ETV Bharat / state

ଶ୍ରୀମନ୍ଦିରରେ କୋରୋନା ଆତଙ୍କ, 50 ସେବାୟତ-କର୍ମଚାରୀ ଆକ୍ରାନ୍ତ

ଶ୍ରୀମନ୍ଦିରର 50 ଜଣ ସେବାୟତ ଓ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 19, 2021, 12:50 PM IST

ଶ୍ରୀମନ୍ଦିରରେ କୋରୋନା ଆତଙ୍କ, 50 ସେବାୟତ-କର୍ମଚାରୀ ପଜିଟିଭ ଚିହ୍ନଟ

ପୁରୀ: ଜିଲ୍ଲାରେ କୋଭିଡ ସଂକ୍ରମଣ ବଢି ଚାଲିଥିବା ବେଳେ ମହାମାରୀ କବଳରେ ଶ୍ରୀମନ୍ଦିର କର୍ମଚାରୀ ଓ ସେବାୟତ । ଶ୍ରୀମନ୍ଦିରର 50 ଜଣ ସେବାୟତ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ସମସ୍ତ ପଜିଟିଭଙ୍କୁ ସଙ୍ଗରୋଧରେ ରଖାଯାଇ ଚିକିତ୍ସିତ କରାଯାଉଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି ।

ଶ୍ରୀମନ୍ଦିର ସହ ଜଡ଼ିତ ୫୦ ଜଣ କର୍ମଚାରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେବାୟତ ଓ ସେବାୟତଙ୍କ ପରିବାର ସଦସ୍ୟଙ୍କୁ ମିଶାଇ ସୋମବାର ମୋଟ ୨୨ ଜଣଙ୍କ ରିପୋର୍ଟ କୋଭିଡ ପଜିଟିଭ ଆସିଛି । ଜୋତା ଷ୍ଟାଣ୍ଡର ୧୯ ଜଣ କର୍ମଚାରୀ ଏବଂ ଶ୍ରୀମନ୍ଦିରର ୯ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତେ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ।

ଅନ୍ୟପଟେ କୁମ୍ଭ ମେଳାରୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲାକୁ ୧୭ ଜଣ ସେବାୟତ ଫେରିଛନ୍ତି । ସେଥିମଧ୍ୟରୁ ୨ ଜଣଙ୍କ ରିପୋର୍ଟ କୋଭିଡ ନେଗେଟିଭ ଆସିଥିବା ବେଳେ ଅନ୍ୟ ମାନଙ୍କର ରିପୋର୍ଟ ଆସିନାହିଁ । କୁମ୍ଭରୁ ଫେରିଥିବା ସେବାୟତ ନିଜ ଘରେ ଓ ହୋଟେଲରେ କ୍ୱାରେଣ୍ଟାଇନରେ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । କୁମ୍ଭ ଫେରନ୍ତା ପଜିଟିଭ ଚିହ୍ନଟ ହେଉଥିବାରୁ ରାଜ୍ୟ ସରକାର ଏମାନଙ୍କ ଉପରେ କଡା ନଜର ରଖିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.