ଭୁବନେଶ୍ବର: ଏପ୍ରିଲ ମାସରୁ ପୁରୀ-ଗୁଣପୁର ମଧ୍ୟରେ ଆରମ୍ଭ ହେବ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ । ୨୨ ତାରିଖରୁ ପୁରୀରୁ ଗୁଣପୁର ଏବଂ ୨୩ ତାରିଖରୁ ଗୁଣପୁରରୁ ପୁରୀ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ୍ ଚଳାଚଳ କରିବ । ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
08417 ପୁରୀ-ଗୁଣପୁର ସ୍ପେଶାଲ୍ ଟ୍ରେନ ପୁରୀରୁ ଏପ୍ରିଲ ମାସ ୨୨ ତାରିଖରୁ ପ୍ରତ୍ୟହ ପୂର୍ବାହ୍ନ ୯.୩୦ ମିନିଟରେ ଛାଡି ଗୁଣପୁରରେ ରାତ୍ର ୮.୫୦ ମିନିଟରେ ପହଞ୍ଚିବ । ଫେରିବା ମାର୍ଗରେ 08418 ଗୁଣପୁର-ପୁରୀ ସ୍ପେଶାଲ୍ ଗୁଣପୁରରୁ ଏପ୍ରିଲ ୨୩ରୁ ପ୍ରତ୍ୟହ ସକାଳ 6ଟାରୁ ବାହାରି ପୁରୀରେ ଅପରାହ୍ନ ୩.୪୫ମିନିଟରେ ପହଞ୍ଚିବ ।
ପୁରୀ-ଗୁଣପୁର-ପୁରୀ ସ୍ୱତନ୍ତ୍ର ଟ୍ରେନରେ 6ଟି ଦ୍ୱିତୀୟ ଶ୍ରେଣୀ ସଂରକ୍ଷିତ ସିଟିଙ୍ଗ କୋଚ୍ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ ଉପଲବ୍ଧ ଅଛି । ଏହା ପୁରୀ ଓ ଗୁଣପୁର ମଧ୍ୟରେ ଉଭୟ ପାର୍ଶ୍ୱରୁ ସାକ୍ଷୀଗୋପାଳ, ବୀରପୁରୁଷୋତ୍ତମପୁର, ଡେଲାଙ୍ଗ, କଣାସ ରୋଡ୍, ମୋଟରୀ, ଖୋର୍ଦ୍ଧା ରୋଡ୍, ତାପଙ୍ଗ, ନିରାକାରପୁର, ଭୂଷଣ୍ଡପୁର, କାଳୁପଡାଘାଟ, କୁହୁଡ଼ି, ଗଙ୍ଗାଧରପୁର, ବାଲୁଗାଁ, ଚିଲିକା, ଖଲିକୋଟ, ରମ୍ଭା, ହୁମ୍ମା, ଗଞ୍ଜାମ, ଛତ୍ରପୁର, ଜଗନ୍ନାଥପୁର, ବ୍ରହ୍ମପୁର, ଗୋଳନ୍ଥରା, ସୁରଲା ରୋଡ୍, ଇଛାପୁରମ୍, ସୋମପେଟା, ମଣ୍ଡାସା ରୋଡ୍, ପଲାସା, ପୁଣ୍ଡି, ନୌପଡା, ଟୀକ୍କାଲି, ପଥପାଟ୍ଟନମ, ପାରଳାଖେମୁଣ୍ଡି, କାଶୀନଗର ଓ ବଂଶଧରା ଷ୍ଟେସନରେ ଷ୍ଟପେଜ ରହିଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ