ETV Bharat / state

ଆଇସକ୍ରିମ କାଠିରେ ନିଆରା କଳାକୃତି, ଏସିଆ ବୁକ ଅଫ ରେକର୍ଡରେ ମିଳିଲା ସ୍ଥାନ

author img

By

Published : Oct 23, 2020, 10:40 PM IST

Updated : Oct 23, 2020, 11:06 PM IST

ପାଖାପାଖି 5ହଜାର 5 ଶହ 75 ଖଣ୍ଡ ଆଇସିକ୍ରିମ କାଠି ବ୍ୟବହାର କରି 55 ଇଞ୍ଚ ଉଚ୍ଚ ଓ 33 ଇଞ୍ଚ ଓସାର ଗଣେଶ ମୂର୍ତ୍ତି ନିର୍ମାଣ କରିଛନ୍ତି ପୁରୀ କୁକୁଟିପାଟଣାର ବିଶ୍ବଜିତ ନାୟକ । ଅଧିକ ପଢନ୍ତୁ:

ଏସିଆ ବୁକ ଅଫ ରେକର୍ଡରେ ମିଳିଲା ସ୍ଥାନ
ଏସିଆ ବୁକ ଅଫ ରେକର୍ଡରେ ମିଳିଲା ସ୍ଥାନ

ପୁରୀ: ନିଆରା କଳାକୃତି ପାଇଁ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ପୁରୀର ବିଶ୍ବଜିତ ନାୟକ । ପାଖାପାଖି ସେ 5ହଜାର 5 ଶହ 75 ଖଣ୍ଡ ଆଇସିକ୍ରିମ କାଠି ବ୍ୟବହାର କରି 55 ଇଞ୍ଚ ଉଚ୍ଚ ଓ 33 ଇଞ୍ଚ ଓସାର ଗଣେଶ ମୂର୍ତ୍ତି ନିର୍ମାଣ କରିଛନ୍ତି ପୁରୀ କୁକୁଟିପାଟଣାର ବିଶ୍ବଜିତ ନାୟକ । ଏଥିପାଇଁ ତାଙ୍କୁ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ମିଳିଛି।

ଆଇସକ୍ରିମ କାଠିରେ ନିଆରା କଳାକୃତି, ଏସିଆ ବୁକ ଅଫ ରେକର୍ଡରେ ମିଳିଲା ସ୍ଥାନ

ପୂର୍ଵରୁ ସେ ଆଇସିକ୍ରିମ କାଠିରେ ନନ୍ଦିଘୋଷ ରଥ ନିର୍ମାଣ କରି ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ହୋଇଥିଲେ। ତେବେ ପୁଣି ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇ ବେଶ ଖୁସିଥିବା କହିଛନ୍ତି ବିଶ୍ବଜିତ।

ସେହିପରି ଦୁର୍ଗା ପୂଜା ଅବସରରେ ସେ ଆଇସିକ୍ରିମ କାଠିରେ ମା' ଦୁର୍ଗାଙ୍କ ମୁଖ ନିର୍ମାଣ କରିଛନ୍ତି। କୋଭିଡ ରୂପକ ରାକ୍ଷସକୁ ଦେବୀ ଦୁର୍ଗା ବିନାଶ କରି ବିଶ୍ବବାସୀଙ୍କୁ ରକ୍ଷା କରୁଥିବା ଥିମ ନେଇ ଏହି ନିଆରା କଳାକୃତି କରିଛନ୍ତି ବିଶ୍ବଜିତ। ଅଗାମୀ ଦିନରେ ସେ ରାଜ୍ୟର ଗୌରବ ପାଇଁ ଆହୁରି ଅନେକ ନିଆରା କଳାକୃତି କରିବେ ବୋଲି କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 23, 2020, 11:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.