ETV Bharat / state

ବନ୍ଧା ପଡ଼ିଛି ସାର୍ଟିଫିକେଟ, ଅର୍ଥ ପାଇଁ ଶ୍ରମିକ ସାଜିଲେ ସିଭିଲ ଇଞ୍ଜିନିୟରିଂ ଛାତ୍ରୀ - ଡେଲାଙ୍ଗରେ ସିଭିଲି ଇଞ୍ଜିନିୟର ମଜୁରିଆ

ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ଜଣେ ସିଭିଲ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ମନରେଗାରେ ମଜୁରିଆ କାମ କରୁଥିବା ଦେଖିବାକୁ ମିଳିଛି। କଲେଜର ବକେୟା ଅର୍ଥ ପୈଠ ନକରିବାପାରିବାରୁ ଛାତ୍ରୀଙ୍କୁ ମିଲିଲାନି ଡିପ୍ଲୋମା ସାର୍ଟିଫିକେଟ। ଅଧିକ ପଢ଼ନ୍ତୁ...

A student from puri delanga block working in mgnrega as daily labour for money to bring her certificate from college
ବନ୍ଧା ପଡ଼ିଛି ସାର୍ଟିଫିକେଟ, ଅର୍ଥ ପାଇଁ ମଜୁରିଆ ପାଲଟିଲେ ସିଭିଲ ଇଞ୍ଜିନିୟରିଂ ଛାତ୍ରୀ
author img

By

Published : Jan 25, 2021, 9:02 PM IST

Updated : Jan 25, 2021, 9:36 PM IST

ବ୍ରହ୍ମଗିରି: ଇଚ୍ଛା ହେଉଛି ପାଠ ପଢ଼ି ନିଜ ଆଶା ଆକାଂକ୍ଷାର ଆକାଶରେ ଉଡ଼ି ସ୍ବପ୍ନ ପୂରଣ କରିବା। ହେଲେ ପାଠ ପଢ଼ିବା ପରେ ସାର୍ଟିଫିକେଟ ପାଇଁ ମାଟି ଖୋଳୁଛନ୍ତି ଛାତ୍ରୀ। କଲେଜର ବକେୟା ଟଙ୍କା ପାଇଁ ମନରେଗାରେ କାମ କରୁଛନ୍ତି ଡିପ୍ଲୋମା ଇଞ୍ଜିନିୟରିଂ ଛାତ୍ରୀ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକରେ। ଚାଇଁପୁର ପଞ୍ଚାୟତ ଗୋରଡା ପିଢ଼ ଗାଁର ଲୋଜି ବେହେରା କଲେଜର ବକେୟା ଅର୍ଥ ପୈଠ କରି ପାରିନାହାନ୍ତି। ସାର୍ଟିଫିକେଟ ପାଇଁ ଟଙ୍କା ଜୁଟାଇବାକୁ ଯାଇ ସେ ଗାଁରେ ଚାଲିଥିବା ମନରେଗା କାମରେ ମଜୁରିଆ ଭାବରେ କାମ କରୁଛନ୍ତି।

ବନ୍ଧା ପଡ଼ିଛି ସାର୍ଟିଫିକେଟ, ଅର୍ଥ ପାଇଁ ଶ୍ରମିକ ସାଜିଲେ ସିଭିଲ ଇଞ୍ଜିନିୟରିଂ ଛାତ୍ରୀ

ଖୋର୍ଦ୍ଧା ଜିଲ୍ଲାର ଏକ ଘରୋଇ କଲେଜରେ ସିଭିଲ ଇଞ୍ଜିନିୟରିଂ ଡିପ୍ଲୋମା କରିଛନ୍ତି ଲୋଜି। ପାଠପଢ଼ା ଶେଷ ହେବାପରେ କଲେଜର ବକେୟା ଅର୍ଥ ବାବାଦକୁ ମାଗିଥିଲା 24 ହଜାର ଟଙ୍କା। ହେଲେ ଏତେ ଟଙ୍କା ଲୋଜିଙ୍କ ପାଖରେ ନଥିଲା। ବକେୟା ଅର୍ଥ ପୈଠ କଲେ ହିଁ ଡିପ୍ଲୋମା ସାର୍ଟିଫିକେଟ ନେଇ ପାରିବ ବୋଲି କଲେଜ କର୍ତ୍ତୃପକ୍ଷ ରୋକଠୋକ କହି ଦେଇଥିଲେ। ଶେଷରେ ସାର୍ଟିଫିକେଟ ନମିଳିବାରୁ ବିଟେକରେ ଆଡମିଶନ କରି ପାରିନଥିଲେ ଲୋଜି।

ଗୋରଡା ପିଢ଼ ଗାଁ ବାସିନ୍ଦା ଲୋକନାଥ ବେହେରାଙ୍କ ଝିଅ ଲୋଜି ବେହେରା। ଆର୍ଥିକ ଅନଟନ ପରିବାରରେ ଲାଗି ରହିଛି। ଝାଟିମାଟିର ଘରେ ମା ଗୀତା ବେହେରା ଓ 5 ଭାଇ ଭଉଣୀଙ୍କୁ ନେଇ ପରିବାର। ଲୋକନାଥଙ୍କ ରୋଜଗାର ପରିବାର ଭରଣପୋଷଣ ପାଇଁ ସମୁଦ୍ରକୁ ଶଙ୍ଖେ ଭଳି। ଲୋଜୀ ଡିପ୍ଲୋମା ପାଠ ପଢ଼ିବା ପାଇଁ ସରକାର ଆର୍ଥିକ ସହାୟତା ଦେଇଥିଲେ ସତ। ହେଲେ ହଷ୍ଟେଲ ଫିସ ବାବଦକୁ 44 ହଜାର ଟଙ୍କା ଦେବାକୁ କଲେଜ କର୍ତ୍ତୃପକ୍ଷ ବିଲ ଧରାଇ ଦେଇଥିଲେ। କଷ୍ଟେମଷ୍ଟେ ପରିବାର ଲୋକେ 20 ହଜାର ଟଙ୍କା ଦେବାକୁ ସମର୍ଥ ହୋଇଥିଲେ। ହେଲେ କଲେଜର ବକେୟା ଅର୍ଥ ପୈଠ କରିବା ପାଇଁ ଏହା ଯଥେଷ୍ଠ ନଥିଲା।

ବାକି ଥିବା ଟଙ୍କା ପାଇଁ ଲୋଜୀ ବେହେରାଙ୍କ ସହ ତାଙ୍କ ପୂରା ପରିବାର ମନରେଗାରେ ଦିନକୁ 207 ଟଙ୍କା ମଜୁରୀ ପାଇଁ ମନରେଗାରେ ମାଟି ଖୋଳୁଥିବା ଦେଖିବାକୁ ମିଳିଥିଲା। ସାର୍ଟିଫିକେଟ ଆଣିଲେ ଚଳିତ ବର୍ଷ ବିଟେକ ପାଠ୍ୟକ୍ରମରେ ନାମ ଲେଖାଇବେ ବୋଲି କହିଛନ୍ତି ଲୋଜୀ।

ଖବର ପାଇ ଲୋଜୀଙ୍କ ନିକଟରେ ଜିଲ୍ଲା ପ୍ରଶାସନର ଏକ ପ୍ରତିନିଧି ଦଳ ପହଞ୍ଚିଛନ୍ତି। କଲେଜରେ ବନ୍ଧା ପଡ଼ିଥିବା ସାର୍ଟିଫିକେଟ ଆଣିବା ସହ ମୁଖ୍ୟମନ୍ତ୍ରୀଙ୍କ ସହାୟତାରେ ଚାକିରୀ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ପ୍ରତିନିଧି ଦଳ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Last Updated : Jan 25, 2021, 9:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.