ETV Bharat / state

ଫାଇଲିନ ସହାୟତା ପାଇଁ ବିକ୍ଷୋଭ

author img

By

Published : Jan 3, 2022, 6:29 PM IST

ପୁରୀ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରତିକାର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିକ୍ଷୋଭ । କ୍ଷତିପୂରଣ ପାଇଁ ବ୍ରହ୍ମଗିରି ବସ ଷ୍ଟାଣ୍ଡ ଠାରୁ ରାଲି । ଅଧିକ ପଢନ୍ତୁ

ଫାଇଲିନ ସହାୟତା ପାଇଁ ବିକ୍ଷୋଭ
ଫାଇଲିନ ସହାୟତା ପାଇଁ ବିକ୍ଷୋଭ

ବ୍ରହ୍ମଗିରି : ବାତ୍ୟା କ୍ଷତିପୂରଣ ପାଇଁ ବିକ୍ଷୋଭ ପ୍ରର୍ଦଶନ । ପୁରୀ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରତିକାର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କରାଯାଇଛି ହରତାଳ । କ୍ରିୟାନୁଷ୍ଠାନ କମିଟିର ଆବାହକ ବିହାରିବନ୍ଧୁ ପଳାଇଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ଏବଂ ମହିଳା ବ୍ରହ୍ମଗିରି ବସ ଷ୍ଟାଣ୍ଡ ଠାରୁ ରାଲି ଆରମ୍ଭ କରିଥିଲେ । ପ୍ରଥମେ ବ୍ରହ୍ମଗିରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଫାଇଲିନକୁ 8 ବର୍ଷ ବିତିଯାଇଥିଲେ ମଧ୍ୟ କ୍ଷତିଗ୍ରସ୍ତଙ୍କୁ କଣ ପାଇଁ ସରକାରୀ ସହାୟତା ଯୋଗାଇ ଦିଆଯାଇ ନାହିଁ ।

ଫାଇଲିନ ସହାୟତା ପାଇଁ ବିକ୍ଷୋଭ

ଫାଇଲିନ ସହାୟତା ଟଙ୍କା ହେରଫେର କରିଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୭ ଦଫା ଦାବି ସମ୍ବଳିତ ଏକ ପତ୍ର ପ୍ରଦାନ କରିଥିଲେ । ତହସିଲଦାର ଓ ବ୍ଲକ କାର୍ଯ୍ୟାଳୟ ବିଡ଼ିଓଙ୍କ ଜରିଆରେ ରାଜ୍ୟ ସରକାରଙ୍କ ନିକଟକୁ ପ୍ରଦାନ କରାଯାଇଛି । ଏହି ଦାବି ଗୁଡିକ ଖୁବଶୀଘ୍ର ପୂରଣ କରା ନଗଲେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.