ETV Bharat / state

ଆରମ୍ଭ ହେଲା ଶ୍ରୀମନ୍ଦିର ଏସି ସେଡ୍‌ ନିର୍ମାଣ , ନୂଆବର୍ଷ ପୂର୍ବରୁ ସାରିବାକୁ ଲକ୍ଷ୍ୟ

ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଉ ଶ୍ରଦ୍ଧାଳୁମାନଙ୍କୁ କଷ୍ଟ ସହ୍ୟ କରିବାକୁ ପଡ଼ିବନି । ଏଣିକି ଶୀତ ତାପ ନିୟନ୍ତ୍ରିତ କରିଡରେ ଯିବେ ଭକ୍ତ । ଖରା, ବର୍ଷା ଏବଂ ଗୁଳୁଗୁଳିରୁ ପାଇବେ ଆରାମ୍ । ବଡ଼ଦାଣ୍ଡରେ ଆରମ୍ଭ ହେଲା ଏସି ସେଡ୍ ପାଥ୍ ୱେ ନିର୍ମାଣ କାର୍ଯ୍ୟ । ଡିସେମ୍ବର ୨୫ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 7, 2023, 7:19 PM IST

Updated : Dec 7, 2023, 7:39 PM IST

ଆରମ୍ଭ ହେଲା ଶ୍ରୀମନ୍ଦିର ଏସି ସେଡ୍‌ର ନିର୍ମାଣ କାର୍ଯ୍ୟ, ନୁଆ ବର୍ଷ ପୂର୍ବରୁ ସାରିବାକୁ ଲକ୍ଷ୍ୟ

ପୁରୀ: ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଏକ ନୂଆ ଅନୁଭୂତି ପାଇବେ । ପ୍ରବଳ ଖରା, ବର୍ଷା ଏବଂ ଗୁଳୁଗୁଳିରୁ ଆରାମ୍ ପାଇବେ ଭକ୍ତ । ଏନେଇ ବଡ଼ଦାଣ୍ଡରେ ଆରମ୍ଭ ହୋଇଛି ଏସି ସେଡ୍ ପାଥ୍ ୱେ ନିର୍ମାଣର ପ୍ରାଥମିକ କାର୍ଯ୍ୟ । ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ମର୍ଚ୍ଚିକୋଟ ଛକ ଯାଏଁ ନିର୍ମାଣ ହେବ ଏହି ଏସି ସେଡ୍ ପାଥ୍ ୱେ । ଷ୍ଟେନ୍ ଲେସ୍‌ ଷ୍ଟିଲ୍ ରେ ତିଆରି ହେବ ଏହି ପାଥ୍ ୱେ । ଏହା ଭିତରେ ଭକ୍ତଙ୍କ ବସିବା ପାଇଁ ସ୍ଥାନ ରହିବା ସହ ପାନୀୟ ଜଳ, ଭକ୍ତଙ୍କ ସୂଚନା ପ୍ରଦାନ ପାଇଁ ମାଇକ୍ ବ୍ୟବସ୍ଥା କରାଯିବ । ଫଳରେ ଭକ୍ତମାନେ ମହାପ୍ରଭୁଙ୍କର ଶ୍ରୀମନ୍ଦିର ଭିତରେ କ'ଣ ନୀତିକାନ୍ତି ଚାଲିଛି ତାହା ଜାଣିପାରିବା ସହ ଦର୍ଶନ ବନ୍ଦ ଥିବାବେଳେ ଏହି ଏସି ସେଡ୍ ପାଥ୍ ୱେରେ ବିଶ୍ରାମ କରିପାରିବେ । ଏହା ଦ୍ୱାରା ଭକ୍ତଙ୍କ କଷ୍ଟ ଲାଘବ ହେବା ସହ ଏକ ନୂଆ ଅନୁଭୂତି ପାଇବେ । ଡିସେମ୍ବର ୨୫ ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

ସେପଟେ ଭକ୍ତଙ୍କ ସୁବିଧା ପାଇଁ ଏସି ସେଡ୍ ପାଥ୍ ୱେକୁ ସେବାୟତମାନେ ସ୍ୱାଗତ କରିଥିବା ବେଳେ କେତେକ ପ୍ରସଙ୍ଗକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ଏସି ସେଡ୍ ପାଥ୍ ୱେ କଡ଼ରେ ରହୁଥିବା ବଡ଼ ବଡ଼ ବିଲ୍ଡିଙ୍ଗକୁ ଅଣ ଓସାରିଆ ରାସ୍ତା ହେବାକୁ ଥିବାବେଳେ ଯଦି କୌଣସି କୋଠାରେ ଅଗ୍ନିକାଣ୍ଡ ଘଟଣା ଘଟେ ତେବେ ସେଠାରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିପାରିବ ନାହିଁ । ଫଳରେ ଭକ୍ତଙ୍କ ପ୍ରତି ବିପଦ ହେବାର ଆଶଙ୍କା ରହିଛି ବୋଲି କହିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ।

ଏହାସହ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ପ୍ରବଳ ଭିଡ଼ ହୋଇ ଠେଲାପେଲା ସ୍ଥିତି ଉପୁଜିଥିବା ବେଳେ ତା'ର ସମାଧାନ ନେଇ ପ୍ରଶାସନ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ସେବାୟତ । ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ନହୋଇ ପାରିଲେ ଏସି ସେଡ୍ ପାଥ୍ ୱେ ପ୍ରକଳ୍ପର ସୁଫଳ ଭକ୍ତମାନେ ପାଇବେ ନାହିଁ ବୋଲି ବିନାୟକ ଦାସ ମହାପାତ୍ର କହିଛନ୍ତି । ସେପଟେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ଏହି ଏସି ସେଡ୍ ପାଥ୍ ୱେ ପ୍ରକଳ୍ପକୁ ସ୍ୱାଗତ କରିଛନ୍ତି । ଏହି ସେଡ୍ ରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଭକ୍ତମାନେ ଅନୁରୋଧ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ.....ନୋ ଭେଣ୍ଡିଂ ଜୋନ୍ ହେବ ବଡଦାଣ୍ଡ, ଶୃଙ୍ଖଳାରେ ଦର୍ଶନ କରିବେ ଭକ୍ତ

ସେପଟେ ଶ୍ରୀ ମନ୍ଦିର ନିକଟରେ ପୁଣି ଉଚ୍ଛେଦ କରାଯାଇଛି ।ମାଟିରେ ମିଶିଲା ପୁରୀର ନରେନ୍ଦ୍ର ମହଲା । ଶ୍ରୀମନ୍ଦିର ସିଂହଦ୍ଵାର ଥାନା ନିକଟରେ ଥିବା ରାଘବ ଦାସ ମଠର ନରେନ୍ଦ୍ର ମହଲା ଆଜି ମାଟିରେ ମିଶିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ଚତୁପାର୍ଶ୍ୱର ୭୫ ମିଟର ଉଚ୍ଛେଦ କାର୍ଯ୍ୟ କରାଯାଇ ପ୍ରକଳ୍ପ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପୁଣିଥରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ୨୫ ଡିସିମିଲି ଜାଗାରେ ଥିବା ଏହି ଦୁଇ ମହଲା ବିଶିଷ୍ଟ ନରେନ୍ଦ୍ର ମହଲାକୁ ଗୋଟିଏ ଜେସିବି ମାଧ୍ୟମରେ ଉଚ୍ଛେଦ କରାଯାଛି । ଏହି କାର୍ଯ୍ୟରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହ ମାଜିଷ୍ଟ୍ରେଟ ଏବଂ ଓବିସିସି ଅଧିକାରୀ ଉପସ୍ଥିତ ଅଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Dec 7, 2023, 7:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.