ପୁରୀ: ଉପକୂଳ ମତ୍ସ୍ୟ ଓ ଚିଙ୍ଗୁଡ଼ି ଚାଷ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ । ପୁରୀରେ ଉପକୂଳ ମତ୍ସ୍ୟ ଓ ଚିଙ୍ଗୁଡ଼ି ଚାଷ ସମ୍ପର୍କିତ କର୍ତ୍ତୃପକ୍ଷ ନିୟମ ଓ କାର୍ଯ୍ୟକାରିତା କର୍ମଶାଳା ଗତକାଲି(ରବିବାର) ସଂନ୍ଧ୍ୟାରେ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଛି ।
ଏଥିରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଛ ଉତ୍ପାଦନ ଓ ପ୍ୟାକେଜିଂ ଉପରେ ଗୁରୁତ୍ବାରୋପ କରିଥିଲେ । ଏଥିସହ ମାଛ ସଂରକ୍ଷଣ ପାଇଁ ସାତପଡା ଠାରେ ବରଫ କଳ ପ୍ରତିଷ୍ଠା ନିମନ୍ତେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।
ବ୍ରହ୍ମଗିରିର ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ଆୟବୃଦ୍ଧି ନିମନ୍ତେ ପରାମର୍ଶ ଦେଇଥିଲେ । କର୍ମଶାଳାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ବଲୱନ୍ତ ସିଂ ସରକାରଙ୍କ ନିୟମ ଅନୁଯାୟୀ ମାଛ ଓ ଚିଙ୍ଗୁଡି ଚାଷକୁ ପ୍ରୋତ୍ସାହିତ କରାଯିବ ବୋଲି କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ