ETV Bharat / state

ନୂଆବର୍ଷରେ ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି, 6 ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ - new year in puri

ନୂଆବର୍ଷରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଭିଡ । ଦିନ ସୁଦ୍ଧା 6 ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା କହିଛନ୍ତି ଜିଲ୍ଲାପାଳ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

puri
ଜଗନ୍ନାଥଧାମକୁ ଛୁଟିଲା ଶ୍ରଦ୍ଧାଳୁଙ୍କ ସୁଅ, ସହଯୋଗ ପାଇଁ ଜିଲ୍ଲାପାଳଙ୍କ ଧନ୍ୟବାଦ
author img

By

Published : Jan 1, 2020, 9:57 PM IST

ପୁରୀ: ନୂଆବର୍ଷରେ ଜଗନ୍ନାଥ ଧାମରେ ଜମିଲା ଶ୍ରଦ୍ଧାଳୁଙ୍କ ଭିଡ । ବର୍ଷର ପ୍ରଥମଦିନ ମହାପ୍ରଭୁଙ୍କ ଦର୍ଶନରୁ ଆରମ୍ଭ କରିଛନ୍ତି ଲକ୍ଷଲକ୍ଷ ଶ୍ରଦ୍ଧାଳୁ । ଦିନ ସୁଦ୍ଧା 6 ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଥିବା ସୂଚନା ଦେଇଛି ପ୍ରଶାସନ । ଏପଟେ ସୁରକ୍ଷା ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ପ୍ଲାଟୁନ ମୁତୟନ କରାଯାଇଥିଲା ।

ଜଗନ୍ନାଥଧାମକୁ ଛୁଟିଲା ଶ୍ରଦ୍ଧାଳୁଙ୍କ ସୁଅ, ସହଯୋଗ ପାଇଁ ଜିଲ୍ଲାପାଳଙ୍କ ଧନ୍ୟବାଦ

ଯେଉଁଭଳି ଭାବେ ଶ୍ରଦ୍ଧାଳୁ ମାନେ ଦୀର୍ଘ ସମୟ ଅଟକି ରହି ଶୃଙ୍ଖଳାରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଏଥିପାଇଁ ସେମାନଙ୍କୁ ଜିଲ୍ଲାପାଳ ପ୍ରଶଂସା କରିଛନ୍ତି । ସେହିପରି ପୋଲିସ, ପ୍ରଶାସନିକ ଅଧିକାରୀ ଭିଡ ନିୟନ୍ତ୍ରଣ କରି ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବା ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ସଫଳ କରାଇଥିବା କହିଥିଲେ ଜିଲ୍ଲପାଳ ।

ଅନ୍ୟପଟେ ନୂଆବର୍ଷ ପାଇଁ ମାର୍କେଟ ଛକରୁ ଶ୍ରୀମନ୍ଦିର ସିଂହଦ୍ବାର ପର୍ଯ୍ୟନ୍ତ ଦେଢ କିଲୋମିଟର ବ୍ୟାରିକେଡ ହୋଇଥିଲା । ପ୍ରଥମ ଥର ପାଇଁ ଏତେ ବଡ ବ୍ୟାରିକେଡ କରାଯାଇଥିଲା । ଏହାକୁ ଶ୍ରଦ୍ଧାଳୁମାନେ ସହଯୋଗ କରିଥିବା ଯୋଗୁଁ ସବୁ କିଛି ଭଲରେ ଅୟୋଜନ ହୋଇଥିବା ଜିଲ୍ଲାପାଳ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଲକ୍ଷାଧିକ ଭକ୍ତ ଦର୍ଶନ କଲେ ମହାପ୍ରଭୁଙ୍କୁBody:ନୂଆ ବର୍ଷ ରେ ଶୃଙ୍ଖଳା ସହକାରେ ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରଛନ୍ତି। ଦିନ ରେ 6 ଲକ୍ଷ ଲୋକ ଦର୍ଶନ କରିଛନ୍ତି। ଆଜି ରାତି 10 ଟା ଯାଏଁ ଏହି ଦର୍ଶନ ଚାଲୁ ରହିବ। ତେବେ ରାତି ସୁଧା 7 ଲକ୍ଷ ଲୋକ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ଆଶା ରଖିଛି ପ୍ରଶାସନ। ଅନ୍ୟପଟେ ପୁରୀ ଜିଲାପାଳ ଆଜି ସମସ୍ତ ଭକ୍ତ, ପୋଲିସ , ପ୍ରଶାସନିକ ଅଧିକାରୀ ଙ୍କୁ ଧନ୍ୟ ବାଦ ଦେଇ ଛନ୍ତି । ଯେଉଁ ଭଳି ଭାବେ ଭକ୍ତ ମାନେ ଦୀର୍ଘ ସମୟ ଅଟକି ରହି ଶୃଙ୍ଖଳା ରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ତାକୁ ଜିଲାପାଳ ପ୍ରଶଂସା କରିଛନ୍ତି। ସେହିପରି ପୋଲିସ , ପ୍ରଶାସନିକ ଅଧିକାରୀ ଯେଭଳି ଭିଡ଼ ନିୟନ୍ତ୍ରଣ କରି ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପାନୀୟ ଜଳ , ଅଲୋକ ବ୍ୟବସ୍ଥା, ବରିଷ୍ଠ ଓ ଦିବ୍ୟଙ୍ଗ ବ୍ୟକ୍ତି ଙ୍କୁ ସହାୟତା କରି ନୂଆ ବର୍ଷ ର ଦର୍ଶନ ବ୍ୟବସ୍ଥା ସଫଳ କରାଇ ଥିବା ପୁରୀ ଜିଲାପାଳ ବଲବନ୍ତ ସିଂ କହିଛନ୍ତି। ଆଜି ମାର୍କେଟ ଛକ ରୁ ଶ୍ରୀମନ୍ଦିର ସିଂହ ଦ୍ୱାର ପର୍ଯ୍ୟନ୍ତ ଦେଢ଼ କିଲୋମିଟର ବ୍ୟାରିକେଡ ହୋଇ ଥିଲା। ଏତେ ବଡ଼ ବ୍ୟାରିକେଡ ପ୍ରଥମ ଥର ପାଇଁ ହୋଇ ଥିଲା। ଫଳରେ ଭକ୍ତ ମାନେ ଅନେକ ବାଟ ଚାଲି ଚାଲି ଆସିଥିଲେ। ତେବେ ଭକ୍ତ ମାନେ ସହଯୋଗ କରିଥିବା ହେତୁ ସବୁ କିଛି ଭଲରେ ଅୟୋଜନ ହୋଇ ଥିବା ପୁରୀ ଜିଲାପାଳ କହିଛନ୍ତି। ଆଜିର ବ୍ୟବସ୍ଥା ଅଗାମୀ ଦିନରେ ବଡ଼ କାର୍ଯ୍ୟକ୍ରମ ଆୟୋଜନ ଦିଗରେ ଅଭିଜ୍ଞତା ଦେବ ବୋଲୀ ଜିଲାପାଳ କହିଛନ୍ତି।

ବାଇଟ,, ବଲବନ୍ତ ସିଂ,, ପୁରୀ ଜିଲାପାଳ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.