ETV Bharat / state

ପୁରୀ ବଡଦାଣ୍ଡ ନିଳାଦ୍ରୀ ମାର୍କେଟ୍ କମ୍ପ୍ଲେକ୍ସରେ ନିଆଁ, ଭୟରେ ପର୍ଯ୍ୟଟକ !

author img

By

Published : Mar 10, 2023, 8:53 PM IST

ପୁଣି ବଡଦାଣ୍ଡରେ ଥିବା ଆଉ ଏକ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ । ଦୋକାନ କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ଟଳିଗଲା ଅଘଟଣ । ଅଧିକ ପଢନ୍ତୁ ପୁଣି ବଡ ଦାଣ୍ଡ ରେ ଥିବା ଆଉ ଏକ ସପିଙ୍ଗ କମ୍ପ୍ଲେକ୍ସ ରେ ଅଗ୍ନିକାଣ୍ଡ ଦୋକାନ କର୍ମଚାରୀ ଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ଟଳିଗଲା ଅଘଟଣ

fire mishap at niladri market complex
fire mishap at niladri market complex
fire mishap at niladri market complex

ପୁରୀ: ପୁରୀ ବଡଦାଣ୍ଡରେ ପୁଣି ଅଗ୍ନିକାଣ୍ଡ । ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟଣା ଆୟତ ହେବାର କିଛି ଘଣ୍ଟା ନ ପୁରୁଣୁ ଆଉ ଏକ ଘଟଣା। ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ନିକଟରେ ଥିବା ନିଳାଦ୍ରୀ ମାର୍କେଟ କମ୍ପ୍ଲେକ୍ସରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି। ନିଳାଦ୍ରୀ କମ୍ପ୍ଲେକ୍ସ ରେ ଥିବା ଓଡ଼ିଶା ହ୍ୟାଣ୍ଡ ଲୁମ୍ ରେ ଏହି ଅଗ୍ନିକାଣ୍ଡ ଘଟିଛି। ହେଲେ ଦୋକାନ ର କର୍ମଚାରୀ ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ଧରଣର ଅଗ୍ନିକାଣ୍ଡ ଟଳି ଯାଇଛି । ପାଖରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ରୁ ଫୋମ ସ୍ପ୍ରେ କରି ନିଆଁ କୁ ଆୟତ କରିଦେଇ ଥିଲେ ଦୋକାନ କର୍ମଚାରୀ। ଏଥିରେ କୌଣସି କିଛି ବି କ୍ଷତି ହୋଇ ନ ଥିବା ଜଣାପଡିଛି।

ତେବେ ଏନେଇ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଥିବା ବେଳେ ସବୁ ଠିକ୍ ଥିବା ଜଣାପଡ଼ିଛି। ପୁରୀ ଏସପି କେ.ବିଶାଲ ସିଂ ନିଜେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ଏହା ଏକ ଛୋଟ ଦୁର୍ଘଟଣା ହୋଇଥିବା ବେଳେ କେହି ବି ଭୟଭୀତ ନ ହୋଇ ସତର୍କ ରୁହନ୍ତୁ ଓ କିଛି ଘଟଣା ଘଟିଲେ ପ୍ରଶାସନ କୁ ଖବର ଦେବାକୁ ପୁରୀ ଏସପି ଲୋକ ଙ୍କୁ ବାର୍ତ୍ତା ଦେଇଛନ୍ତି।

ଅନ୍ୟପଟେ ନିଳାଦ୍ରୀ କମ୍ପ୍ଲେକ୍ସ ର ମାଲିକ କହିଛନ୍ତି ସଂନ୍ଧ୍ୟା ବେଳେ ହଠାତ୍ ଧୁଆଁ ବାହାରି ଥିଲା। ପରେ କର୍ମଚାରୀ ମାନେ ଜାଣିବା ପରେ ଅଗ୍ନି ନିର୍ବପକ ଯନ୍ତ୍ର ବ୍ୟବହାର କରି ନିଆଁ କୁ ଆୟତ କରିଥିଲେ। ଫଳରେ ଏକ ବଡ଼ ଧରଣର କ୍ଷତି ରୋକାଯାଇଛି। ଅନେକ ଦାମୀ ଲୁଗା ଏହି ଦୋକାନ ରେ ଥିଲା । ସେପଟେ ପୁରୀ ଆସିଥିବା ବିଜେପି ର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଘଟଣା ସ୍ଥଳକୁ ଯାଇ ସ୍ଥିତି ମଧ୍ୟ ଅନୁଧ୍ୟାନ କରିବା ସହ ଅଗ୍ନିକାଣ୍ଡ କୁ ନେଇ ସେ ଚିନ୍ତା ବ୍ୟକ୍ତ କରିଛନ୍ତି। କାରଣ ପୁରୀରେ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ପ୍ରତିଦିନ ଆସୁ ଥିବାବେଳେ ତାଙ୍କର ସୁରକ୍ଷା ବେଶ ଗୁରୁତ୍ଵପୂ୍ର୍ଣ୍ଣ। ତେଣୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା କୁ ଆହୁରି କଡ଼ାକଡ଼ି କରିବାକୁ ସେ ପ୍ରଶାସନ କୁ ଅନୁରୋଧ କରିଛନ୍ତି। ସେପଟେ ବାରମ୍ବାର ଅଗ୍ନିକାଣ୍ଡ କୁ ନେଇ ପୁରୀ ଆସିଥିବା ଭକ୍ତ ଓ ପର୍ଯ୍ୟଟକ ଭୟଭୀତ ହୋଇ ପଡିଛନ୍ତି । ପୁରୀକୁ ସାରା ବିଶ୍ଵ ରୁ ଭକ୍ତ ଆସୁଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରିବାକୁ ପର୍ଯ୍ୟଟକ ଦାବି କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.