ETV Bharat / state

ମିଳିଲାନି ମହାପ୍ରୟାଣ ଗାଡି, ବାଇକରେ ବୁହା ହେଲା ମୃତଦେହ - puri health issue

ମୃତଦେହକୁ ଅସମ୍ମାନ । ମିଳିଲାନି ମହାପ୍ରୟାଣ ଗାଡି । ବାଧ୍ୟ ହୋଇ ମୃତକଙ୍କ ସମ୍ପର୍କୀୟ ମୃତଦେହକୁ ବାଇକରେ ବୋହି ନେଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ । ଏହି ଭାଇରାଲ ଭିଡିଓ ସରକାରଙ୍କ 5'ଟି' ଓ ମୋ ସରକାର ଯୋଜନା ପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ପୁରୀ
author img

By

Published : Oct 20, 2019, 11:37 AM IST

Updated : Oct 20, 2019, 11:46 AM IST

ପୁରୀ: ହସ୍ପିଟାଲରେ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବାକୁ ରାଜ୍ୟ ସରକାରଙ୍କ 'ମୋ ସରକାର' କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ନାଁରେ 5 'ଟି' ସଚିବ ଓ ତାଙ୍କ ଟିମ୍ ଘନଘନ ବିଭିନ୍ନ ହସ୍ପିଟାଲକୁ ଗସ୍ତ କରୁଛନ୍ତି । ଏତେ ପ୍ରକାରର ବ୍ୟବସ୍ଥା ପରେ ମଧ୍ୟ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ସ୍ବାସ୍ଥ୍ୟସେବାର ଏଭଳି ନଗ୍ନ ଚିତ୍ର ଦେଖିବାକୁ ମିଳିଛି ପୁରୀ ଡେଲାଙ୍ଗ ମେଡିକାଲରେ । ହସ୍ପିଟାଲରେ ଜଣେ ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟ ମୃତଦେହକୁ ବାଇକରେ ନେଇ ଯାଉଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ପୁରୀ

ସୂଚନାନୁସାରେ ଡେଲାଙ୍ଗ ଉଦୟପୁର ଗ୍ରାମର ଅକୃତ ଜେନାଙ୍କ ଦେହ ଖରାପ ହେବାରୁ ତାଙ୍କୁ ଡେଲାଙ୍ଗ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ମେଡ଼ିକାଲରେ ପହଞ୍ଚିବା ପରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ । ପରେ ଅକୃତଙ୍କ ମୃତଦେହ ନେବାକୁ ସମ୍ପର୍କୀୟମାନେ ମହାପ୍ରୟାଣ ଗାଡି କିମ୍ବା ଆମ୍ବୁଲାନ୍ସ ଦେବାକୁ ଅନୁରୋଧ କରିଥିଲେ । ହେଲେ ମେଡ଼ିକାଲ କର୍ତ୍ତୃପକ୍ଷ ହସ୍ପିଟାଲରେ ମହାପ୍ରୟାଣ ଗାଡି କିମ୍ବା ଅନ୍ୟ ଗାଡି କିଛି ନଥିବା କହିଥିଲେ । ବାହାରେ ଅଟୋ ବୁଝିବାରୁ ସେ ମାତ୍ର 3କିମି ରାସ୍ତାକୁ 1000 ଟଙ୍କା କହିଥିଲା । ଏତେ ପଇସା ଦେବାକୁ ଅକ୍ଷମ ଥିବା ମୃତ ଅକୃତଙ୍କ ସମ୍ପର୍କୀୟ ଏକ ବାଇକ ଯୋଗେ ତାଙ୍କ ମୃତଦେହକୁ ଘରକୁ ନେଇଥିଲେ । ବାଟରେ କିଛି ବ୍ୟକ୍ତି ଏହି ଘଟଣାକୁ ମୋବାଇଲରେ କଏଦ କରି ସୋସିଆଲ ମିଡିଆରେ ଛାଡିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା ।

ଉକ୍ତ ଘଟଣାର ଭିଡିଓ ଭାଇରାଲ ପରେ ଏବେ ରାଜ୍ୟ ସରକାରଙ୍କ 'ମୋ ସରକାର' ଏବଂ 5 'ଟି' ସଚିବ ଓ ତାଙ୍କ ସଚିବଙ୍କ ଗସ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ମୃତ ଦେହ ଗଲା ବାଇକ ରେ Body:ଡାକ୍ତର ଖାନା ରେ ରୋଗୀ ଙ୍କୁ ଭଲ ଚିକିତ୍ସା ସୁବିଧା ପାଇଁ ରାଜ୍ୟ ସରକାର ମୋ ସରକାର ଯୋଜନା ଲାଗୁ କରିଛନ୍ତି। 5 ଟୀ ସଚିବ ଓ ବଡ଼ ବାବୁ ମାନେ ଘନ ଘନ ଗସ୍ତ କରୁଛନ୍ତି। ତେବେ ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଏହାର ନିଚ୍ଛକ ଉଦାହରଣ ଦେଖି ବାକୁ ମିଳିଛି ପୁରୀ ର ଡେଲାଙ୍ଗ ମେଡ଼ିକାଲ ରେ । ଜଣେ ରୋଗୀ ର ମୃତ୍ୟୁ ପରେ ଶବ ବାହକ ଗାଡି ନେବାକୁ ମିଳି ନ ଥିବା ରୁ ମୃତକ ଙ୍କ ସମ୍ପର୍କୀୟ ଏକ ବାଇକ ରେ ମୃତ ଦେହ କୁ ନେଇ ଯାଉ ଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡଆ ରେ ଭାଇ ରାଲ ହେବାରେ ଲାଗିଛି। ତେବେ ସୂଚନା ଅନୁସାରେ ଡେଲାଙ୍ଗ ଉଦୟ ପୁର ଗ୍ରାମ ର ଅକୃତ ଜେନା ଙ୍କ ଦେହ ଖରାପ ହେବାରୁ ତାଙ୍କୁ ଡେଲାଙ୍ଗ ମେଡ଼ିକାଲ ରେ ଭର୍ତି କରାଯାଇଥିଲା। ତେବେ ମେଡ଼ିକାଲ ରେ ପହଁଚିଲା ପରେ ହୃଦ ଘାତ ରେ ତାଙ୍କର ମୃତ୍ୟୁ ହୋଇ ସାରିଥିବା ଡାକ୍ତର କହିଥିଲେ। ପରେ ମୃତକ ଙ୍କ ସମ୍ପର୍କୀୟ ମାନେ ମୃତ ଦେହ ନେବାକୁ ଶବ ବାହକ ଅବା ଆମ୍ବୁଲାନ୍ସ ଦେବାକୁ ଅନୁରୋଧ କରିଥିଲେ। ହେଲେ ମେଡ଼ିକାଲ କର୍ତ୍ତୃପକ୍ଷ କହିଥିଲେ ମେଡ଼ିକାଲ ରେ ଶବ ବାହକ ଗାଡି ନାହିଁ। ବାହାରେ ଅଟୋ ବୁଝିବାରୁ ଏକ ହଜାର ଟଙ୍କା କହିଥିଲେ । ଏଣୁ ଟଙ୍କା ଦେବାରେ ଅକ୍ଷମ ହେବାରୁ ମୃତ କ ଙ୍କ ସମ୍ପର୍କୀୟ ଏକ ବାଇକ ରେ ତାଙ୍କ ମୃତ ଦେହ ଘରକୁ ନେଇ ଥିଲେ। ତେବେ ବାଟ ରେ କିଛି ବ୍ୟକ୍ତି ଏହି ଘଟଣା କୁ ମୋବାଇଲ ରେ ଉଠାଇ ସୋସିଆଲ ମିଡିଆ ରେ ଛାଡିବା ପରେ ଘଟଣା ଲୋକ ଲୋଚନ କୁ ଆସିଥିଲା। ତେବେ ଏହି ଘଟଣା କୁ ସରକାର ଙ୍କ ମୋ ସରକାର ଯୋଜନା ଉପରେ ଏବେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି।Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
Last Updated : Oct 20, 2019, 11:46 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.