ETV Bharat / state

ବନ୍ଦ ଅଖାରୁ ମିଳିଲା ମହିଳାଙ୍କ ମୃତଦେହ: ପରିଚୟ ଅସ୍ପଷ୍ଟ, ତଦନ୍ତ କରୁଛି ପୋଲିସ

author img

By

Published : Mar 19, 2023, 8:26 PM IST

ପୁରୀ ଜିଲ୍ଲା ସତ୍ୟବାଦୀ ଗ୍ରାମରେ ଚାଞ୍ଚଲ୍ୟକର ଘଟଣା । ଅଖାରେ ବନ୍ଧା ହୋଇ ପଡ଼ି ରହିଛି ମହିଳାଙ୍କ ମୃତଦେହ । ମୃତ ମହିଳା ପରିଚୟ ଅସ୍ପଷ୍ଟ, ତଦନ୍ତ କରୁଛି ପୋଲିସ । ଅଧିକ ପଢ଼ନ୍ତୁ

ଅଖାରେ ବନ୍ଧା ହୋଇ ପଡ଼ି ରହିଛି ମହିଳାଙ୍କ ମୃତଦେହ

ପୁରୀ: ନଦୀପଠାରେ ଅଖାରେ ବନ୍ଧାହୋଇ ପଡିଥିବା ଅବସ୍ଥାରେ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ । ମୃତ ମହିଳାଙ୍କ ପରିଚୟ ମିଳିପାରି ନଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମହିଳାକୁ କେହି ହତ୍ୟା କରି ଅଖାରେ ବାନ୍ଧି ନଦୀକୂଳରେ ଫିଙ୍ଗି ଦେଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ପୋଲିସ ସନ୍ଦେହ କରୁଛି । ଏପରି ଏକ ଅଭାବନୀୟ ଘଟଣା ସତ୍ୟବାଦୀ ବ୍ଳକ ପରଜାପଡ଼ା ପଞ୍ଚାୟତର ଚିଲପାଟଣା ଗ୍ରାମରେ ଦେଖିବାକୁ ମିଳିଛି ।

ଗ୍ରାମ ନିକଟରେ ପ୍ରବାହିତ ହେଉଥିବା ଭାର୍ଗବୀ ନଦୀକୂଳରୁ ଅଖାରେ ବନ୍ଧା ଅବସ୍ଥାରେ ପଡିଥିବା ମହିଳାର ମୃତଦେହ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ପରେ ଘଟଣା ସମ୍ପର୍କରେ ଗ୍ରାମବସୀଙ୍କଠାରୁ ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ମୃତଦେହକୁ ଦେଖିବାକୁ ଶତାଧିକ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା । ଗ୍ରାମ ନିକଟବର୍ତ୍ତୀ ନଦୀପଠାରୁ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଠାବ ହେବା ପରେ ସମ୍ପୂର୍ଣ୍ଣ ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ଭୟ ବାତାବରଣ ଖେଳିଯାଇଛି । ତେବେ ମୃତ ମହିଳାଙ୍କ ପରିଚୟ ଜଣା ପଡିନାହିଁ । ପୋଲିସ ମହିଳାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇବା ସହ ମହିଳାଙ୍କ ପରିଚୟ ସ୍ପଷ୍ଟ କରିବା ପାଇଁ ପ୍ରୟାସ ଜାରି ରଖିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମହିଳାଙ୍କ ମୃତ୍ୟୁ କିପରି ହୋଇଛି, କିମ୍ବା ତାଙ୍କୁ ହତ୍ୟା କରାଯାଇଛି କି ନାହିଁ ସେନେଇ ସ୍ପଷ୍ଟ ହେବା ନେଇ ପୋଲିସ କହିଛି ।

ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ, ସକାଳେ କିଛି ବ୍ୟକ୍ତି ନଦୀକୂଳକୁ ଶୌଚ ହେବାକୁ ଯାଇଥିଲେ । ତେବେ ପାଖରେ ସନ୍ଦେହଜନକ ଅବସ୍ଥାରେ ଏକ ଦୁର୍ଗନ୍ଧ ବାହାରୁଥିବା ଅଖା ପଡିଥବା ଦେଖିବାକୁ ମିଳିଥିଲା । ପରେ ସେଥିରେ ଜଣେ ମହିଳାଙ୍କ ମୃତଦେହ ବନ୍ଧା ଯାଇଥିବା ଅବସ୍ଥାରେ ଥିବା ଜଣାପଡିଥିଲା । ପରେ ଏନେଇ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା । ଖବର ପ୍ରଘଟ ହେବା ପରେ ସ୍ଥାନୀୟ ଲୋକ ମୃତଦେହକୁ ଦେଖିବାକୁ ନଦୀପଠାରେ ରୁଣ୍ଡ ହୋଇଥିଲେ । ହେଲେ ମୃତ ମହିଳାଙ୍କ ସମ୍ପର୍କରେ କାହା ପାଖରେ କୌଣସି ସୂଚନା ନଥିଲା । ମହିଳା ଜଣଙ୍କ ନିକଟବର୍ତ୍ତୀ ଗ୍ରାମର କେହି ନୁହନ୍ତି ବରଂ ତାଙ୍କୁ ଅନ୍ୟତ୍ର ହତ୍ୟା କରାଯାଇ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଏଠାରେ ଫିଙ୍ଗା ଯାଇଥିବା ସନ୍ଦେହ କରାଯାଉଛି । ମୃତ ମହିଳାଙ୍କ ପରିଚୟ ସ୍ପଷ୍ଟ ହେବା ପରେ ହତ୍ୟାକାଣ୍ଡକୁ ନେଇ ତଥ୍ୟ ମିଳିବା ନେଇ ଅନୁମାନ କରାଯାଉଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.