ପୁରୀ: କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ କୋଣାର୍କ ଥାନାର ଏଏସଆଇ ଦିଲ୍ଲୀପ ବେହେରା ନିଲମ୍ବିତ । କାର୍ଯ୍ୟରୁ ନିଲମ୍ବନ କଲେ ପୁରୀ ଏସପି ଅଖିଳେଶ୍ବର ସିଂ । କର୍ତ୍ତବ୍ୟରେ ଅବହେଳା, ସାଧାରଣଜନତାଙ୍କ ଉପରେ ଜୁଲମ ଓ ବିଭିନ୍ନ ସମୟରେ ପୋଲିସ ସେବା ନିୟମରେ ଖୋଲାଖୋଲି ଉଲ୍ଲଙ୍ଘନ ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି ।
ସୂଚନା ଅନୁଯାୟୀ, ନିଲମ୍ବିତ ଏଏସଆଇ ଦିଲ୍ଲୀପ ବେହେରା ଗତ ଅଗଷ୍ଟ ମାସ 24 ତାରିଖ ଦିନ କୋଣାର୍କର ଜଣେ ବ୍ୟକ୍ତିଙ୍କୁ ବିନା କୌଣସି କାରଣରୁ ଉଠାଇ ନେଇ ଥାନା ପରିସରେ ମାଡ ମାରି ଲହୁ ଲୁହାଣ କରିଥିଲେ । ଘଟଣା ସମ୍ପର୍କରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ପୁରୀ ଏସପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସେହିପରି କୋଣାର୍କ ଅଞ୍ଚଳରେ ଅକାରଣରେ ଲୋକଙ୍କ ଉପରେ ଜୋର ଜୁଲମ କରୁଥିବା ନେଇ ଅଭିଯୋଗ ମଧ୍ୟ ହୋଇଥିଲା । ଏହି ସମସ୍ତ ଘଟଣାର ତଦନ୍ତ କରି ତାଙ୍କୁ ଏସପି ନିଲମ୍ବିତ କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ