ETV Bharat / state

ସର୍ଟ ଭିଡ଼ିଓରେ ପୁଣି ଭାଇଗିରି, ଭିଡିଓ ଭାଇରାଲ

ସୋସିଆଲ ମିଡ଼ିଆର ବହୁଳ ବ୍ୟବହାର ସହ ନିଜକୁ ରାତାରାତି ଫେମସ କରିବା ଚକରରେ ମାତିଛନ୍ତି ଯୁବପିଢୀ। ଆଉ ଏହି ଫେମସ କରିବାର ନିଶା ସେମାନଙ୍କୁ କରିଛି ବିପଥଗାମୀ । ଯାହାର ଝଲକ ଦେଖିବାକୁ ମିଳିଛି ପୁରୀ ସହରରେ । ଅଧିକ ପଢନ୍ତୁ

ସର୍ଟ ଭିଡ଼ିଓରେ ପୁଣି ଭାଇଗିରି ଭିଡିଓ ଭାଇରାଲ
ସର୍ଟ ଭିଡ଼ିଓରେ ପୁଣି ଭାଇଗିରି ଭିଡିଓ ଭାଇରାଲ
author img

By

Published : Nov 15, 2021, 3:44 PM IST

Updated : Nov 15, 2021, 3:56 PM IST

ପୁରୀ: ସୋସିଆଲ ମିଡ଼ିଆରେ ଏବେ ସର୍ଟ ଭିଡିଓର ବଢୁଛି ଚାହିଦା। ଆଉ ଏହି ସର୍ଟ ଭିଡଓ ହିଁ ବିପଦଗାମୀ କରିଛି ଯୁବପିଢୀଙ୍କୁ। ସୋସିଆଲ ମିଡ଼ିଆର ବହୁଳ ବ୍ୟବହାର ସହ ନିଜକୁ ରାତାରାତି ଫେମସ କରିବା ଚକରରେ ମାତିଛନ୍ତି ଯୁବପିଢୀ। ଆଉ ଏହି ଫେମସ କରିବାର ନିଶା ସେମାନଙ୍କୁ ବିପଥଗାମୀ କରିଛି। ଯାହାର ଝଲକ ଦେଖିବାକୁ ମିଳିଛି ପୁରୀ ସହରରେ।

ସର୍ଟ ଭିଡ଼ିଓରେ ପୁଣି ଭାଇଗିରି, ଭିଡିଓ ଭାଇରାଲ

ହାତରେ ମାରଣାସ୍ତ୍ର ଧରି ରାଜରାସ୍ତାରେ ଖୁଲମଖୁଲା ଚାଲିଛି ଦାଦାଗିରି। ଆଉ ଏମିତି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଚିନ୍ତାରେ ସହରବାସୀ। କିଭଳି ଏହି ପଥଭ୍ରଷ୍ଟ ଯୁବକମାନଙ୍କୁ ଠିକ ରାସ୍ତାକୁ ଅଣାଯାଇପାରିବ, ସେନେଇ ଅନ୍ଧାରରେ ବାଡି ବୁଲାଉଛି ପୋଲିସ। ଫିଲ୍ମ ଷ୍ଟାଇଲରେ ବିଚ୍ ରାସ୍ତାରେ ହାତରେ ହକି ଷ୍ଟିକ ଧରି ନିଜର ଭାଇଗିରି ପଣିଆ ପ୍ରଦର୍ଶନ କରୁଛନ୍ତି ଯୁବକମାନେ।

ସେହିପରି ଆଉଜଣେ ଯୁବକ ହାତରେ ବନ୍ଧୁକ ଧରି ଫିଲ୍ମ ଡାଇଲଗରେ ନିଜର ଦବଦବା ଜାହିର କରୁଥିବା ଭିଡିଓ ଦେଖିବାକୁ ମିଳିଛି। ତେବେ ଏଭଳି ଭିଡିଓ କରୁଥିବା ଯୁବପିଢୀଙ୍କୁ ତୁରନ୍ତ ନିୟନ୍ତ୍ରଣକୁ ଅଣାନଗଲେ ସମାଜ ପ୍ରତି ଏମାନେ ଆଗାମୀ ଦିନରେ ବିପଦ ସୃଷ୍ଟି କରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 15, 2021, 3:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.