ETV Bharat / state

କୁଶଭଦ୍ରା ନଦୀରୁ ମିଳିଲା 3 ମୃତଦେହ, କ୍ଷତିପୂରଣ ଦାବିରେ ଗ୍ରାମବାସୀ

7 ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ କୁଶଭଦ୍ରା ନଦୀରୁ ଉଦ୍ଧାର ହେଲେ 3 ମୃତଦେହ। ଏହି ଘଟଣାରେ ସ୍ଥାନୀୟ ଲୋକ ଉତ୍ତେଜିତ ହୋଇ ଶବ ବ୍ୟବଚ୍ଛେଦ ପାଇଁ ନ ପଠାଇ କ୍ଷତିପୂରଣ ଦାବି କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ ।

author img

By

Published : Apr 17, 2019, 5:17 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ

ପୁରୀ: ଚାରିଆଡେ ନିର୍ବାଚନ ପ୍ରଚାର ଲାଗି ରହିଥିଲା ବେଳେ ନିମାପଡାରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ମଙ୍ଗଳବାର ସଂନ୍ଧ୍ୟାରେ ନିମାପଡା କୁଶଭଦ୍ରା ନଦୀରେ ଗାଧୋଇଥିବା ସମୟରେ 3 ଯୁବକ ନିଖୋଜ ହୋଇଯାଇଥିଲେ । 7 ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ସେମାନଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣାରେ ସ୍ଥାନୀୟ ଲୋକ ଉତ୍ତେଜିତ ହୋଇ ଶବ ବ୍ୟବଚ୍ଛେଦ ପାଇଁ ନ ପଠାଇ କ୍ଷତିପୂରଣ ଦାବି କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ଓଡ୍ରାଫ ଟିମ ଓ ଅଗ୍ନିଶମ କର୍ମଚାରୀଙ୍କ ଘଣ୍ଟାର ଘଣ୍ଟାର ପରିଶ୍ରମ ପରେ ମିଳିଛି 3 ଯୁବକଙ୍କ ମୃତଦେହ । ମୃତକଙ୍କ ମଧ୍ୟରେ ନିକଟସ୍ଥ ଶ୍ୟାମସୁନ୍ଦରପୁର ଗ୍ରାମର ଜ୍ୟୋତି ରଞ୍ଜନ ସାହୁ (21), ନିନିଗାଁର କମଳ ଲୋଚନ ଜେନା (16) ଓ ପୁରୀର ତେଜେଶ୍ଵର ମହାନ୍ତି(20) ଅଛନ୍ତି ।

ମୃତଦେହ ଉଦ୍ଧାର ହେବା ପରେ ଉତ୍ତେଜିତ ଜନସାଧାରଣ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଛାଡି ନ ଥିଲେ । ମୃତକ ଯୁବକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଓ ବେଆଇନ ବାଲି ଘାଟ ବନ୍ଦ ଦାବି କରିଥିଲେ । ଏଥିସହ ମଙ୍ଗଳବାର ରାତି 11ଟା ରୁ 3 ଟା ପଯ୍ୟନ୍ତ ନିମାପଡା-ପିପିଲି ରାସ୍ତାର ଦୋଳବେଦୀ ଛକରେ ନିଆଁ ଲଗେଇ ରାସ୍ତା ଅବରୋଧ କରିଥିଲେ । ଏ ନେଇ ସୂଚନା ପାଇ ସ୍ଥାନୀୟ ବିଡ଼ିଓ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

dsfd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.