ETV Bharat / state

ପୁରୀରେ ଆହୁରି 4 ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ଛୁଇଁଲା 29

author img

By

Published : May 18, 2020, 12:12 AM IST

Updated : May 18, 2020, 12:03 PM IST

ବଢିବାରେ ଲାଗିଛି ପୁରୀ ଜିଲ୍ଲାରେ କୋରୋନା ସଂକ୍ରମଣ ସଂଖ୍ୟା । ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ରବିବାର ପୁରୀ ଜିଲ୍ଲାରେ 4 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

puri latest news, corona in puri, coronavirus news, corona update, ପୁରୀ ଲାଟେଷ୍ଟ ନ୍ୟୁଜ୍‌, ପୁରୀରେ କୋରୋନା, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ଅପଡେଟ
ପୁରୀରେ ଆହୁରି 4 ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ଛୁଇଁଲା 29

ପୁରୀ: ଜିଲ୍ଲାରେ ବଢିବାରେ ଲାଗିଛି କୋରୋନା ସଂକ୍ରମଣ ସଂଖ୍ୟା । ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ରବିବାର ପୁରୀ ଜିଲ୍ଲାରେ 4 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପିପିଲିରୁ ଜଣେ, କୋଣାର୍କରୁ ଜଣେ ଓ ପୁରୀ ସହରରୁ 2 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏଥିରେ ଜଣେ ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କୁ ଗତ 15 ତାରିଖରେ ଏକ ଚୋରି ମାମଲାରେ କୁମ୍ଭାରପଡା ପୋଲିସ ଗିରଫ କରିଥିଲା । ଗିରଫ ବ୍ୟକ୍ତିଙ୍କ ରକ୍ତ ନମୁନା ଟେଷ୍ଟ ପରେ ସେ କୋରୋନା ପଜିଟିଭ ଥିବା ଜଣାପଡ଼ିଛି । ତେଣୁ କୁମ୍ଭାରପଡା ଥାନା ଅଧିକାରୀଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ କ୍ଵାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ସମସ୍ତ କର୍ମଚାରୀଙ୍କ ସ୍ବାବ ଟେଷ୍ଟ ହେବ । ସେହିପରି ସମ୍ପୃକ୍ତ ଅଭିଯୁକ୍ତଙ୍କ ଘର ପୁରୀ ସହରର ନରେନ୍ଦ୍ର କୋଣ ଅଞ୍ଚଳରେ ହୋଇଥିବାରୁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହି ଅଞ୍ଚଳର ଲୋକେ କଣ୍ଟେନମେଣ୍ଟ ଅଞ୍ଚଳରୁ ବାହାରକୁ ଯାଇ ପାରିବେ ନାହିଁ ବୋଲି କଡା ନିର୍ଦ୍ଦେଶ ରହିଛି । ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଜିଲ୍ଲା ପ୍ରଶାସନ ଯୋଗାଇ ଦେବ । ସେହିପରି ଗିରଫ ହୋଇଥିବା ଅଭିଯୁକ୍ତ ଜଣକ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ।

ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଛାଡି ଅନ୍ୟ କୋରୋନା ପଜିଟିଭ ବ୍ୟକ୍ତିମାନେ କ୍ଵାରେଣ୍ଟାଇନ ସେଣ୍ଟରରେ ଥିଲେ । ସମସ୍ତ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଭୁବନେଶ୍ବର କୋଭିଡ-19 ହସ୍ପିଟାଲରେ ଚିକିତ୍ସା ପାଇଁ ପଠାଯିବ । ସେପଟେ ପୁରୀରେ କୋରୋନା ଆକ୍ରାନ୍ତ ସଂଖା 29ରେ ପହଞ୍ଚିଛି । ଦିନକୁ ଦିନ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପୁରୀର ଜନସାଧାରଣ ସତର୍କ ରହିବାକୁ ଜିଲ୍ଲାପାଳ ବଲବନ୍ତ ସିଂ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 18, 2020, 12:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.