ETV Bharat / state

ବାତ୍ୟା ପୀଡିତଙ୍କୁ ସହାୟତା ନେଇ ବାଲୁକା କଳାରେ ଅପିଲ

ବିପଦ ସମୟରେ ବାତ୍ୟା ପୀଡିତଙ୍କୁ ସହାୟତାର ହାତ ବଢ଼ାଇବାକୁ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅପିଲ କରିଛନ୍ତି । ଅଧିକ ପଢ଼ନ୍ତୁ...

an-appeal-through-sand-art-to-help-the-cyclone-victims
ବାତ୍ୟା ପୀଡିତଙ୍କୁ ସହାୟତା ନେଇ ବାଲୁକା କଳାରେ ଅପିଲ
author img

By

Published : May 22, 2020, 11:37 PM IST

ପୁରୀ: ବାତ୍ୟା ଅମ୍ଫାନ ଯୋଗୁଁ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲା ପ୍ରଭାବିତ ହୋଇଛନ୍ତି । ତେବେ ଏହି ବିପଦ ସମୟରେ ବାତ୍ୟା ପୀଡିତଙ୍କୁ ସହାୟତାର ହାତ ବଢ଼ାଇବାକୁ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅପିଲ କରିଛନ୍ତି ।

ବାତ୍ୟା ପୀଡିତଙ୍କୁ ସହାୟତା ନେଇ ବାଲୁକା କଳାରେ ଅପିଲ

ପୁରୀ ବେଳାଭୂମିରେ ଏହି ବାର୍ତ୍ତା ନେଇ ଏକ ବାଲୁକା କଳା ସେ କରିଛନ୍ତି । ଯେଉଁଥିରେ ବାତ୍ୟା ପରବର୍ତ୍ତୀ ଦୁର୍ଦ୍ଦଶାର ଚିତ୍ରକୁ ସେ ନିଜ ବାଲୁକା କଳାରେ ଦର୍ଶାଇଛନ୍ତି । ଅନ୍ୟପଟେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନଃନିର୍ମାଣରେ ଲାଗିଥିବା ସମସ୍ତ ସରକାରୀ କର୍ମଚାରୀ ଓ ସମାଜସେବୀଙ୍କୁ ସେ ପ୍ରଶଂସା କରିବା ସହ ଏହି କାର୍ଯ୍ୟରେ ସହଯୋଗ ସମସ୍ତେ କରିବାକୁ ସେ ନିବେଦନ କରିଛନ୍ତି ।

ଅନ୍ୟପଟେ ବାତ୍ୟା ପୀଡିତଙ୍କୁ ସାହାଯ୍ୟ ପାଇଁ ଯେଭଳି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମ କରିଛନ୍ତି ତାକୁ ନେଇ ମଧ୍ୟ ସେ ପ୍ରଶଂସା କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ଅଞ୍ଚଳ ପରିଦର୍ଶନ କରି ସହାୟତାର ହାତ ବଢ଼ାଇବାକୁ ନେଇ ମଧ୍ୟ ସେ ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ବ ବୋଧକୁ ଉଚ୍ଚ ପ୍ରଶଂସା କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.