ETV Bharat / state

ଲକଡାଉନ ନିୟମ ଉଲଂଘନ ପଡିଲା ମହଙ୍ଗା, 3 ବିଦେଶୀ ପର୍ଯ୍ୟଟକ ଉଦ୍ଧାର

author img

By

Published : Mar 24, 2020, 10:02 PM IST

ରାଜ୍ୟ ସରକାରଙ୍କ ଲକଡାଉନ ନିୟମ ନ ମାନିବାରୁ ସ୍ଥାନୀୟ ବଳିଆ ପଣ୍ଡା ଲାଇଟ ହାଉସ ନିକଟରେ ଥିବା ହୋଟେଲ ଦେବ ଭୂମିକୁ ପଡିଛି ମହଙ୍ଗା । ଅଧିକ ପଢନ୍ତୁ...

A hotel in puri violates lockdown rule, puri latest news, 3 foreigners rescued from hotel in puri, puri lockdown, ପୁରୀ ଲକଡାଉନ, ପୁରୀ ଲାଟେଷ୍ଟ ନ୍ୟୁଜ୍‌, ପୁରୀରେ ଏକ ହୋଟେଲ ଭାଙ୍ଗିଲା ଲକଡାଉନ ନିୟମ, ପୁରୀର ହୋଟେଲରୁ 3 ବିଦେଶୀ ପର୍ଯ୍ୟଟକ ଉଦ୍ଧାର
ଲକଡାଉନ ନିୟମ ଉଲଂଘନ ପଡିଲା ମହଙ୍ଗା, 3 ବିଦେଶୀ ପର୍ଯ୍ୟଟକ ଉଦ୍ଧାର

ପୁରୀ: ରାଜ୍ୟ ସରକାରଙ୍କ ଲକଡାଉନ ନିୟମ ନ ମାନିବାରୁ ସ୍ଥାନୀୟ ବଳିଆ ପଣ୍ଡା ଲାଇଟ ହାଉସ ନିକଟରେ ଥିବା ହୋଟେଲ ଦେବ ଭୂମିକୁ ପଡିଛି ମହଙ୍ଗା । ଲକଡାଉନ ସମୟରେ କୌଣସି ବିଦେଶୀ ପର୍ଯ୍ୟଟକଙ୍କୁ ପ୍ରବେଶ ନିଷିଦ୍ଧ ଥିବା ବେଳେ ସମ୍ପୃକ୍ତ ହୋଟେଲରେ ୟୁକ୍ରେନ ଓ ଜର୍ମାନୀର 3 ଜଣ ବିଦେଶୀ ରହିଥିଲେ । ଏନେଇ ପ୍ରଶାସନ ଖବର ପାଇ ଚଢାଉ କରିଥିଲା । ପରେ ସମସ୍ତ 3 ବିଦେଶୀ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରଶାସନ ।

ସମ୍ପୃକ୍ତ ହୋଟେଲ ମାଲିକଙ୍କ ବିରୋଧରେ ଆଇପିସି ଧାରା 269, 170, 271, 188 ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁରୀ ଜିଲ୍ଲା ପ୍ରଶାସନ । ସେପଟେ ଚଢାଉ ପରେ ଉଦ୍ଧାର ହୋଇଥିବା 3 ବିଦେଶୀଙ୍କୁ ସ୍ବତନ୍ତ୍ର ଗାଡି ଯୋଗେ ଭୁବନେଶ୍ବର ବିମାନ ବନ୍ଦର ପଠାଇ ଦିଆଯାଇଛି । ସେଠାରୁ ସେ ନିଜ ଦେଶକୁ ଫେରିବାକୁ ବ୍ୟବସ୍ଥା କରାଯାଉଛି ।

ଏଥିସହ ଆଗାମୀ ଦିନରେ ଏପରି ରାଜ୍ୟ ସରକାରଙ୍କ ଲକଡାଉନ ନିୟମ ଉଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୁରୀ ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.