ପୁରୀ: ପୁରୀ ସଦର ଥାନା ଅଧିନ ବିର ହରେକୃଷ୍ଣପୁର ଠାରେ ଥିବା ବଡ଼ ପୋଖରୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳକ ହେଲେ ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳର ବିଶ୍ୱଜିତ ଦାସ ଓ ତାଙ୍କ ବୟସ 17 ବର୍ଷ । ସେ ପୁରୀ ଚାରିନଳା ବିଶ୍ୱନାଥ ବିହାର ସ୍ଥିତ ତାଙ୍କ ମାମୁଁ ଘରେ ରହୁଥିଲେ ।
ତାଙ୍କ ମାଉସୀ ପୁଅ ସହିତ ପୋଖରୀ କୂଳକୁ ଅଟୋ ଧୋଇବା ପାଇଁ ଯାଇଥିଲେ । ମାଉସୀ ପୁଅ ଅଟୋ ଧୋଉଥିବା ବେଳେ ପୋଖରୀରୁ ସେ ପାଣି ଆଣୁଥିଲେ । ହେଲେ ପାଣି ଆଣିବା ବେଳେ ଗୋଡ଼ ଖସି ଯିବାରୁ ପାଣିରେ ସେ ବୁଡି ଯାଇଥିଲେ । ପରେ ଅଗ୍ନିଶମ ବିଭାଗ ଖବର ପାଇ ପହଞ୍ଚି ବିଶ୍ୱଜିତଙ୍କ ମୃତେଦହକୁ ପୋଖରୀରୁ ଉଦ୍ଧାର କରିଥିଲେ । ପୁରୀ ସଦର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହର ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ