ କହିଛନ୍ତି ପରିଚାଳନା କମିଟି ସଦସ୍ୟ ।

ନାଟମଣ୍ଡପ ବିମର ଫାଟକୁ ନେଇ ମରାମତି କାର୍ଯ୍ୟରେ ଏଏସ୍‌ଆଇର ଅବହେଳାକୁ ନେଇ ନିକଟରେ ହାଇକୋର୍ଟ ବିରକ୍ତି ପ୍ରକାଶ କରିଥିଲେ । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏଏସ୍‌ଆଇ ଏହାର ମରାମତି କରିବା ନେଇ ତତ୍ପର ହୋଇଛି । ନାଟମଣ୍ଡପର ସ୍ଥିତି ଯାଞ୍ଚ ପରେ ଆସନ୍ତା ଏକ ମାସ ମଧ୍ୟରେ ହାଇକୋର୍ଟଙ୍କୁ ରିପୋର୍ଟ ଦିଆଯିବ । ତେବେ ଆଜି ଏଏସ୍‌ଆଇ ଟିମ୍‌ ଅନୁଧ୍ୟାନ ସମୟରେ ଏଏସ୍‌ଆଇ, ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ବ୍ୟତୀତ ବିଶେଷଜ୍ଞମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ପୁରୀ

Last Updated : Nov 27, 2022, 7:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.