ETV Bharat / state

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇଲେ ପଟି ଦିଅଁ

ଆରମ୍ଭ ହେଲା ମହାପ୍ରଭୁଙ୍କ ଅଣସର ନୀତି । ଜ୍ବରରେ ଆକ୍ରାନ୍ତ ଦାରୁଦିଅଁଙ୍କ ସ୍ଥାନରେ ପୂଜା ପାଇଲେ ପଟି ଦିଅଁ । ଅଧିକ ପଢନ୍ତୁ

author img

By

Published : Jun 5, 2023, 5:23 PM IST

Etv Bharat
Etv Bharat
ଅଣସର ନୀତି

ପୁରୀ: ସ୍ନାନଯାତ୍ରାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ବରରେ ପୀଡ଼ିତ ଦାରୁ ଦିଅଁ । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଅଣସର ନୀତି । ଜ୍ଵରରେ ଆକ୍ରାନ୍ତ ଦାରୁଦିଅଁଙ୍କ ପାରମ୍ପାରିକ ଉପଚାର ଆରମ୍ଭ କରିଛନ୍ତି ଦଇତାପତି ସେବକ । ସେପଟେ ମହାପ୍ରଭୁଙ୍କ ସ୍ଥାନରେ ପୂଜା ପାଇଛନ୍ତି ପଟି ଦିଅଁ । ଅଣସର ୧୫ ଦିନ ଶ୍ରୀବିଗ୍ରହଙ୍କ ବଦଳରେ ପଟି ଦିଅଁ ଶ୍ରୀମନ୍ଦିରରେ ପୂଜା ପାଇବେ।

ମନୁଷ୍ୟ ଯେଭଳି ଅତ୍ୟଧିକ ସ୍ନାନ କଲେ ଜ୍ବରରେ ଆକ୍ରାନ୍ତ ହୋଇଥାଏ ମହାପ୍ରଭୁ ମଧ୍ୟ ସ୍ନାନଯାତ୍ରା ପରେ ଜ୍ଵରରେ ଆକ୍ରାନ୍ତ ହୋଇଛନ୍ତି । ଜ୍ବର ଆକ୍ରାନ୍ତ ଦାରୁ ଦିଅଁଙ୍କ ଉପଚାର ପାଇଁ ଅଣସର ପିଣ୍ଡିରେ ଠାକୁରଙ୍କୁ ଅବସ୍ଥାନ କରାଯାଇଛି । ମହାପ୍ରଭୁ ଦଇତା ପତି ସେବକମାନେ ଏହି ଉପଚାର ଆରମ୍ଭ କରିଛନ୍ତି । ମହାପ୍ରଭୁଙ୍କ ଏହି ଉପଚାର ବିଧି ୧୫ ଦିନ ଧରି ଚାଲିବ । ଏହାକୁ ମହାପ୍ରଭୁଙ୍କ ଅଣସର ନୀତି କୁହାଯାଏ । ସେପଟେ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଅନୁପସ୍ଥିତିରେ ମହାପ୍ରଭୁ ଚଳନ୍ତି ପ୍ରତିମା ସହ ପଟିଦିଅଁ ପୂଜା ପାଆନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ପ୍ରଭୁ ଅନନ୍ତ ନାରାୟଣ, ପ୍ରଭୁ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେଵୀ ସୁଭଦ୍ରାଙ୍କ ସ୍ଥାନରେ ଦେଵୀ ଭୁବନେଶ୍ଵରୀଙ୍କୁ ପୂଜା କରାଯାଏ ।

ଏହା ବି ପଢନ୍ତୁ- ଅଣସରରେ ଶ୍ରୀଜିଉ, ପୂଜା ପାଉଛନ୍ତି ପଟିଦିଅଁ

ଏହି ଅଣସର ୧୫ ଦିନ ଶ୍ରୀବିଗ୍ରହଙ୍କ ବଦଳରେ ପଟି ଦିଅଁ ଶ୍ରୀମନ୍ଦିରରେ ପୂଜା ପାଇବେ । ଶ୍ରୀମନ୍ଦିରରେ ଯେଭଳି ଦୈନିକ ନୀତିକାନ୍ତି ହୋଇଥାଏ ସେହି ନୀତି ପଟି ଦିଅଁଙ୍କ ଠାରେ ହୋଇଥାଏ । ସେପଟେ ଅଣସରର ପ୍ରଥମ ଦିନରେ ଦଇତା ପତି ସେବକମାନେ ଅସୁସ୍ଥ ମହାପ୍ରଭୁଙ୍କ ଉପଚାର ଓ ସ୍ଵତନ୍ତ୍ର ଗୁପ୍ତ ପୂଜା ବିଧି ଆରମ୍ଭ କରିଛନ୍ତି । ଆଜି ଭୋରରେ ମହାପ୍ରଭୁଙ୍କୁ ଅଣସର ପିଣ୍ଡିରେ ବିଜେ କରାଯିବା ମହାପ୍ରଭୁଙ୍କ ସୁବର୍ଣ୍ଣ ଚିତା, ରାହୁ ରେଖା ଉଲାଗି ହୋଇଛି । ପରମ୍ପରା ଅନୁଯାୟୀ ଆଜି ମଧ୍ୟାହ୍ନ ଧୂପ ପରେ ଅଣସର ଦ୍ଵାର ଖୋଲିଥିଲା । ଦଇତା ପତି ସେବକମାନେ ଅଣସର ଘରେ ପ୍ରବେଶ କରି ମହାପ୍ରଭୁ ଗୁପ୍ତ ଉପଚାର ଓ ପୂଜା ବିଧି ଆରମ୍ଭ କରିଛନ୍ତି । ଏହି ଅଣସରରେ ମହାପ୍ରଭୁଙ୍କ ଠାରେ ଚକଟା ଭୋଗ, ଫଳ ଭୋଗ ହୋଇଥାଏ । ଶ୍ଵେତ ପୁଷ୍ପ ଲାଗି ହୋଇଥାଏ । ତୁଳସୀ ଲାଗି ହୋଇ ନ ଥାଏ ।

ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅଣସର ସମୟରେ ଶ୍ରୀମନ୍ଦିର ଭିତରେ କୌଣସି ଘଣ୍ଟ ଅବା ଗୀତ ବୋଲାଯାଏ ନାହିଁ। ମନ୍ଦିରକୁ ଶୂନଶାନ ରଖାଯାଏ । ତେବେ ଅଣସର ୧୫ ଦିନ ପର୍ଯ୍ୟାୟ କ୍ରମେ ବିଭିନ୍ନ ଗୁପ୍ତ ନୀତି ହୋଇଥାଏ । ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ବିଜେ ପରେ ଓଦା ଲୁଗା ଉଲାଗି ସହ ପରମ୍ପରା ଅନୁଯାୟୀ ବିଶେଷ ଦିନ ଗୁଡ଼ିକରେ ଫୁଲୁରିତେଲ ଲାଗି, ଔଷଧ ଲାଗି, ଚକା ବିଜେ, ଚନ୍ଦନ ଲାଗି ଓ ଘଣା ଲାଗି ନୀତି ହୋଇଥାଏ । ମହାପ୍ରଭୁଙ୍କ ସ୍ଥାନରେ ପୂଜା ପାଉଥିବା ପଟି ଦିଅଁଙ୍କ ସହ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ମଦନ ମୋହନ, ଲକ୍ଷ୍ମୀ, ସରସ୍ଵତୀ, ରାମକୃଷ୍ଣ ନୃସିଂହ ଭଗବାନଙ୍କୁ ପୂଜା କରାଯାଏ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.